ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ଲକ୍ଷଣ ଦେଖାଯାଇଥାଏ। ଜ୍ୱର ହେବା ବାରମ୍ବାର କାଶିବା ଓ ଛିଙ୍କିବା ସହ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇପାରେ। ଏହାର ପ୍ରଭାବରେ ଜଣେ ବ୍ୟକ୍ତିଙ୍କଠାରେ ଧଇଁସଇଁ ହେବା ବା ଅମ୍ଳଜାନ ଅଭାବ ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ।
ତେବେ କରୋନା ଭାଇରସର ପ୍ରଭାବକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦାରିତ ପରୀକ୍ଷା ନକରିବା ପର୍ଯ୍ୟନ୍ତ କୁହାଯାଇପାରିବ ନାହିଁ ଯେ ସଂପୃକ୍ତ ବ୍ୟକ୍ତି କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି କି ନାହିଁ।