କେତେବେଳେ ଜାଣିବେ ଧଳାସ୍ରାବ ଅସାଧାରଣ? ଦୁର୍ଗନ୍ଧଯୁକ୍ତ ହ୍ୱାଇଟ୍ ଡିସ୍ଚାର୍ଜକୁ ରୋକିବେ କିପରି? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଅଲ୍କତା ଦାସ କ’ଣ କହୁଛନ୍ତି, ଜାଣନ୍ତୁ।
ହ୍ୱାଇଟ୍ ଡିସ୍ଚାର୍ଜ ବା ଲ୍ୟୁକୋରିଆ ଏକ ସାଧାରଣ ସମସ୍ୟା। ପ୍ରତ୍ୟେକ ମହିଳାଙ୍କର ଧଳାସ୍ରାବ ହେବା ଏକ ସାଧାରଣ କଥା। ହେଲେ ବେଳେ ବେଳେ ଏହା ଚିନ୍ତାଜନକ ହୋଇଥାଏ।
କେମିତି ଜାଣିବେ ଧଳା ସ୍ରାବ ଅସାଧାରଣ? (How do you know that white discharge is unusual in Odia)
ଗର୍ଭାଶୟର ତଳ ଭାଗକୁ ସର୍ଭିକ୍ସ କୁହାଯାଏ। ସର୍ଭିକ୍ସରେ ଥିବା ଗ୍ରନ୍ଥିରୁ ଧଳାରଙ୍ଗର ସ୍ରାବ କ୍ଷରଣ ହୋଇଥାଏ। ମାସିକ ଋତୁସ୍ରାବ ବେଳେ ମହିଳାଙ୍କ ଶରୀରରେ ହରମୋନ୍ ପରିବର୍ତ୍ତନ ହୋଇଥାଏ। ଫଳରେ ଧଳାସ୍ରାବ ହୋଇଥାଏ।
ହ୍ୱାଇଟ୍ ଡିସ୍ଚାର୍ଜ ସବୁବେଳେ ଖରାପ ନୁହେଁ। ଏହା ଯୋନିକୁ ସଫା ରଖିବା ସହ ଓଦା କରିକି ରଖେ। ମେନୋପଜ୍ ପରେ ତଥା ମାସିକ ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ମହିଳାଙ୍କର ଭାଜିନାଲ ଡ୍ରାଏନେସ୍ ବା ଶୁଷ୍କ ହୋଇଯାଏ। ଫଳରେ ବିଭିନ୍ନ ସଂକ୍ରମଣ ହୋଇପାରେ।
ପିରିୟଡ୍ସ ସରିଲା ପରେ ଶରୀରରେ ଇଷ୍ଟ୍ରାଜେନ୍ ହରମୋନ୍ ବଢ଼ିଥାଏ, ଫଳରେ ପିରିୟଡ୍ସ ପରେ ଧଳାସ୍ରାବ ହୋଇଥାଏ। ପିରିୟଡ୍ସ ହେବାର କିଛି ଦିନ ପୂର୍ବରୁ ଓ ପିରିୟଡ୍ସର କେତେଦିନ ପରେ ଧଳାସ୍ରାବ ହୋଇଥାଏ।
କିଶୋରୀମାନଙ୍କର ନୂଆ ନୂଆ ପିରିୟଡ୍ସ ହେବା ସମୟରେ ହ୍ୱାଇଟ୍ ଡିସ୍ଚାର୍ଜ ହୋଇଥାଏ। ଏହା ଅତ୍ୟନ୍ତ ସାଧାରଣ। ଏହାଦ୍ୱାରା ପିରିୟଡ୍ସ ହେବା ନେଇ ଜଣାପଡ଼ିଥାଏ।
ଗର୍ଭାବସ୍ଥାର ପ୍ରଥମ ତିନିମାସରେ ଶରୀରରେ ବହୁତଗୁଡ଼ିଏ ହରମୋନ୍ ବଢ଼ିଯାଇଥାଏ, ଫଳରେ ଧଳାସ୍ରାବ ହୋଇଥାଏ।
ଯେତେବେଳେ ଅତ୍ୟଧିକ ହ୍ୱାଇଟ୍ ଡିସ୍ଚାର୍ଜ ହୋଇ ଅନ୍ତଃବସ୍ତ୍ର ଖରାପ ହୋଇଯାଉଛି କିମ୍ବା ରଙ୍ଗରେ ପରିବର୍ତ୍ତନ ଆସୁଛି, ତେବେ ଏହା ଅସାଧାରଣ। ହ୍ୱାଇଟ୍ ଡିସ୍ଚାର୍ଜର ରଙ୍ଗ ଧଳା କିମ୍ବା ହାଲ୍କା ହଳଦିଆ। ଯେତେବେଳେ ଏହା ସବୁଜ ରଙ୍ଗ, ଧୂସର ରଙ୍ଗ କିମ୍ବା ଗାଢ଼ ହଳଦିଆ ରଙ୍ଗର ହୁଏ ଓ ଦୁର୍ଗନ୍ଧଯୁକ୍ତ ହେବ। ଏହାସହ କୁଣ୍ଡାଇ ହେବା, ୟୁରିନ୍ ଇନ୍ଫେକ୍ସନ୍ ହୁଏ, ତେବେ ଡାକ୍ତରଙ୍କୁ ପରାମର୍ଶ ନିଶ୍ଚୟ କରିବା ଆବଶ୍ୟକ।
ଅଧିକ ପଢ଼ନ୍ତୁ: ପ୍ରସବ ପରେ ମହିଳାମାନେ ନିଜର ଯତ୍ନ କିପରି ନେବେ?
ହ୍ୱାଇଟ୍ ଡିସ୍ଚାର୍ଜର କାରଣ କ’ଣ? (Causes of white discharge (Leukorrhoea) in Odia)
ବ୍ୟାକ୍ଟେରିଆଲ ଏବଂ ଫଙ୍ଗାଲ ସଂକ୍ରମଣ ଯୋଗୁଁ ଅସାମାନ୍ୟ ହ୍ୱାଇଟ୍ ଡିସ୍ଚାର୍ଜ ହୋଇଥାଏ। ପରିଷ୍କାର ପରିଚ୍ଛନ ନ ରହିଲେ ବ୍ୟାକ୍ଟେରିଆଲ ସଂକ୍ରମଣ ହୋଇଥାଏ ଓ କ୍ୟାଣ୍ଡିଡିଆସିସ୍ ଯୋଗୁଁ ଫଙ୍ଗାଲ ଇନ୍ଫେକ୍ସନ୍ ହୋଇଥାଏ। ମୋଟାପଣ ଓ ଅନିୟନ୍ତ୍ରିତ ମଧୁମେହ ଅଧିକ ଦିନ ଧରି ରହିଲେ କ୍ୟାଣ୍ଡିଡିଆସିସ୍ ହୋଇଥାଏ। ଏହି ସଂକ୍ରମଣ ହେଲେ ଛେନା ଛିଣ୍ଡିଲା ଭଳି ହ୍ୱାଇଟ୍ ଡିସ୍ଚାର୍ଜ ହୋଇଥାଏ।
ଏହାଛଡ଼ା ଅତ୍ୟଧିକ ହ୍ୱାଇଟ୍ ଡିସ୍ଚାର୍ଜ ହେଲେ ଏହା ସର୍ଭାଇକାଲ କ୍ୟାନ୍ସରର ଲକ୍ଷଣ ହୋଇପାରେ।
ହ୍ୱାଇଟ୍ ଡିସ୍ଚାର୍ଜର ପରୀକ୍ଷା ଏବଂ ଚିକିତ୍ସା (Testing and treatment of white discharge (Leukorrhoea)in Odia)
ହ୍ୱାଇଟ୍ ଡିସ୍ଚାର୍ଜରେ କୌଣସି ଚିକିତ୍ସାର ଆବଶ୍ୟକତା ନାହିଁ। ହେଲେ ଅସାଧାରଣ ହ୍ୱାଇଟ୍ ଡିସ୍ଚାର୍ଜରେ ଡାକ୍ତର ସର୍ଭିକ୍ସକୁ ଦେଖିବା ସହ ପାପ୍ ସ୍ମିୟର ପରୀକ୍ଷା କରାଯାଇଥାଏ। ଏହା ପ୍ରତି ତିନି ବର୍ଷରେ ଥରେ କରିବାକୁ ପଡ଼ିଥାଏ। ଯଦି ଜଣେ ମହିଳାଙ୍କର ହ୍ୱାଇଟ୍ ଡିସ୍ଚାର୍ଜ ହେଉଛି, ତେବେ ପାପ୍ ସ୍ମିୟର କରିବାକୁ ପଡ଼ିଥାଏ। ଏହାଦ୍ୱାରା ସଂକ୍ରମଣ କିମ୍ବା ସର୍ଭାଇକାଲ କ୍ୟାନ୍ସର ଥିଲେ ଜଣାପଡ଼ିଥାଏ।
ହ୍ୱାଇଟ୍ ଡିସ୍ଚାର୍ଜର ଚିକିତ୍ସା ପାଇଁ ଆଣ୍ଟି ବ୍ୟାକ୍ଟେିରିଆଲ ଏବଂ ଆଣ୍ଟି ଫଙ୍ଗାଲ ମେଡିସିନ୍ ଦିଆଯାଏ।
ଅଧିକ ପଢ଼ନ୍ତୁ: ପିରିୟଡ୍ସ ସମୟରେ ରହନ୍ତୁ ପରିଷ୍କାର
ଦୁର୍ଗନ୍ଧଯୁକ୍ତ ହ୍ୱାଇଟ୍ ଡିସ୍ଚାର୍ଜକୁ ରୋକିବେ କିପରି? (How to prevent smelly white discharge (Leukorrhoea) in Odia)
ହ୍ୱାଇଟ୍ ଡିସ୍ଚାର୍ଜକୁ ରୋକିବାକୁ ହେଲେ ପରିଷ୍କାର ପରିଚ୍ଛନତା ପରିଚାଳନ କରିବାକୁ ହୋଇଥାଏ। ଅଧିକାଂଶ ମହିଳା ଯୋନି ସଫା କରିବା ପାଇଁ ଗରମ ପାଣି, ଆଣ୍ଟିସେପ୍ଟିକ୍ ବ୍ୟବହାର କରିଥାଆନ୍ତି। କିନ୍ତୁ, ଏହା ପିଏଚ୍ ସ୍ତରକୁ ଅସନ୍ତୁଳନ କରିଥାଏ। ତେଣୁ ଆପଣ ବଜାରରେ ମିଳୁଥିବା ଭାଜିନା ସାମ୍ପୋ ବ୍ୟବହାର କରିପାରିବେ। ହେଲେ ଏହାକୁ ପ୍ରତିଦିନ ନ ବ୍ୟବହାର କରି ସପ୍ତାହକୁ ଥରେ ବ୍ୟବହାର କରିପାରିବେ।
ଏହାଛଡ଼ା ଟାଇଟ୍ ଜିନ୍ସ, ଟାଇଟ୍ ଅନ୍ତଃବସ୍ତ୍ର ପିନ୍ଧିବା ଦ୍ୱାରା ଆଦ୍ରତା ହୋଇ ବ୍ୟାକ୍ଟେରିଆ ବଢ଼ିଥାଏ। ତେଣୁ ସବୁବେଳେ ସୂତା ଅନ୍ତଃବସ୍ତ୍ର ଓ ଅଳ୍ପ ଢିଲା ପିନ୍ଧିବା ଜରୁରୀ। ଏହାସହ ଝାଡ଼ା ପରିସ୍ରା କରିସାରିବା ପରେ ଯୋନିକୁ ଶୁଖିଲା ରଖିବେ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଅଲ୍କତା ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Tonsillitis, in Odia language, is based on an extensive interview with Gynaecologist Dr Alakta Das.