ଏକ ଗ୍ଲାସ୍ ପାଣିରୁ ଆପଣଙ୍କ ଦିନ ଆରମ୍ଭ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ। drinking water for health

କିଛି ଛୋଟ ଅଭ୍ୟାସ ଆପଣଙ୍କୁ ଏକ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରିପାରିବ।ସକାଳୁ ଉଠିବା ପରେ ଆପଣ ପ୍ରଥମେ କ’ଣ କରନ୍ତି? ଆପଣ ଏହା ବିଷୟରେ କେବେ ଚିନ୍ତା କରିଛନ୍ତି କି? ଯଦି ଆପଣ ନିଜ ଦିନକୁ ସୁସ୍ଥ ଅଭ୍ୟାସ ସହିତ ଆରମ୍ଭ କରିବେ ତେବେ ଆପଣ ଦିନସାରା ସୁସ୍ଥ ଅନୁଭବ କରିବେ। ସ୍ୱାସ୍ଥ୍ୟକର ଜଳଖିଆ ଓ ବ୍ୟାୟାମ ଆପଣଙ୍କୁ ଦିନ ତମାମ ଫିଟ୍‌ ଓ ସୁସ୍ଥ ରଖିବ ଓ ମାନସିକ ଅବସାଦରୁ ବି ମୁକ୍ତି ମିଳିବ। ଏହା ବ୍ୟତୀତ ଏପରି ଏକ ସକାଳର ଅଭ୍ୟାସ ଅଛି ଯାହା ଆପଣଙ୍କୁ ଜୀବନସାରା ସୁସ୍ଥ ରଖିବାରେ ସାହାଯ୍ୟ କରିବ। ତାହା ହେଉଛି ଏକ ଗ୍ଲାସ ପାଣି। ପ୍ରତିଦିନ ସକାଳେ କେବଳ ଏକ ଗ୍ଲାସ୍ ପାଣି ଅନେକ ସମସ୍ୟାକୁ ଦୂର କରିପାରେ। ତେବେ ଖାଲି ପେଟରେ ଏକ ଗ୍ଲାସ୍ ପାଣି ପିଇବାର କ’ଣ ଫାଇଦା ରହିଛି ଜାଣନ୍ତୁ।

ଖାଲିପେଟରେ ପାଣି ପିଇବା ପ୍ରଥମ ଫାଇଦା ହେଲା ହଜମ ପ୍ରକ୍ରିୟର ସୁଦୃଢ଼ ହୋଇଥାଏ। ଖାଲିପେଟରେ ପାଣି ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ରହି ନଥାଏ।

ଖାଲିପେଟରେ ପାଣି ପିଇବାର ଆଉ ଏକ ଫାଇଦା ହେଉଛି ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ସାହାଯ୍ୟ କରିଥାଏ। ରକ୍ତ ପ୍ରବାହରୁ ବର୍ଜ୍ୟବସ୍ତୁ ବାହାର କରିବା ଏବଂ ପରିସ୍ରା ଆକାରରେ ନିଷ୍କାସନ କରିବା ପାଇଁ କିଡନିରେ ଜଳ ଆବଶ୍ୟକ ହୋଇଥାଏ। ତେଣୁ, ଆପଣ ଉଠିବା ମାତ୍ରେ ସକାଳେ ପାଣି ପିଅନ୍ତୁ।

ଖାଲି ପେଟରେ ପାଣି ପିଇଲେ ମେଟାବୋଲିଜିମ୍ ତ୍ୱରାନ୍ୱିତ ହୋଇଥାଏ ଫଳରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଖାଲିପେଟରେ ପାଣି ପିଇବା ଦ୍ୱାରା ଭୋକ ଲାଗି ନଥାଏ ଏବଂ ଖାଦ୍ୟ ହଜମ କରିଥାଏ।

beautiful hair and skin

ପ୍ରଚୁର ପରିମାଣରେ ପାଣି ପିଇବା ଫଳରେ ରକ୍ତ ସଫା ହେବା ସହ ମୁହଁରେ ବ୍ରଣ ଓ ଶୁଷ୍କତା କମିଥାଏ। ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହ ତ୍ଵଚାରେ ଆଦ୍ରତା ରଖିଥାଏ। ତ୍ୱଚାର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ଆବଶ୍ୟକ।

ମଣିଷ ଓ ଜୀବଜନ୍ତୁ ବଞ୍ଚିବା ପାଇଁ ପାଣିର ଆବଶ୍ୟକତା ବେଶ୍‌ ଗୁରୁତ୍ଵପୂର୍ଣ୍ଣ। ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବା, ଶରୀରର ତାପମାତ୍ରା ବଜାୟ ରଖିବା ଓ ଶୋଷ ମେଣ୍ଟାଇବା ପାଇଁ ଜଳର ଭୂମିକା ବେଶ୍‌ ଅଧିକ। ଆପଣ ଉଷୁମ ପାଣି କିମ୍ବା ସାଧା ପାଣି ମଧ୍ୟ ପିଇପାରିବେ କିନ୍ତୁ ସକାଳେ ଅତ୍ୟଧିକ ଥଣ୍ଡା ପାଣି ପିଅନ୍ତୁ ନାହିଁ। ଆପଣ ପାଣିରେ କିଛି ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ।

Know why you should drink water first thing every day in Morning, Odia Health Tips.