କେମିତି ହୁଏ ନାକ ସର୍ଜରି(ରାଇନୋପ୍ଲାଷ୍ଟି)? ବିଶିଷ୍ଟ କସମେଟିକ୍ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜନ ଡାକ୍ତର ଲକ୍ଷ୍ମୀକାନ୍ତ ମିଶ୍ରଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।
- ନାକର ସର୍ଜରି (ରାଇନୋପ୍ଲାଷ୍ଟି) କ’ଣ?
- କସମେଟିକ୍ ରାଇନୋପ୍ଲାଷ୍ଟି କାହିଁକି ଦରକାର?
- ନାକର ସର୍ଜରୀ କେଉଁ ବୟସରେ କରିପାରିବେ?
- କେମିତି ହୁଏ କସମେଟିକ୍ ରାଇନୋପ୍ଲାଷ୍ଟି?
- ସର୍ଜରିରେ କେଉଁ ଟିସ୍ୟୁ ବ୍ୟବହାର କରାଯାଏ?
- ସର୍ଜରି ଦ୍ୱାରା କ’ଣ ପରିବର୍ତ୍ତନ କରିହେବ?
- ସର୍ଜରି ପରେ ସାବଧାନତା
- ରାଇନୋପ୍ଲାଷ୍ଟି ପାଇଁ ଖର୍ଚ୍ଚ କେତେ?
ନାକର ସର୍ଜରି (ରାଇନୋପ୍ଲାଷ୍ଟି) କ’ଣ? (What is Cosmetic Rhinoplasty in Odia)
କଥାରେ ଅଛି ନାକ ମୁହଁର ସୌନ୍ଦର୍ଯ୍ୟକୁ ବୃଦ୍ଧି କରେ ଓ ବ୍ୟକ୍ତିତ୍ୱକୁ ଆକର୍ଷିତ କରିଥାଏ। ସୁନ୍ଦର ନାକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ହେଲେ ଦୁର୍ଘଟଣା ଜନିତ ଆଘାତ ହେଉ ଅବା ଗ୍ରହଣ ଖଣ୍ଡିଆ କିମ୍ବା ନାକର ଆକୃତିରେ ଭିନ୍ନତା ଥାଏ, ତେବେ ପ୍ଲାଷ୍ଟିକ ସର୍ଜରି ମାଧ୍ୟମରେ ଏହାକୁ ଠିକ୍ କରିହେବ। ନାକର ଏହି ଆସ୍ତ୍ରୋପଚାରକୁ ରାଇନୋପ୍ଲାଷ୍ଟି ବୋଲି କୁହାଯାଏ। ଅନେକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରାଇନୋପ୍ଲାଷ୍ଟି ସର୍ଜରୀ କରିଥା’ନ୍ତି।
ଅଧିକ ପଢ଼ନ୍ତୁ: କସ୍ମେଟିକ୍ ସର୍ଜରୀ କ’ଣ ଓ ଏହା କାହିଁକି ଦରକାର?
କସମେଟିକ୍ ରାଇନୋପ୍ଲାଷ୍ଟି କାହିଁକି ଦରକାର? (The need for Cosmetic Rhinoplasty in Odia)
କୌଣସି ଦୁର୍ଘଟଣା ଜନିତ ଆଘାତ ଲାଗିବା ପରେ ଯଦି ନାକ ସମ୍ପୂର୍ଣ୍ଣ ଭାବେ ଦବି ଯାଇଥାଏ, ତେବେ କସ୍ମେଟିକ୍ ସଜର୍ରି ମାଧ୍ୟମରେ ନାକ ଉଠାଇ ହେବ। ଏହାଛଡ଼ା ନାକର ଆକୃତିରେ କିଛି ପରିବର୍ତ୍ତନ ଚାହୁଁଥିଲେ କିମ୍ବା ଗ୍ରହଣ ଖଣ୍ଡିଆ ହୋଇଥିଲେ କସ୍ମେଟିକ୍ ରାଇନୋପ୍ଲାଷ୍ଟି କରି ନାକକୁ ଠିକ୍ କରିହେବ।
ନାକର ସର୍ଜରୀ କେଉଁ ବୟସରେ କରିପାରିବେ? (At what age can nose surgery be performed in Odia)
କସ୍ମେଟିକ୍ ସର୍ଜରୀ ବା ରାଇନୋପ୍ଲାଷ୍ଟି ସବୁବେଳେ ୧୬ ବର୍ଷ ବୟସ ପରେ କରାଯାଇଥାଏ।
କେମିତି ହୁଏ କସ୍ମେଟିକ୍ ରାଇନୋପ୍ଲାଷ୍ଟି? (How is Cosmetic Rhinoplasty perform in Odia)
କସ୍ମେଟିକ୍ ରାଇନୋପ୍ଲାଷ୍ଟି କରିବା ପୂର୍ବରୁ ରକ୍ତ ପରୀକ୍ଷା, ପରିସ୍ରା କରୀକ୍ଷା, ଇସିଜି ଆଦି ପରୀକ୍ଷା କରାଯାଏ। ତା’ ସହିତ ଯଦି ଦୁର୍ଘଟଣା ହୋଇଛି ତାହାହେଲେ ପାରାନାଜାଲ ସାଇନସ୍ ଏବଂ ଦୁର୍ଘଟଣା ଯୋଗୁଁ ନାକ ଯଦି ପୂରା ବଦଳିଯାଇଛି, ତେବେ ମୁହଁର ୩D ସିଟି ସ୍କାନ କରାଯାଇଥାଏ। ଏହାଦ୍ୱାରା ନାକ କେତେ ବଙ୍କା ହୋଇଛି ଓ କେଉଁଭଳି ଆକୃତି ଦେଇ ହେବ ତାହା ଜାଣିହୁଏ।
କସମେଟିକ୍ ରାଇନୋପ୍ଲାଷ୍ଟି ଓପନ୍ ସଜର୍ରି ଓ କ୍ରୋଜ୍ ସର୍ଜରି ମାଧ୍ୟମରେ କରାଯାଏ।
କ୍ରୋଜ୍ ରାଇନୋପ୍ଲାଷ୍ଟିରେ ନାକରେ କୌଣସି ଦାଗ ଜଣାପଡ଼ିନଥାଏ।
ଅଧିକ ପଢ଼ନ୍ତୁ: କେମିତି କମିବ ଦୀର୍ଘ ଦିନର ଶାରୀରିକ ଯନ୍ତ୍ରଣା? – ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି
ସର୍ଜରିରେ କେଉଁ ଟିସ୍ୟୁ ବ୍ୟବହାର କରାଯାଏ? (Which tissue is used in surgery in Odia)
ସର୍ଜରିରେ ଦୁଇ ପ୍ରକାରର ଟିସ୍ୟୁ ବ୍ୟବହାର କରାଯାଇଥାଏ। ଯେପରିକି ୟେଲୋଗ୍ରାପ୍ଟ ଓ ଅଟୋଗ୍ରାପ୍ଟ। ବାହାର ଟିସ୍ୟୁକୁ ୟେଲୋଗ୍ରାପ୍ଟ କୁହାଯାଏ ଓ ନିଜ ଶରୀରର ଟିସ୍ୟୁକୁ ବ୍ୟବହାର କଲେ ତାକୁ ଅଟୋଗ୍ରାପ୍ଟ କୁହାଯାଏ। କାନ ପଛ ପଟରୁ, ଅଣ୍ଟାର ହାଡ଼ରୁ, ଛାତିରୁ, ମୁଣ୍ଡର ହାଡ଼ରୁ ଟିସ୍ୟୁ ନେଇ ଦବିଯାଇଥିବା ନାକକୁ ଉଠାଇହୁଏ।
କେତେକ ଲୋକ ନିଜ ଶରୀରରୁ ଟିସ୍ୟୁ ବ୍ୟବହାର ନ କରି ସିଲିକନ୍ ଟିସ୍ୟୁ ବ୍ୟବହାର କରିଥାଆନ୍ତି। ହେଲେ କେତେକ ଲୋକଙ୍କଠାରେ ସିଲିକନ୍ ଟିସ୍ୟୁ ସୁହାଇନଥାଏ, ଫଳରେ ବାହାର କରିବାକୁ ପଡ଼ିଥାଏ।
ସର୍ଜରି ଦ୍ୱାରା କ’ଣ ପରିବର୍ତ୍ତନ କରିହେବ? (What can be changed by surgery in Odia)
କସ୍ମେଟିକ୍ ରାଇନୋପ୍ଲାଷ୍ଟି ସାହାଯ୍ୟରେ ନାକକୁ ବିଭିନ୍ନ ଆକୃତି ଦେଇ ଦେଇହୁଏ। କେତେକ ଲୋକଙ୍କର ବଡ଼ ଅକାରର ନାକପୁଡ଼ା ଥାଏ। ତାକୁ ମଧ୍ୟ ସର୍ଜରୀ ମାଧ୍ୟମରେ ଛୋଟ କରିହୁଏ।
ମୋଟାଲୋକଙ୍କର ଓଜନ କମ୍ ହେବା ପରେ ସେମାନଙ୍କର ତ୍ୱଚା ଢିଲା ହୋଇଯାଇଥାଏ ଓ ନାକର ଆକୃତି ଅଳ୍ପ ମାତ୍ରାରେ ବଦଳିଯାଏ। ନାକକୁ ପୂର୍ବ ଭଳି ଆକୃତି ଦେବା ପାଇଁ ଫିଲର ବ୍ୟବହାର କରାଯାଇଥାଏ।
ସର୍ଜରୀ ପରେ ସାବଧାନତା (Precaution after surgery in Odia)
ସାଧାରଣତଃ ସର୍ଜରୀ ପରେ ମୁହଁ ଫୁଲିଯିବାର ଆଶଙ୍କା ଥାଏ। ଏଥିପାଇଁ ଆଣ୍ଟିବାୟୋଟିକ୍ ଖାଇବାକୁ ଦିଆଯାଇଥାଏ। ରାଇନୋପ୍ଲାଷ୍ଟି ସର୍ଜରୀ କରିଥିବା ବ୍ୟକ୍ତିଙ୍କୁ ମାସେ ପର୍ଯ୍ୟନ୍ତ ଦୌଡ଼ିବାକୁ, ପହଁରିବାକୁ ଓ ଜିମ୍ ଯିବାକୁ ମନାକରାଯାଇଥାଏ।
ରାଇନୋପ୍ଲାଷ୍ଟି ପାଇଁ ଖର୍ଚ୍ଚ କେତେ? (What is the cost of Cosmetic Rhinoplasty in Odia)
ସ୍ୱଳ୍ପ ମୂଲ୍ୟରେ କସ୍ମେଟିକ୍ ରାଇନୋପ୍ଲାଷ୍ଟି ସର୍ଜରି କରିପାରିବେ। ଏହି ସର୍ଜରୀ କରିବା ପାଇଁ ରୋଗୀଙ୍କୁ ୨ରୁ ୩ ଦିନ ହସ୍ପିଟାଲରେ ରହିବାକୁ ପଡ଼ିଥାଏ।
ପୂର୍ବରୁ ପ୍ଲାଷ୍ଟିକ୍ ସର୍ଜରୀ କରିବା ପାଇଁ ଲୋକଙ୍କୁ ଓଡ଼ିଶାରୁ ବାହାରକୁ ଯିବାକୁ ପଡ଼ୁଥିଲା। ହେଲେ ବର୍ତ୍ତମାନ ଓଡ଼ିଶାରେ ଏହି ସୁବିଧା ମିଳିପାରୁଛି।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Rhinoplasty, in Odia language, is based on an extensive interview with Cosmetic & Plastic Surgeon Dr Laxmi Kanta Mishra.