ଜନ୍ମ ପରେ ଶିଶୁ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ। ବିଶେଷ କରି ଶିଶୁର ନିରାପଦ ଖାଦ୍ୟ ଏବଂ ସ୍ୱଚ୍ଛତାକୁ ନେଇ ଅଧିକ ଯତ୍ନବାନ ହେବା ଉଚିତ।

baby foodଜନ୍ମର ଛଅ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ କ୍ଷୀର ଦେବା ଆବଶ୍ୟକ। ମା’ କ୍ଷୀରରୁ ଶିଶୁକୁ ଆବଶ୍ୟକୀୟ ପୋଷକ ତତ୍ୱ ମିଳିଥାଏ। ତେଣୁ ଏହି ସମୟରେ ଶିଶୁକୁ ଅନ୍ୟାନ୍ୟ ଖାଦ୍ୟ ଖାଇବାକୁ ଦିଆଯାଇନଥାଏ। ମାତ୍ର ୬ ମାସ ପରେ ଶିଶୁର ଖାଦ୍ୟକୁ ନେଇ ଅଧିକ ସତର୍କ ରହିବାକୁ ପଡ଼ିଥାଏ। କେଉଁ ଭଳି କ୍ଷୀରି ଖାଇଲେ ଶିଶୁ ସୁସ୍ଥ ରହିପାରିବ ଏବଂ କିପରି ଶିଶୁକୁ ନେଇ ସ୍ୱଚ୍ଛତା ବଜାୟ ରହିବ ସେ ବାବଦରେ ମା’ମାନେ ଧ୍ୟାନ ଦେବା ଦରକାର।

ଶିଶୁ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ କିମ୍ବା ଖୁଆଇବା ବେଳେ ହାତ ଭଲ ଭାବେ ଧୁଅନ୍ତୁ।

ଖୁଆଇବା ସମୟରେ ଏବଂ ଖୁଆଇବା ପୂର୍ବରୁ ଶିଶୁର ହାତ ଧୋଇଦିଅନ୍ତୁ।

ମା’ ଏବଂ ଧାଈମାନେ ଶିଶୁକୁ ଗାଧୋଇବା ପୂର୍ବରୁ କିମ୍ଵା ଶୌଚାଳୟରୁ ଆସିବ ପରେ ସାବୁନରେ ହାତ ଧୁଅନ୍ତୁ।

ପରିଷ୍କାର ଗିନା ଏବଂ କପରେ ଶିଶୁକୁ ଖାଇବାକୁ ଦିଅନ୍ତୁ।

ଶିଶୁ ଧୀରେ ଧୀରେ ନିଜେ ଖାଇ ଶିଖିବେ। ଏଥିଲାଗି ପରିବାର ଲୋକମାନେ ତଥା ବଡ଼ପିଲାମାନେ ଶିଶୁ ଯେପରି ଆବଶ୍ୟକ ମାତ୍ରାରେ ଖାଦ୍ୟ ଖାଇବ ସେ ନେଇ ଉତ୍ସାହିତ କରନ୍ତୁ। ମନେ ରଖନ୍ତୁ ଶିଶୁ ଖାଇବା ପାତ୍ର ପରିଷ୍କାର ଏବଂ ସଫା ରହିବା ଆବଶ୍ୟକ।

baby food

ଶିଶୁ ବଡ଼ ହେବା ସହ ଅଧିକ ଖାଦ୍ୟ ଖୁଆନ୍ତୁ

୬ ମାସ ପରେ ଶିଶୁକୁ କ୍ଷୀରି ଜାତୀୟ ନରମ ଚକଟା ଖାଦ୍ୟ ଦିନକୁ ୨ ରୁ ୩ ଥର ପ୍ରତି ଭୋଜନରେ ୨-୩ ଚାମଚ ଖୁଆଇବା ଆରମ୍ଭ କରନ୍ତୁ।

୭ କିମ୍ବା ୮ ମାସ ପରେ ଚକଟା ଖାଦ୍ୟ ଦେବା ଆରମ୍ଭ କରନ୍ତୁ। ଦିନକୁ ପ୍ରତି ଭୋଜନରେ ୨ ରୁ ୩ ଚାମଚ କିମ୍ବା ଅଧ କପ ଲେଖାଏଁ ଏହି ଖାଦ୍ୟ ଖାଇବାକୁ ଦେଇପାରିବେ। ଏହି ଖାଦ୍ୟ ଦିନକୁ ୨ ରୁ ୩ ଥର ଏବଂ ଥରେ କି ଦୁଇଥର ଜଳଖିଆ ଖାଇବାକୁ ଦିଅନ୍ତୁ।

୯ ରୁ ୧୨ ମାସ ପରେ କଟା ହୋଇଥିବା ଖାଦ୍ୟ କିମ୍ବା ଶିଶୁ ନିଜ ହାତରେ ଖାଇ ପାରୁଥିବା ଚକଟା ଖାଦ୍ୟ ଖାଇବାକୁ ଦିଅନ୍ତୁ।ଦିନକୁ ଏହି ଖାଦ୍ୟ ୩ ରୁ ୪ ଥର ଏବଂ ୧ ରୁ ୨ ଥର ଜଳଖିଆ ଖାଇବାକୁ ଦେଇପାରିବେ। ଶିଶୁକୁ ଏହି ଚକଟା ଖାଦ୍ୟ ପ୍ରତି ଭୋଜନରେ ଅଧା କପ ଲେଖାଏଁ ଖାଇବାକୁ ଦିଅନ୍ତୁ।

୧୩ ରୁ ୨୪ ମାସ ପରେ ଦିନକୁ ୩-୪ ଥର ଘରୋଇ ଖାଦ୍ୟ, କଟା ହୋଇଥିବା ବା ଚକଟା ହୋଇଥିବା ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏହି ସମୟରେ ୧ ରୁ ୨ ଥର ମଧ୍ୟ ଜଳଖିଆ ଖାଇବାକୁ ଦିଅନ୍ତୁ। ପ୍ରତି ଭୋଜନରେ ଗୋଟିଏ ପୁରା କପର ତିନି ତୃତୀୟାଂଶ ଖାଦ୍ୟ ଖାଇବାକୁ ଦେଇପାରିବେ।

(ସୌଜନ୍ୟ-ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପ୍ରକାଶିତ ପୁସ୍ତିକା)