ଆସନ୍ତୁ ଜାଣିବା ରାତିରେ କେଉଁ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ।
ବର୍ଗର: ରାତିରେ ବର୍ଗର ଖାଇଲେ ତାହା ପେଟରେ ଏସିଡ୍ ଉତ୍ପନ୍ନ କରିଥାଏ। ଏଥିପାଇଁ ଛାତି ପୋଡ଼ାଜଳା ହୁଏ।
ଇଟାଲିଅନ୍ ଖାଦ୍ୟ: ଇଟାଲିଅନ୍ ଖାଦ୍ୟକୁ କେବେହେଲେ ରାତ୍ରି ଭୋଜନରେ ସାମିଲ କରନ୍ତୁ ନାହିଁ। କାରଣ ଏହା ଓଜନ ବୃଦ୍ଧି କରେ।
ଆଇସକ୍ରିମ୍: ରାତିରେ ଆଇସକ୍ରିମ୍ ଖାଆନ୍ତୁ ନାହିଁ। ଆମେରିକୀୟ ଖାଦ୍ୟ ବିଶେଷଜ୍ଞଙ୍କ ମତରେ, ରାତିରେ ଏହା ଖାଇ ଶୋଇବା ଦ୍ୱାରା ଶରୀରରେ ଶର୍କରାର ମାତ୍ରା ବୃଦ୍ଧି ପାଇବା ସହ ହଜମ ଠିକ୍ ଭାବରେ ହୋଇନଥାଏ।
ଚକୋଲେଟ: ରାତିରେ ଚକୋଲେଟ୍ ଖାଇବାଠାରୁ ଦୂରେଇ ରୁହନ୍ତୁ। ଏହା ଦ୍ୱାରା ମାନସିକ ସ୍ଥିତି ପ୍ରଭାବିତ ହେବା ସହ ହୃଦ୍ରୋଗ ହେବାର ଆଶଙ୍କା ବଢ଼ିଯାଏ।
ଚିପ୍ସ: ଚିପ୍ସ ପ୍ରତି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଦୁର୍ବଳତା ରହିଥାଏ। କିନ୍ତୁ ଏହାକୁ ଖାଇବା ଦ୍ୱାରା ଶରୀରରେ ମେଦ ବଢ଼ିବାସହ ବିଭିନ୍ନ ପ୍ରକାରର ଅସୁବିଧା ଦେଖାଦେଇଥାଏ।
ପପ୍କର୍ନ(ଭଜା ମକା ମଞ୍ଜି): ଅଧିକାଂଶ ଲୋକେ ରାତିରେ ଟିଭି ଦେଖିଲାବେଳେ ପପ୍କର୍ନ ଖାଇଥାନ୍ତି। ଏଥିରେ ଥିବା ଲୁଣ ଓ ବଟର ନିଦକୁ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।