କରୋନା ସମୟରେ WHO ବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଖାଦ୍ୟ ସୁରକ୍ଷାକୁ ନେଇ ଏକ ଗାଇଡ ଲାଇନ ଜାରି କରିଛି। ଖାଦ୍ୟ ପ୍ରସ୍ତୁତ କରିବା ଓ ବଜାରରୁ ପରିବା କିଣିବା ସମୟରେ କିପରି ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦେବେ ସେ ବିଷୟରେ ଏଥିରେ ସୂଚନା ଦିଆଯାଇଛି।

diet_healthy foodଖାଦ୍ୟ ପ୍ରସ୍ତୁତ ବା ରାନ୍ଧିବା ସମୟରେ ଏହା ପୂର୍ବରୁ ହାତକୁ ଭଲ ଭାବରେ ଧୁଅନ୍ତୁ। ଶୌଚ ବା ଟଏଲେଟରୁ ଆସିବା ପରେ ହାତକୁ ଭଲ ଭାବରେ ସାବୁନରେ ଧୁଅନ୍ତୁ। ଖାଦ୍ୟ ପ୍ରସ୍ତୁତ ହେଉଥିବା ସମସ୍ତ ଜିନିଷକୁ ଭଲ ଭାବରେ ଧୋଇବା ଆବଶ୍ୟକ। ଖାଦ୍ୟକୁ କୀଟ ପତଙ୍କ ଓ ଜୀବ ଜନ୍ତୁଙ୍କଠାରୁ ଦୂରରେ ରଖନ୍ତୁ।

ଖରାପ ବା ଅପରିଷ୍କାର ସ୍ଥାନରେ ବସି କରି ଆସିଥିବା କୀଟପତଙ୍ଗ ଯଥା ମାଛିକୁ ଖାଦ୍ୟ ଉପରେ ବସିବାକୁ ଦିଅନ୍ତୁ ନାହିଁ। ଖାଇବା ସମୟରେ ଖାଦ୍ୟକୁ ଗରମ କରି ଖାଆନ୍ତୁ। ରାନ୍ଧିବା ପରେ ଖାଦ୍ୟକୁ ସର୍ବଦା ଘୋଡେ଼ଇ ରଖନ୍ତୁ।

କଞ୍ଚା ମାଂସ ଏବଂ ମାଛରେ ଅନେକ ଜୀବାଣୁ ବା ଭାଇରସ ଥାନ୍ତି। ତେଣୁ ମାଂସ, ମାଛ, ଚିଙ୍ଗୁଡ଼ିକୁ ଅନ୍ୟ ଖାଦ୍ୟ ପଦାର୍ଥଠାରୁ ଦୂରରେ ରଖନ୍ତୁ। ଏହାର ବାସନ କୁସନ ମଧ୍ୟ ଅଲଗା ରଖନ୍ତୁ। ମାଛ ମାଂସ କାଟୁଥିବା ଛୁରି କିମ୍ବା ପିନିକି ଅଲଗା କରନ୍ତୁ ଓ ଏହାକୁ ଭଲ ଭାବରେ ସଫା କରନ୍ତୁ।

ଖାଦ୍ୟକୁ ଭଲ ଭାବରେ ଗରମ କରନ୍ତୁ । ମାଛ, ମାଂସ, ଅଣ୍ଡା, ଚିକେନ ଓ ଅନ୍ୟାନ ଆମିଷ ଖାଦ୍ୟଦ୍ରବ୍ୟକୁ ଭଲ ଭାବରେ ରୋଷେଇ କରନ୍ତୁ। ଏହାକୁ ଅତି କମରେ ୭୦ ଡିଗ୍ରୀରେ ସିଝାଇ ପରେ ରାନ୍ଧି କରି ଖାଆନ୍ତୁ।

ରନ୍ଧା ଖାଦ୍ୟକୁ ଅଧିକ ସମୟ ବାହାରେ ରଖନ୍ତୁ ନାହିଁ। ଫ୍ରିଜରେ ରଖନ୍ତୁ। ଖାଦ୍ୟ ଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ଗରମ କରନ୍ତୁ। ଫ୍ରିଜରେ ଅଧିକ ଦିନ ଖାଦ୍ୟ ରଖନ୍ତୁ ନାହିଁ।

ଘରେ ରହୁଥିବା ଖାଦ୍ୟରେ ରୋଗ ଜୀବାଣୁ ବହୁତ ଜଲଦି ବୃଦ୍ଧି ପାଆନ୍ତି। ମାତ୍ର ୫ ଡିଗ୍ରୀରୁ କମ ଓ ୬୦ ଡିଗ୍ରୀରୁ ଅଧିକ ହେଲେ ଏମାନେ ନଷ୍ଟ କିମ୍ବା ନିଷ୍କ୍ରିୟ ହୋଇଯାଆନ୍ତି। ମାତ୍ର କିଛି ଜୀବାଣୁ ୫ ଡିଗ୍ରୀରେ ମଧ୍ୟ ବୃଦ୍ଧି ପାଆନ୍ତି। ତେଣୁ ଖାଦ୍ୟ ଗରମ କରି ଖାଇବା ଉଚିତ।

ଖାଇବା ଓ ପିଇବା ସମୟରେ ସଫା ଓ ପରିଷ୍କାର ପାଣି ବ୍ୟବହାର କରନ୍ତୁ। ପାଣିକୁ ଫୁଟାଇ ପରେ ସାଧାରଣ ତାପମାତ୍ରାରେ ଏହାକୁ ପିଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ।

ଫଳ ଓ ପନିପରିବାକୁ ବାହାରୁ ଆଣିବା ପରେ ଭଲ ଭାବରେ ଧୁଅନ୍ତୁ। ସତେଜ ଏବଂ ସବୁଜ ପନିପରିବା ଖାଆନ୍ତୁ। ଏକ୍ସପାୟରି ବା ସମୟ ସୀମା ସରିଯାଇଥିବା ଖାଦ୍ୟ ବ୍ୟବହାର କରନ୍ତୁ ନାହିଁ।

ପରିବା ଉପରେ ବାହାର ଜୀବାଣୁ ଲାଗି ରହିଥାନ୍ତି। ତେଣୁ କଞ୍ଚା ପନିପରିବାକୁ ଭଲ ଭାବରେ ଧୋଇବା ପରେ କାଟନ୍ତୁ।