ନିଜକୁ ସୁସ୍ଥ ରଖିବା ପାଇଁ ନିୟମିତ ଏହି ଆସନ ଅଭ୍ୟାସ କରନ୍ତୁ।

ଯୋଗ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ବିଶେଷ କରି ମଧୁମେହ ରୋଗୀମାନେ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ଓ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଏହିସବୁ ଅଭ୍ୟାସ କରିବା ଦରକାର।

ଉତ୍କଟାସନର ଉପକାରିତା

  • ଏହି ଆସନ କରିବା ଫଳରେ ମେଦ ବହୁଳତା ହେବାର ଆଶଙ୍କା ନଥାଏ। ଶରୀରରେ ଓଜନ ଠିକ ରହିଲେ ମଧୁମେହ ରୋଗ ହେବା ନେଇ କୌଣସି ଭୟ ନଥାଏ।
  • କୋଷ୍ଠକାଠିନ୍ୟ ଭଲ ହୋଇଥାଏ।
  • ଥକ୍କାପଣ ଦୂର ହୋଇଥାଏ।
  • ଶରୀରର ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।

ଉତ୍କଟାସନ କେମିତି କରିବେ?

  • ଏହି ଯୋଗକୁ କରିବା ପାଇଁ ଚଟଣାରେ ଏକ ଆସନ ପକାଇ ପାଦକୁ ସିଧା ରଖନ୍ତୁ।
  • ହାତକୁ ତଳ ଆଡ଼କୁ ରଖି ହାତକୁ ଆଗକୁ ଆଣନ୍ତୁ।
  • ନିଜ ଆଣ୍ଠୁକୁ ମୋଡ଼ନ୍ତୁ ଏବଂ ଏପରି ବସନ୍ତୁ ଯେମିତି ଆପଣ କୌଣସି ଚେୟାର ଉପରେ ବସୁଛନ୍ତି।
  • ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ହାତ ଭୂମି ସହିତ ସମାନ୍ତରରେ ରହିଥିବ।
  • ଏହି ମୁଦ୍ରାକୁ ୩୦ ସେକେଣ୍ଡରୁ ୧ ମିନିଟ ପର୍ଯ୍ୟନ୍ତ କରନ୍ତୁ।

ମୟୂରାସନର ଉପକାରିତା

  • ଏହି ଯୋଗାସନ କରିବା ଦ୍ୱାରା ଚେହେରାରେ ଚମକ ବଢ଼ିଥାଏ।
  • ମାଂସପେଶୀ ମଜଭୁତ ହୋଇଥାଏ।
  • ଶର୍କରା ସ୍ତର ନିୟନ୍ତ୍ରଣ ରହିଥାଏ।
  • କୋଷ୍ଠକାଠିନ୍ୟ ଦୂର ହୋଇଥାଏ।

କେମିତି କରିବେ ମୟୂରାସନ?

  • ମୟୂରାସନ କରିବା ପାଇଁ ପ୍ରଥମେ ଆଣ୍ଠୁ ମାଡ଼ି ବସି ମୁଣ୍ଡିଆ ମାରିଲା ପରି ବସନ୍ତୁ।
  • ଏହାପରେ ଦୁଇ ହାତର କହୁଣୀକୁ ମୋଡ଼ି ନାଭି ପାଖକୁ ନିଅନ୍ତୁ।
  • ତା’ ପରେ ନିଜ ଗୋଡ଼କୁ ଧୀରେ ଧୀରେ ତଳ ଆଡ଼ୁ ନିୟନ୍ତ୍ରଣ କରି ଉଠାନ୍ତୁ।
  • ଏମିତି କରିବା ସମୟରେ ଆପଣଙ୍କ ଶରୀର ସିଧା ହୋଇ ରହିବା ଦରକାର। କେବଳ ଆପଣଙ୍କ ହାତ ତଳେ ଲାଗିବା ଜରୁରୀ।
  • ବ୍ଲଡପ୍ରେସର, ଯକ୍ଷ୍ମା, ହୃଦରୋଗ, ଅଲସର ଭଳି ସମସ୍ୟା ଯାହାର ରହିଛି ସେମାନେ ଏହି ଯୋଗାସନ ନ କରିବା ଉଚିତ।