କରୋନା ଭୂତାଣୁର ଚିକିତ୍ସା ପାଇଁ କୌଣସି ଔଷଧ କିମ୍ବା କୌଣସି ପ୍ରତିଷେଧକ ଟିକା ବାହାରି ନାହିଁ। ତେବେ ଏହି ଭୂତାଣୁ ପାଇଁ କେବେ ବାହାରିବ ପ୍ରତିଷେଧକ ଟିକା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା।

କୋଭିଡ୍‌-୧୯ ବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ବଡ଼ ବଡ଼ ଦେଶ ଗବେଷଣା ଜାରି ରଖିଛନ୍ତି।

କେମିତି ତିଆରି ହୁଏ ଭୂତାଣୁ ଲାଗି ଟିକା?

ଭୂତାଣୁ ମଣିଷ ଶରୀରର କୋଷକୁ ବ୍ୟବହାର କରି ନିଜର ବଂଶ ବୃଦ୍ଧି କରେ। ଏହି ଭୂତାଣୁର ମୁକାବିଲା ପାଇଁ ପ୍ରତିଷେଧକ ହିଁ ଏକମାତ୍ର ମାଧ୍ୟମ। କୌଣସି ଭୂତାଣୁର ପ୍ରତିଷେଧକ ଟିକା ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ପର୍ଯ୍ୟାୟ ରହିଛି।

କରୋନା ଭୂତାଣୁ ଏକ ବହୁରୂପୀ ଘାତକ ପାଲଟିଛି। କରୋନା ଭୂତାଣୁ ନିଜର ରୂପ ପରିବର୍ତ୍ତନ କରୁଛି। ବର୍ତ୍ତମାନ ଯାଏଁ ଏହି ଭୂତାଣୁ ୧୧ ଥର ରୂପ ପରିବର୍ତ୍ତନ କରିସାରିଛି। ତେଣୁ ଟିକା ଗୋଟିଏ ପ୍ରକାରର ରୂପ ବିରୋଧରେ ପ୍ରସ୍ତୁତ କରାଯାଏ, ତା’ହାଲେ ତାହା ୧୧ଟା ପ୍ରକାରକୁ ରୋକିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି?

Corona 1

ଏଭଳି ସ୍ଥିତିରେ କରୋନା ଭାଇରସର ୧୧ଟା ପ୍ରକାର ମଧ୍ୟରୁ ଗୋଟିଏ ପ୍ରକାର ରୂପକୁ ଟାର୍ଗେଟ କରି ଟିକା ପ୍ରସ୍ତୁତ କରାଯିବ। ଗୋଟେ ଟିକା ପ୍ରସ୍ତୁତ ହେବା ପରେ ଏହାକୁ ପଶୁମାନଙ୍କ ଶରୀରରେ ପରୀକ୍ଷା କରାଯାଏ। କିନ୍ତୁ କରୋନା ଭୂତାଣୁ ପାଇଁ ପ୍ରସ୍ତୁତ ଟିକାକୁ ସବୁ ପ୍ରକାର ପଶୁମାନଙ୍କଠାରେ ପ୍ରଭାବ ପକାଏ ନାହିଁ।

ବର୍ତ୍ତମାନ ବୈଜ୍ଞାନିକମାନେ ଅଷ୍ଟ୍ରେଲିଆର ଫେରେଟ୍‌ ବୋଲି ଏକ ବିଲେଇ ଶ୍ରେଣୀର ପଶୁ ଉପରେ କରୋନା ଟିକା ପରୀକ୍ଷା କରୁଛନ୍ତି। ଏହାପରେ ମଣିଷଙ୍କଠାରେ ପ୍ରି-କ୍ଲିନିକାଲ ଅନୁଧ୍ୟାନ କରାଯାଏ। ଏହିସବୁ ସ୍ତରରେ ସଫଳତା ପରେ ଗୋଷ୍ଠୀ ସ୍ତରରେ ଟିକାକୁ ବ୍ୟବହାର କରାଯାଇଥାଏ।

ସଫଳ ଟିକା ପ୍ରସ୍ତୁତ କରିବା ପାଇଁ ୩ରୁ ୫ ବର୍ଷ ସମୟ ଲାଗିଥାଏ। ବତ୍ତର୍ମାନ ପର୍ଯ୍ୟାୟରେ କରୋନା ଭୂତାଣୁର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ବୈଜ୍ଞାନିକମାନେ ଟିକା ତିଆରିର କିଛିଟା ପ୍ରକ୍ରିୟାକୁ ବାଦ୍‌ ଦେଇ ରାପିଡ୍‌ ଟିକା ତିଆରି ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ରାପିଡ୍‌ ଭାକ୍ସିନ୍‌ ତିଆରି କରିବାରେ ଆଗରେ ଅଛି ଅକ୍ସପୋର୍ଡ ୟୁନିଭର୍ସିଟି। CHADOX1 ଟେକ୍ନୋଲୋଜି ସହିତ ୧୨ଟି ପରୀକ୍ଷା କରାଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୮୦ ପ୍ରକାର ଟିକା ତିଆରି କରିବାରେ ଲାଗିଛନ୍ତି ବୈଜ୍ଞାନିକ। ଏଥିରୁ ୮ ପ୍ରକାର ଟିକା ଟ୍ରାଏଲ ସ୍ତରକୁ ଆସିଲାଣି। ଅକ୍ସପୋର୍ଡ ୟୁନିଭର୍ସିଟିର ଟାର୍ଗେଟ ଅଛି ଯେ ସେପ୍ଟେମ୍ବର ମାସ ସୁଦ୍ଧା ସେମାନେ ୧ ମିଲିୟନ ଟିକା ତିଆରି କରିବାରେ ଲକ୍ଷ୍ୟ ରଖିଛନ୍ତି। ଭାରତରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ମଧ୍ୟ ୨୦୨୧ ସୁଦ୍ଧା ଟିକା ପ୍ରସ୍ତୁତ କରିବେ ବୋଲି ଦାବି କରିଛନ୍ତି।

(A brief medical advice, in Odia language, on Covid – 19 vaccine development & when will the vaccine arrive, based on the interview with Professor Dr Jyoti Ranjan Parida, Head of the Immunology and Rheumatology Department, Sum hospital.)