ଲକଡାଉନ୍ ହଟିବା ପରେ ଆମ୍ଭମାନଙ୍କର କର୍ତ୍ତବ୍ୟ କ’ଣ ରହିବ? ବିନା ଲକଡାଉନରେ କିଭଳି କରିବା କରୋନାର ମୁକାବିଲା? ଏନେଇ ଡାକ୍ତର ଅଶୋକ କୁମାର ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

କରୋନା ଭୂତାଣୁର ଭୟାଭୟତାକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କିନ୍ତୁ ଲକ୍‌ଡାଉନ୍‌ ହଟିବା ପରେ ବି ଆମକୁ ମାନସିକ ଭାବେ ଲକ୍‌ଡାଉନ୍‌କୁ ପାଳନ କରିବାକୁ ହେବ। କରୋନା ସଂକ୍ରମଣରୁ ନିଜକୁ ଓ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ଆମକୁ ହିଁ ସଚେତନ ହେବା ଦରକାର।

Corona mask

ଲକ୍‌ଡାଉନ୍‌ ହଟିବା ପରେ ଆମ କର୍ତ୍ତବ୍ୟ ପୂର୍ବଭଳି ରହିବ। ପୂର୍ବଭଳି ଆମକୁ ମାସ୍କ ପିନ୍ଧିବାକୁ ପଡ଼ିବ, ଜଣଙ୍କଠାରୁ ୬ ମିଟର ଦୂରତା ରଖିବାକୁ ହେବ ଓ ସାମାଜିକ ଦୂରତା ବା ଗୋଟିଏ ସ୍ଥାନରେ ଏକାଠି ହେବା ନାହିଁ, ଉତ୍ସବ ଆଦିରେ ଏକାଠି ହେବା ନାହିଁ।

କରୋନା ଭୂତାଣୁ (କୋଭିଡ୍‌-୧୯)ର ସାଧାରଣ ଲକ୍ଷଣ ହେଉଛି କାଶ, ଥଣ୍ଡା, ଜ୍ୱର। ସଂକ୍ରମଣ ଦେଖାଦେଲେ ସରକାରଙ୍କ ସହ ସମ୍ପର୍କ କରିବା ସହ ନିଜକୁ ହୋମ୍‌ ଆଇସୋଲେସନରେ ରଖନ୍ତୁ।

ଓଡ଼ିଶାରେ କରୋନା ରୋଗୀଙ୍କ ପାଇଁ ସୁବିଧା

ଓଡ଼ିଶାରେ ଏବଂ ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ପାଇଁ ଶଯ୍ୟା କରାଯାଇଛି। କରୋନା ରୋଗୀଙ୍କ ପାଇଁ ଓଡ଼ିଶାରେ ୮ ହଜାରରୁ ଅଧିକ ଶଯ୍ୟା ଏବଂ ୪୦୦ରୁ ଅଧିକ ଆଇସିୟୁ ପ୍ରସ୍ତୁତ କରାଯାଇଛି। କୋଭିଡ୍‌ ଆକ୍ରାନ୍ତଙ୍କୁ ସାଧାରଣ ହସ୍ପିଟାଲରେ ଚିକିତ୍ସା କରାଯାଏନି କାରଣ କରୋନା ସଂକ୍ରମଣର ଆଶଙ୍କା ବଢ଼ିଯିବ। ତେଣୁ ପ୍ରତ୍ୟେକ ଜିଲ୍ଲା, ତହସିଲ, ମେଡିକାଲ କଲେଜରେ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଏହାସହ କୋଭିଡ୍‌ ଆକ୍ରାନ୍ତଙ୍କୁ ମାଗଣାରେ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି।

corona_quarantine

କରୋନା ପାଇଁ ମାନସିକ ଚିନ୍ତା (Mental anxiety due to Coronavirus in Odia)

କରୋନା ଭୂତାଣୁ ବଡ଼ ବଡ଼ ଦେଶରେ ବ୍ୟାପିବା ସହ ଧନଶାଳୀ ଲୋକଙ୍କୁ ବି ଆକ୍ରାନ୍ତ କରୁଛି। ଏଥିପାଇଁ ସାଧାରଣ ଲୋକ ଭୟଭୀତ ହୋଇପଡ଼ୁଛନ୍ତି। ତେବେ ଭୟଭୀତ ନ ହୋଇ କରୋନା ସହ ବଞ୍ଚିବାକୁ ଚେଷ୍ଟା କରିବା।

ଲକ୍‌ଡାଉନ୍‌ ଯୋଗୁଁ ବହୁତଗୁଡ଼ିଏ କମ୍ପାନିଗୁଡ଼ିକରେ ଆର୍ଥିକ ସମସ୍ୟା ଦେଖାଦେଉଛି, କିଛି ଲୋକ ନିଜ ଚାକିରି ହରାଉଛନ୍ତି ଓ ଘରେ ହାତ ବାନ୍ଧି ବସୁଛନ୍ତି। ତେଣୁ ଲୋକଙ୍କଠାରେ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଉଛି।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

What will be our duty after the Lockdown is removed? How to deal with coronavirus without lockdown? So let’s find out what Dr. Ashok Kumar Mohapatra is saying.