ମା’ ସୁସ୍ଥ ହେଲେ ଶିଶୁ ହେବ ସୁସ୍ଥ। ତେଣୁ, ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତ୍ୟେକ ମହିଳାଙ୍କର ଅଧିକାର।

ମା’ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ଗର୍ଭସ୍ଥ ଶିଶୁକୁ ଉପଯୁକ୍ତ ପୋଷଣ ମିଳିଥାଏ। ତେଣୁ, ସଠିକ୍‌ ପୋଷଣ ନେବା ନିହାତି ଜରୁରୀ। ତେବେ, ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ କେଉଁ ଭଳି ଖାଦ୍ୟ ଖାଇବା ଜରୁରୀ।

ପ୍ରତ୍ୟେକ ଭୋଜନରେ କାର୍ବୋହାଇଡ୍ରେଟ୍‌ ଯେପରିକି ବ୍ରାଉନ୍‌ ରାଇସ୍‌, ଓଟ୍ସ, ବାଜରା, ସୁଜି, ଉଷୁନା ଚାଉଳ ଭଳି ଖାଦ୍ୟ ସେବନ କରିବା ଦରକାର। ଏହାଦ୍ଵାରା ଶିଶୁକୁ ଉପଯୁକ୍ତ ପୋଷଣ ମିଳିପାରିବ।

ଦୈନିକ ଯେକୌଣସି ଫଳ ଓ ସବୁଜ ପନିପରିବା ଖାଆନ୍ତୁ। ବିଭିନ୍ନ ରଙ୍ଗର ଫଳ ଓ ପରିବା ଖାଦ୍ୟରେ ସାମିଲ କରନ୍ତୁ। ଗର୍ଭାବସ୍ଥାରେ ଫୋଲିକ୍‌ ଏସିଡ୍‌ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ। ଏଥିପାଇଁ ଖାଦ୍ୟରେ ଭେଣ୍ଡି ସାମିଲ କରନ୍ତୁ।

ଅଧିକ ପଢ଼ନ୍ତୁ: କେମିତି କରିବେ ଗର୍ଭାବସ୍ଥାରେ ମୋଟାପଣକୁ ନିୟନ୍ତ୍ରଣ?

ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ। ଚିକେନ୍‌, ଅଣ୍ଡା, ମାଛ ଏବଂ ଡାଲିଜାତୀୟ ଖାଦ୍ୟକୁ ସାମିଲ କରନ୍ତୁ। ସପ୍ତାହକୁ ଦୁଇଥର ମାଛ ଖାଆନ୍ତୁ। ଚୂନା ମାଛ ଯେତେ ଖାଇବେ ସେତେ ଭଲ।

ଦହି, ପନିର, ଛେନା, ଘୋଳ ଦହି ଖାଦ୍ୟରେ ସାମିଲ କରନ୍ତୁ। ଏହାଦ୍ୱାରା ଶରୀରକୁ କ୍ୟାଲ୍‌ସିୟମ୍‌, ପ୍ରୋଟିନ୍‌ ଓ ଭିଟାମିନ୍‌ ବି-୧୨ ପ୍ରଚୁର ମାତ୍ରାରେ ମିଳିଥାଏ।

ଦୈନିକ ୮ରୁ ୧୦ ଗ୍ଲାସ୍‌ ପାଣି ପିଅନ୍ତୁ। ଏହାଦ୍ୱାରା ଗର୍ଭାବସ୍ଥାରେ ହେଉଥିବା ସମସ୍ୟା ଯେପରିକି କୋଷ୍ଠକାଠିନ୍ୟ, ଅର୍ଶ, ମଳକଣ୍ଠକ ଭଳି ସମସ୍ୟା ହୋଇନଥାଏ।

ଗର୍ଭାବସ୍ଥାରେ ଶୁଖୁଆ, ବାସି ଖାଦ୍ୟ, ଫ୍ରିଜ୍‌ରେ ରଖାହୋଇଥିବା ଖାଦ୍ୟ

ଗର୍ଭଧାରଣର ପ୍ରଥମାର୍ଦ୍ଧରେ କେତେକ ମହିଳାଙ୍କୁ ଭୋକ ଲାଗିନଥାଏ। ଏହି ସମୟରେ ଅଧିକାଂଶ ମହିଳାଙ୍କୁ ଖାଇବାକୁ ଇଛା ହୋଇନଥାଏ। ଯାହା ଖାଇଲେ ସେମାନଙ୍କର ବାନ୍ତି ହୋଇଥାଏ।

ଗର୍ଭାବସ୍ଥାରେ ଭୋକ ନ ଲାଗିଲେ ବି ଶିଶୁ ପାଇଁ ନିୟମିତ ବ୍ୟବଧାନରେ ଅଳ୍ପ ଅଳ୍ପ କରି ଖାଇବା ଦରକାର।