ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ କରୋନା ବେଳେ ଡାଏବେଟିସ ରୋଗୀଙ୍କ ଯତ୍ନ ବିଷୟରେ ଜାଣିବା।

କରୋନା ଭୂତାଣୁ ବା କୋଭିଡ୍-୧୯ ଡାଏବେଟିସ୍ ରୋଗୀଙ୍କ ପାଇଁ କ୍ଷତିକାରକ। ଡାଏବେଟିସ୍ ରୋଗୀ କରୋନା ଭୂତାଣୁରେ ସଂକ୍ରମଣ ହେଲେ ଏହା ଶରୀରର ରକ୍ତଶର୍କରା ସ୍ତରକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ଏଭଳି ପରିସ୍ଥିତିରେ ଅବସ୍ଥା ଜଟିଳ ହୋଇପାରେ। ଅନ୍ୟପକ୍ଷରେ କୋଭିଡ୍-୧୯ ଏବଂ ଶୀତ ଦିନକୁ ଦୃଷ୍ଟିରେ ରଖିଲେ, ଡାଏବେଟିସ୍ ରୋଗୀଙ୍କ ଯତ୍ନ ନେବା ନିହାତି ଦରକାର।

ଡାଇବେଟିସ୍ ରୋଗରେ ଶରୀରରେ ରକ୍ତ ଶର୍କରା ସ୍ତର ସବୁବେଳେ ହ୍ରାସ ବୃଦ୍ଧି ହେବା ଫଳରେ ରୋଗୀର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଯୋଗୁଁ ସଂକ୍ରମଣଜନିତ ଜଟିଳତା ବଢ଼ିଯାଏ। ସଂକ୍ରମଣ ଯୋଗୁଁ ରୋଗୀର ରକ୍ତ ଶର୍କରାସ୍ତର ଅଧିକ ପ୍ରଭାବିତ ହୋଇଥାଏ।

କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ଡାଏବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଇନ୍‌ସୁଲିନ୍‌ କ୍ଷରଣ ଦୋଳାୟମାନ ଅବସ୍ଥାରେ ରହିଥାଏ। ଡାଏବେଟିସ୍‌ ରୋଗୀଙ୍କର ଯକୃତ, ବୃକକ୍, ଫୁସ୍‌ଫୁସ୍‌ ଓ ହୃଦୟ ସମ୍ବନ୍ଧୀୟ ସମସ୍ୟା ଥାଏ, ସେହି ରୋଗୀଙ୍କ କ୍ଷେତ୍ରରେ ଏହି କରୋନା ଭାଇରସର ସଂକ୍ରମଣ ଅଧିକ ମାତ୍ରାରେ ଦେଖାଦେଇଥାଏ।  

coronavirus risk for diabetic patient

କରୋନା ବେଳେ ଡାଏବେଟିସ୍‌କୁ କେମିତି କରିବେ ନିୟନ୍ତ୍ରଣ? (How to control diabetes during corona in Odia)

ଯେଉଁ ଡାଏବେଟିସ୍‌ ରୋଗୀମାନେ ନିଜ ଶର୍କରାକୁ ନିୟନ୍ତ୍ରଣ ରଖୁଛନ୍ତି, ସେମାନଙ୍କୁ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ଯୋଗୁଁ ବିଶେଷ କ୍ଷତି ହେଉନାହିଁ। ଯେଉଁ ଡାଏବେଟିସ୍‌ ରୋଗୀଙ୍କର ରକ୍ତ ଶର୍କରା ଦୋଳାୟମାନ ଅବସ୍ଥାରେ ରହୁଛି, ସେମାନଙ୍କୁ କରୋନା ଭୂତାଣୁ ଅଧିକ ପ୍ରଭାବିତ କରୁଛି। କରୋନା ଭୂତାଣୁ ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ। ତେଣୁ, ଡାଏବେଟିସ୍‌ ରୋଗୀ ନିଜର ଯତ୍ନ ନେବା ଜରୁରୀ। ଠିକ୍‌ ସମୟରେ ଖାଆନ୍ତୁ, ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଚାପ ମୁକ୍ତ ରହନ୍ତୁ।

ଶୀତ ଦିନେ ଡାଏବେଟିସ୍ ରୋଗୀଙ୍କ ଯତ୍ନ (Caring for diabetics in the winter in Odia)

ଶୀତଦିନେ ଡାଏବେଟିସ୍‌ ରୋଗୀଙ୍କର ବିଭିନ୍ନ ସମସ୍ୟା ଦେଖାଦିଏ। ତେଣୁ ଡାଏବେଟିସ୍‌ ରୋଗୀ ନିଜ ଶରୀରର ଉତ୍ତାପକୁ ପରିଚାଳନା କରିବା ପାଇଁ ଶୀତବସ୍ତ୍ର ପିନ୍ଧିବା ଦରକାର। ସେମାନଙ୍କ ତ୍ୱଚା ଶୁଷ୍କ ହୋଇଯାଏ, ତେଣୁ, ଶରୀରରେ ତେଲ ମାଲିସ୍‌ କରିବା ଜରୁରୀ।

ଜରୁରୀ ନ ଥିଲେ ଡାଏବେଟିସ୍‌ ରୋଗୀ ବାହାରକୁ ଯାଆନ୍ତୁ ନାହିଁ। ଯଦି ଯାଉଛନ୍ତି ଗହଳି ଥିବା ସ୍ଥାନକୁ ଯାଆନ୍ତୁ ନାହିଁ। ସବୁଜ ପନିପରିବା, ହଳଦୀ, ଲେମ୍ବୁ, ଅଣ୍ଡା ଓ ମାଛକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଯେଉଁ ଲୋକଙ୍କର କୋଲେଷ୍ଟ୍ରୋଲ ରହିଛି, ସେମାନେ ଅଣ୍ଡାର ହଳଦିଆ ଅଂଶ କାଢ଼ି ଖାଇବା ଉଚିତ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଆଲୋକ କାନୁନଗୋଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Diabetes & COVID-19, in Odia language, is based on an extensive interview with Diabetologist Dr Alok Kanungo.