ଆର୍‌ଟିପିସିଆର୍‌ ଟେଷ୍ଟ କ’ଣ? କେତେବେଳେ ଜଣେ କୋଭିଡ୍‌ ପରୀକ୍ଷା କରିବେ? ଏସମସ୍ତ ବିଷୟକୁ ବିସ୍ତୃତ ଭାବେ କହିଛନ୍ତି ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ବିଶ୍ଵବିଦ୍ୟାଳୟର କୁଳସଚିବ ଡାକ୍ତର କ୍ଷୀରୋଦ କୁମାର ରାଉତ।

କେତେବେଳେ ଜଣେ କୋଭିଡ୍ ପରୀକ୍ଷା କରିବେ? (When should the COVID19 test be done in Odia)

ଆପଣ ଯଦି କୋଭିଡ୍‌ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ବା ଆପଣଙ୍କୁ ଦୁର୍ବଳ ଲାଗିବା, ଜ୍ୱର ହେବା, ଶୁଖିଲା କାଶ ହେବା, ପତଳା ଝାଡ଼ା ହେବା, ଭୋକ ନ ଲାଗିବା, ବାସ୍ନା ବାରି ପାରିବା ଭଳି ଲକ୍ଷଣ ଦେଖାଦେଉଛି, ତେବେ ଆପଣ କୌଣସି ବାହ୍ୟ ସଂକ୍ରମଣ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କୋଭିଡ୍‌ର ଦ୍ୱିତୀୟ ଲହର ବେଳେ ଆପଣଙ୍କୁ ଯେକୌଣସି ସଂକ୍ରମଣ ହେଲେ ଆପଣ କୋଭିଡ୍‌ ପରୀକ୍ଷା କରାଇ ନେବା ଆବଶ୍ୟକ।

ଅଧିକ ପଢ଼ନ୍ତୁ: କୋଭିଡ୍‌ ରୋଗୀଙ୍କର ଅକ୍ସିଜେନ୍‌ ସ୍ତର କମୁଛି କାହିଁକି?

ଆର୍‌ଟିପିସିଆର୍‌ ଟେଷ୍ଟ୍ କ’ଣ? (What is RT-PCR test in Odia)

ଦେହରେ କରୋନା ଭୂତାଣୁ ଅଛି କି ନାହିଁ ଜାଣିବା ପାଇଁ ଆର୍‌ଟିପିସିଆର୍‌ (Reverse transcription polymerase chain reaction) ଟେଷ୍ଟ କରାଯାଏ। କରୋନାର ସାର୍‌ସ କୋଭିଡ୍‌-୨କୁ ଚିହ୍ନାଇବାରେ ଆର୍‌ଟିପିସିଆର୍‌ ୯୦ରୁ ୧୦୦ ପ୍ରତିଶତ ସକ୍ଷମ।

ଆର୍‌ଟିପିସିଆର୍‌ ଓ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟରେ ଫରକ୍ (Know the difference between RT-PCR and Antigen Test in Odia)

ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟରେ ୧୫ରୁ ୩୦ ମିନିଟ୍‌ ମଧ୍ୟରେ ରିପୋର୍ଟ ଆସିଯାଏ। କିନ୍ତୁ ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟ ବାହାରିବା ପାଇଁ ପାଖାପାଖି ୫ ଘଣ୍ଟା ସମୟ ଲାଗିଥାଏ। ଯେଉଁ ସ୍ଥାନଗୁଡ଼ିକରେ ଅଧିକରୁ ଅଧିକ ସଂକ୍ରମିତ ଅଛନ୍ତି ବା କରୋନା ହଟ୍‌ସ୍ପଟ୍‌, ସେହି ସ୍ଥାନଗୁଡ଼ିକରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଙ କରାଯାଏ।

ସାଧାରଣତଃ ଯେଉଁମାନଙ୍କଠାରେ କୋଭିଡ୍‌ର ଲକ୍ଷଣ ଅଛି ବା ଲକ୍ଷଣ ହେବାର ସମ୍ଭାବନା ଥାଏ, ସେମାନେ ଆର୍‌ଟିପିସିଆର୍‌ ଟେଷ୍ଟ କରନ୍ତି। ହେଲେ କୋଭିଡ୍‌ରୁ ସୁସ୍ଥ ହୋଇଥିବା ଲୋକ ଆର୍‌ଟିପିସିଆର୍‌ ଟେଷ୍ଟ କରିବା ଦରକାର ନାହିଁ।

ନାକରୁ ସ୍ୱାବ ନେଇ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯାଏ।

corona

ଅଧିକ ପଢ଼ନ୍ତୁ: ଅମ୍ଳଜାନ ସ୍ତର ମାପିବ ପଲ୍ସ ଅକ୍ସିମିଟର – ଜାଣନ୍ତୁ କେମିତି କରିବେ ବ୍ୟବହାର?

କୋଭିଡ୍‌ରୁ ସୁସ୍ଥ ହେବା ପରେ ପୁଣି ଟେଷ୍ଟ ଦରକାର କି? (Should we need RT-PCR Test again after recovering from COVID-19 in Odia)

ଜଣେ କୋଭିଡ୍‌ ଆକ୍ରାନ୍ତ ହେଲେ ୯ରୁ ୧୦ ଦିନ ମଧ୍ୟରେ ଭୂତାଣୁ କମିବା ଆରମ୍ଭ କରେ। ଭାଇରସ୍‌ ବଂଶବୃଦ୍ଧି କରିବା ବନ୍ଦ କରିଦେଲେ ତାକୁ ଆର୍‌ଟିପିସିଆର୍‌ରେ ଚିହ୍ନିବା କଷ୍ଟ। କିନ୍ତୁ, ଯଦି ଜଣେ ପଜିଟିଭ୍‌ ହେଉଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି, ତେବେ ନେଗେଟିଭ୍‌ ପାଇଁ ଆଉ ଥରେ ଟେଷ୍ଟ କରିବା ଦରକାର ନାହିଁ।

କାହିଁକି ରୂପ ବଦଳାଉଛି କୋଭିଡ୍? (Why COVID-19 is changing in Odia)

ଯେତେବେଳେ ଗୋଟେ ଭୂତାଣୁମଣିଷ କିମ୍ବା ପଶୁ ଶରୀରରେ ରହିବାର ରେଜିଷ୍ଟାନ୍ସ ମିଳେ ଏବଂ ଭୂତାଣୁ ମନଇଛା ବଂଶବୃଦ୍ଧି କରିପାରେ ନାହିଁ ଫଳରେ ସେ ମଣିଷର ଆଣ୍ଟିବଡିକୁ ନଷ୍ଟ କରିବା ପାଇଁ ଚେଷ୍ଟା କରେ। ମଣିଷ ଶରୀରରେ ବଞ୍ଚିରହିବା ପାଇଁ ଭୂତାଣୁଗୁଡ଼ିକ ମ୍ୟୁଟେଟ୍‌ କରେ ବା ରୂପ ବଦଳାଏ।

କୋଭିଡ୍‌ରୁ କିପରି ପାଇବେ ରକ୍ଷା? (How to protect yourself from COVID-19 in Odia)

କୋଭିଡ୍‌ରୁ ରକ୍ଷା ପାଇବାକୁ ହେଲେ ହର୍ଡ ଇମ୍ୟୁନିଟି ତିଆରି କରିବାକୁ ହେବ। ହର୍ଡ ହେଉଛି ଗୋଟେ ଗୋଷ୍ଠୀରେ ଯେତେ ଅଧିକରୁ ଅଧିକ ଲୋକ ସୁରକ୍ଷିତ ହେବେ, ତା ଭିତରେ ଯେଉଁମାନେ ସୁରକ୍ଷା ବାହାରେ ସେମାନେ ବି ବଞ୍ଚିପାରିବେ। ଅଧିକାଂଶ ଲୋକ କୋଭିଡ୍‌ରୁ ସୁରକ୍ଷିତ ହେବା ପରେ ଏବଂ ଦୁଇଟି ଡୋଜ୍‌ ଟିକା ନେବା ପରେ ବାକି ଲୋକ ସଂକ୍ରମଣରୁ ବଞ୍ଚିଯିବେ। କାରଣ କେଉଁଠି ନା କେଉଁଠି ଏହି ଭୂତାଣୁ ସଂକ୍ରମଣର ଚେନ୍‌ଟା ଭାଙ୍ଗିଯିବ। ସମ୍ପୂର୍ଣ୍ଣ ଗୋଷ୍ଠୀ ଏହି ସଂକ୍ରମଣରୁ ରକ୍ଷା ପାଇଯିବ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର କ୍ଷୀରୋଦ କୁମାର ରାଉତଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on RT-PCR Test, in Odia language, is based on an extensive interview with Dr Khirod Kumar Rout.