ଜନ୍ମର ଛଅ ମାସ ପରେ ଶିଶୁ ମା’ କ୍ଷୀର ବ୍ୟତୀତ ଅନ୍ୟ ଖାଦ୍ୟ ଖାଇଥାଏ। ଏହି ସମୟରେ ଶିଶୁ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ।

childଜନ୍ମର ୬ ମାସ ପର୍ଯ୍ୟନ୍ତ ଶିଶୁ କେବଳ ମା’ କ୍ଷୀର ଖାଇଥାଏ। କିନ୍ତୁ ଶିଶୁର ଶାରୀରିକ ଏବଂ ମାନସିକ ବିକାଶ ପାଇଁ ୬ମାସ ପରେ ମା’ କ୍ଷୀର ବ୍ୟତୀତ ଅନ୍ୟ ପୋଷଣଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ। କେବଳ ଖାଦ୍ୟ ଉପରେ ଧ୍ୟାନ ଦେଲେ ହେବନି, ଶିଶୁର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଷୟ ଉପରେ ବିଶେଷ ଯତ୍ନବାନ ହେବା ଉଚିତ।

ଶିଶୁକୁ ୬ ମାସ ପରେ ମା’କ୍ଷୀର ସହ ପରିପୂରକ ଖାଦ୍ୟ ଖୁଆଇବା ଆରମ୍ଭ କରିବା ଦରକାର।

୬ରୁ ୧୨ ମାସ ଶିଶୁକୁ ପ୍ରଥମେ ମା’ କ୍ଷୀର ପରେ ପୃଷ୍ଟିକର ଖାଦ୍ୟ ଖୁଆଇବା ଆବଶ୍ୟକ।

୬ ମାସ ହେଲେ ଶିଶୁକୁ ଘର ଖାଦ୍ୟ ଖୁଆଇବା ଆରମ୍ଭ କରନ୍ତୁ।

ଶିଶୁ ୬ ମାସର ହୋଇଗଲେ ତାକୁ ଦିନକୁ ଥରେ ବା ଦୁଇଥର ହାଲୁକା ଖାଦ୍ୟ ଖାଇବାକୁ ଦିଅନ୍ତୁ। ଦିନର ୩ ଥର ଏପରି ଖାଦ୍ୟ ଖାଇବାକୁ ଦେଇପାରିବେ। ଧୀରେ ଧୀରେ ଏହି ଖାଦ୍ୟର ପରିମାଣ, ପ୍ରକାର ଓ ପ୍ରଦାନ ସମୟ ବଢ଼ାନ୍ତୁ।

ଶିଶୁ ୨ ବର୍ଷର ହେବା ପର୍ଯ୍ୟନ୍ତ ମା’ କ୍ଷୀର ହିଁ ତାର ପ୍ରମୁଖ ଖାଦ୍ୟ ହେବା ଉଚିତ।

ଶିଶୁକୁ ଚାହା, କଫି, ମିଠାପାନୀୟ, ମୃଦୁପାନୀୟ ଏବଂ ରଙ୍ଗୀନ ପାନୀୟ ଦିଅନ୍ତୁ ନାହିଁ।

ଶିଶୁକୁ ଏକ ଖୋଲା, ସଫା କପ୍‌ କିମ୍ବା ଗିନାରେ ଖାଇବାକୁ ଦିଅନ୍ତୁ। ରବର ମୁହଁ ଲାଗିଥିବା ବୋତଲ କିମ୍ବା ଗିନାରେ ଖୁଆନ୍ତୁ ନାହିଁ।

ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଓଜନ, ଟିକାକରଣ ଓ ଭିଟାମିନ ପ୍ରଦାନ ଲାଗି ଅଙ୍ଗନବାଡ଼ି ଏବଂ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଆବଶ୍ୟକ।

ଅସୁସ୍ଥତା ସମୟରେ ଶିଶୁ ଅଳ୍ପ ଖାଦ୍ୟ ଏବଂ ପାନୀୟ ଆବଶ୍ୟକ କରିଥାଏ। ଏହି ଖାଦ୍ୟ ମା’ ଏବଂ ଅନ୍ୟ ଖାଦ୍ୟ ମଧ୍ୟ ହୋଇପାରେ। ଶିଶୁକୁ ବିଭିନ୍ନ ପ୍ରକାର ମନପସନ୍ଦ ଖାଦ୍ୟ ଖାଇବାକୁ ଦିଅନ୍ତୁ ଏବଂ ଖାଇବା ଲାଗି ଉତ୍ସାହିତ କରନ୍ତୁ।

ଆରୋଗ୍ୟ ଲାଭ ପରେ ଶିଶୁକୁ ଅତି କମରେ ୨ ସପ୍ତାହ ପର୍ଯ୍ୟନ୍ତ ଦୈନିକ ଅଧିକ ଥର ଏବଂ ଅଧିକ ପରିମାଣର ଖାଦ୍ୟ ଦେବା ଉଚିତ।

(ସୌଜନ୍ୟ – ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପ୍ରକାଶିତ ପୁସ୍ତିକା)