ଡାକ୍ତର ମନୋଜ କୁମାର ସାହୁ 

ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ ‘ସ୍ୱାସ୍ଥ୍ୟ ପ୍ଲସ୍‌’କୁ ଦେଇଥିବା ସାକ୍ଷାତକାର ଆଧାରରେ।

ଦେହ ଖରାପ ହେଲେ ଆମେ ଯେଉଁ ମେଡିସିନ୍‌ ଖାଇଥାଉ ଏହା ଦ୍ୱାରା ରୋଗ ସିନା ଭଲ ହୋଇଯାଏ, ହେଲେ ଏହାର ପ୍ରଭାବ ଲିଭର ଉପରେ ପଡ଼ିଥାଏ। ଖାଦ୍ୟ ଖାଇବାରେ ଅନିୟମିତତା, ମେଡିସିନର ଅଧିକ ବ୍ୟବହାର ଭଳି ଅନେକ କାରଣରୁ ଲିଭରରେ ସମସ୍ୟା ଦେଖାଦେଇଥାଏ। ଏହାକୁ ଠିକ୍‌ ସମୟରେ ଚିକିତ୍ସା ନକଲେ ଲିଭର ଫେଲୱର୍‌ ହେବାର ଆଶଙ୍କା ରହିଛି।

ଲିଭର ଫେଲୱର୍‌ ପୂର୍ବରୁ ଏହା ୩ଟି ଷ୍ଟେଜ୍‌ ଦେଇ ଗତି କରେ। ପ୍ରାଥମିକ ଅବସ୍ଥାରେ ଲିଭର ରୋଗକୁ ଏକ୍ୟୁଟ୍‌ ହେପାଟାଇଟସ୍‌ କୁହାଯାଏ। ଲିଭରରେ ବହୁଦିନ ଧରି ସମସ୍ୟା ହେଲେ ଏହାକୁ କ୍ରୋନିକ ହେପାଟାଇଟସ ଏବଂ ଏହାଠୁ ଅଧିକ ହେଲେ ତାହାକୁ ‘ସିରୋସିସ୍‌ ଅଫ୍‌ ଲିଭର’ ବୋଲି କୁହାଯାଏ। ଏହାର ପର ଷ୍ଟେଜ୍‌ରେ ଲିଭର ଫେଲୱର୍‌ ହୋଇଯାଏ, ଯାହା ରୋଗୀର ମୃତ୍ୟୁର କାରଣ ସାଜିଥାଏ।

liver

ଏହା କହିଛନ୍ତି ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ। ନିକଟରେ ଓଡ଼ିଶାରେ ପ୍ରଥମଥର ପାଇଁ ଲିଭର ଟ୍ରାନ୍ସପ୍ଲାଣ୍ଟେସନ ହୋଇଥିଲା। ଯଶୋଦା ହସ୍‌ପିଟାଲ ଏବଂ ସମ୍‌ ହସ୍‌ପିଟାଲର ମିଳିତ ଉଦ୍ୟମରେ ୪୦ ଜଣିଆ ଡାକ୍ତରୀ ଟିମ୍‌ ଏହାକୁ ସଫଳତାର ସହ କରିଥିଲେ। ଡାକ୍ତର ମନୋଜ କୁମାର ସାହୁ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟେସନରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ।