ଅଫିସ୍ରେ ଅଧିକ ସମୟ ବସିରହି କାର୍ଯ୍ୟ କରୁଥିଲେ କରନ୍ତୁ ଏହି ଯୋଗ।
୮ରୁ ୧୦ ଘଣ୍ଟା ଧରି ଡେସ୍କରେ ବସି ରହି କାମ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅଧିକ ସମୟ ବସି ରହି କାମ କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ଯେଉଁମାନେ ୧୦ଘଣ୍ଟାରୁ ଅଧିକ ସମୟ ଧରି ବସି ରହି କାମ କରନ୍ତି, ସେମାନଙ୍କର ହୃଦଘାତ, ମୋଟାପଣ ଏବଂ ମଧୁମେହ ହେବାର ଆଶଙ୍କା ଅଧିକ।
ଅଧିକାଂଶ ସମୟ କମ୍ପ୍ୟୁଟର ସମ୍ମୁଖରେ ବସିବା ଯୋଗୁଁ ପିଠି ଯନ୍ତ୍ରଣା, କାନ୍ଧ ଯନ୍ତ୍ରଣା, ଅଣ୍ଟା ବିନ୍ଧା ଭଳି ଲକ୍ଷଣ ଦେଖାଦିଏ। ତେଣୁ, କାମ ମଝିରୁ ବ୍ରେକ୍ ନେଇ ଅଳ୍ପ କିଛି ଷ୍ଟ୍ରେଚିଂ ଏକ୍ସରସାଇଜ୍ ଏବଂ ଯୋଗ କରିପାରିବେ।
ଆଖିକୁ ଆରାମ ଦିଅନ୍ତୁ
ପ୍ରଥମେ ଆଖିକୁ ବନ୍ଦ କରିଦିଅନ୍ତୁ। ଏହାପରେ ଦୁଇ ପାପୁଲିକୁ ଘଷି ଆଖି ଉପରେ ରଖନ୍ତୁ। ଏହି ଯୋଗ ଆପଣ ଗୋଟେ ଘଣ୍ଟାରେ ଥରେ ଥରେ କରିପାରିବେ।
ବେକ ଷ୍ଟ୍ରେଚିଂ
ବେକକୁ ଗୋଲାକାର ଭାବେ ବୁଲାନ୍ତୁ। ପ୍ରଥମେ ବେକକୁ ବାମରୁ ଡାହାଣକୁ ଏବଂ ଡାହାଣରୁ ବାମ ଆଡ଼କୁ ବୁଲାନ୍ତୁ। ଏଭଳି ୩ରୁ ୫ ଥର କରନ୍ତୁ।
ଭୁଜଙ୍ଗ ସଞ୍ଚାଳନ ଆସନ
ବସିଥିବା ସ୍ଥାନରେ ଦୁଇ ହାତକୁ ଉପରକୁ ନେଇ ପଛକୁ ନିଅନ୍ତୁ। ଅର୍ଥାତ୍ ହାତକୁ ଗୋଲାକାର ଗତିରେ ବୁଲାନ୍ତୁ। ପ୍ରଥମେ ଧୀରେ ଧୀରେ ବୁଲାନ୍ତୁ ଓ ପରେ ଏହାର ବେଗ ବଢ଼ାନ୍ତୁ।