କୋଭିଡ୍ର ଦ୍ୱିତୀୟ ଲହର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସବୁ ବୟସର ଲୋକଙ୍କୁ ଏହା ସଂକ୍ରମିତ କରୁଥିବା ବେଳେ ଅନ୍ୟ ସବୁ ସମସ୍ୟା ଯେପରିକି ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ଆସ୍ଥମା ରୋଗୀଙ୍କୁ କୋଭିଡ୍ ସଂକ୍ରମିତ ହେଲେ ତାଙ୍କଠାରେ ଭୟାବହତା ଅଧିକ। ତେଣୁ ଏହିସବୁ ରୋଗ ଥିବା ଲୋକ ନିଜ ଖାଦ୍ୟାଭାସ ଓ ଜୀବନଶୈଳୀ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।
ଜାଣନ୍ତୁ କ’ଣ ଖାଇବେ?
କମ୍ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଯଥା – ସବୁଜ ପନିପରିବା, ଶାଗ, ମାଣ୍ଡିଆ, ବାଜ୍ରା ଆଦି ଖାଇବା ଆବଶ୍ୟକ।
ଅଧିକ କ୍ୟାଲୋରି ଯୁକ୍ତ ଖାଦ୍ୟ କମ୍ ଖାଆନ୍ତୁ।
ପାଉଁରୁଟି, ଭାତ, ପାସ୍ତା, ମଇଦା, ଚିନି ଭଳି ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଶର୍କରା ସ୍ତର ବଢ଼ାଇ ଦେଇଥାଏ।
ଶରୀରରୁ ଜଳୀୟ ଅଂଶ କମିବାକୁ ଦିଅନ୍ତୁ ନାହିଁ। ଦୈନିକ ୭ରୁ ୮ ଗ୍ଲାସ୍ ପାଣି ପିଅନ୍ତୁ।
ଏକାଥରକେ ଅଧିକ ନ ଖାଇ ଅଳ୍ପ ଅଳ୍ପ କରି ଅଧିକ ଖାଆନ୍ତୁ।
ତନ୍ତୁ ଜାତୀୟ ଖାଦ୍ୟ ଖାଆନ୍ତୁ।
ମିଠା, ଲୁଣଯୁକ୍ତ ଖାଦ୍ୟ, ଛଣାଛଣି, ପ୍ୟାକେଟ ଖାଦ୍ୟ, ସୁଜି, ମଇଦା, ନୁଡଲ୍ସ, ପାସ୍ତା ଖାଆନ୍ତୁ ନାହିଁ।
ଉପବାସ କରନ୍ତୁ ନାହିଁ କିମ୍ବା ଭୋଜିରେ ଅଧିକ ଖାଆନ୍ତୁ ନାହିଁ।
ନିୟମିତ ବ୍ୟାୟାମ କରନ୍ତୁ।
କୋଭିହଥ ସମୟରେ ବାହାରକୁ ନ ଯାଇ ଘରେ କିମ୍ବା ଛାତ ଉପରେ ଯୋଗ, ପ୍ରାଣାୟାମ, ଏରୋବିକ, ଯୁମ୍ବା ଆଦି କରିପାରିବେ।