ଅଧିକାଂଶ ଲୋକେ ଅଣ ମେଡିକାଲ ମାସ୍କ ବା କପଡ଼ା ମାସ୍କ ବ୍ୟବହାର କରୁଛନ୍ତି। ହେଲେ କପଡ଼ା ମାସ୍କ ପିନ୍ଧିବା ପୂର୍ବରୁ ଆମକୁ ସାବଧାନତା ଅବଲମ୍ବନ କରିବାକୁ ହେବ। (how to wear a non medical fabric mask safely in odia)

corona mask

କୋଭିଡ୍‌-୧୯ ବା କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କୋଭିଡ ୧୯ର ସଂକ୍ରମଣକୁ ରୋକିବାକୁ ହେଲେ ସର୍ବସାଧାରଣ ସ୍ଥାନମାନଙ୍କରେ ଲୋକେ ମାସ୍କ ଲଗାଇ ମୁହଁ ଢାଙ୍କିବା ଦରକାର ବୋଲି WHO ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

  • ମାସ୍କ ଛୁଇଁବା ପୂର୍ବରୁ ହାତକୁ ସଫା କରନ୍ତୁ ବା ସାବୁନ ପାଣିରେ ଧୁଅନ୍ତୁ।
  • ମାସ୍କକୁ ମୁହଁରେ ବାନ୍ଧିବା ବେଳେ ଧ୍ୟାନ ଦିଅନ୍ତୁ ଯେପରି ମାସ୍କ ଓ ଆପଣଙ୍କ ମୁହଁ ମଧ୍ୟରେ କୌଣସି ଫାଙ୍କା ସ୍ଥାନ ନ ରହେ।
  • ମାସ୍କରେ ନାକ, ପାଟି ଓ ଥୋଡ଼ିକୁ ଢାଙ୍କି ରଖନ୍ତୁ।
  • ମାସ୍କକୁ ଛୁଅଁନ୍ତୁ ନାହିଁ।
  • ମାସ୍କକୁ ମୁହଁରୁ ବାହାର କରିବା ପୂର୍ବରୁ ହାତକୁ ଧୁଅନ୍ତୁ।
  • ମାସ୍କକୁ ବାହାର କରିବା ବେଳେ ପ୍ରଥମେ କାନ ପଛରୁ ଷ୍ଟ୍ରାପ ବାହାର କରନ୍ତୁ।
  • ମାସ୍କକୁ ଆଉ ଥରେ ବ୍ୟବହାର କରିବା ପାଇଁ ତାକୁ ଏକ ପରିସ୍କାର ପ୍ଲାଷ୍ଟିକ୍‌ ବ୍ୟାଗରେ ରଖନ୍ତୁ।
  • ମାସ୍କକୁ ସର୍ଫ ବା ସାବୁନ ପାଣିରେ ଧୁଅନ୍ତୁ। ଗରମ ପାଣିରେ ଧୋଇଲେ ଅଧିକ ଭଲ।
  • ପ୍ରତିଦିନ ଧୁଆ ମାସ୍କ ପିନ୍ଧନ୍ତୁ।
  • ମାସ୍କକୁ ମୁହଁରୁ ବାହାର କରି ସାରିବା ପରେ ହାତକୁ ଧୁଅନ୍ତୁ।

କ’ଣ କରିବେ ନାହିଁ?

  • ଖରାପ ଓ ଅପରିସ୍କାର ମାସ୍କକୁ ବ୍ୟବହାର କରନ୍ତୁ ନାହିଁ।
  • ମୁହଁରେ ଢିଲା ମାସ୍କ ପିନ୍ଧନ୍ତୁ ନାହିଁ।
  • ମାସ୍କକୁ ନାକର ତଳେ ପିନ୍ଧନ୍ତୁ ନାହିଁ।
  • ଯେଉଁ ସ୍ଥାନରେ ୧ ମିଟର ଭିତରେ ଲୋକ ଅଛନ୍ତି, ସେଠାରେ ମାସ୍କ କାଢ଼ନ୍ତୁ ନାହିଁ।
  • ଓଦା ମାସ୍କ ବ୍ୟବହାର କରନ୍ତୁ ନାହିଁ।
  • ନିଜ ମାସ୍କକୁ ଅନ୍ୟ କାହା ସହ ସେୟାର କରନ୍ତୁ ନାହିଁ।