ଆଜିକା ସମୟରେ ଅନେକ ଲୋକ କିଛି କାରଣ ନଥାଇ ଚିଡଚିଡ୍ ହୋଇଥା’ନ୍ତି। ତେବେ କେବେ ଭାବିଛନ୍ତି କାହିଁକି ଏମିତି ହେଉଛି? ଏହା ପଛରେ କାରଣ କ’ଣ ହୋଇପାରେ?
କାହିଁକି ହୁଏ
ସାଧାରଣତଃ କାମର ଚାପ ବଢ଼ିଲେ ତାହା ନିତିଦିନିଆ ଜୀବନଶୈଳୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଅନେକ କ୍ଷେତ୍ରରେ ଦେଖାଯାଇଥାଏ ଅଧିକ ଚାପ କାରଣରୁ ବ୍ୟକ୍ତି ଜଣଙ୍କ ଚିଡ୍ଚିଡ୍ ହୁଏ ଅବା ବିରକ୍ତିଭାବ ପ୍ରକାଶ କରିଥାଏ।
ଯଦି କାମର ଚାପ ବଢ଼ୁଛି ତେବେ ସେ ବ୍ୟକ୍ତିଜଣଙ୍କ ନିଜ ପାଇଁ ସମୟ ଦେବାକୁ ଭୁଲିଯାଆନ୍ତି, ଖାଇବାକୁ ଭୁଲିଯାଆନ୍ତି, ହସିବା ଭୁଲିଯାଆନ୍ତି ଯେଉଁଥି ପାଇଁ ରାଗ, ବିରକ୍ତିଭାବ ପ୍ରକାଶ ପାଇଥାଏ।
କ’ଣ କରିବେ
ଯଦି ଏମିତି ହେଉଛି ତେବେ ନିଜ ଜିବନଶୈଳୀ ଲାଗି ଏକ ରୁଟିନ୍ ପ୍ରସ୍ତୁତ କରନ୍ତୁ। ସବୁକାମ ଲାଗି ପ୍ରତିଦିନ ଅଳ୍ପସମୟ ହେଲେବି ସମୟ ବାହାର କରନ୍ତୁ।
ଅନ୍ୟମାନଙ୍କ ପାଇଁ ନୁହଁ କେମିତି ନିଜେ ଖୁସିରହିବେ ତାହା ଚିନ୍ତା କରିବା ଦରକାର। ଯେଉଁ କାର୍ଯ୍ୟରେ ଖୁସି ଲାଗୁଛି, ତାହା କରନ୍ତୁ। ନିଜ ପ୍ରିୟ ଜନ, ସାଙ୍ଗସାଥୀଙ୍କ ସହ ସମୟ ବିତାନ୍ତୁ। ଗୀତ ଶୁଣନ୍ତୁ ଓ ପ୍ରତ୍ୟେହ ଅଳ୍ପ କିଛି ବ୍ୟାୟାମ କରନ୍ତୁ।