ବନ୍ଧ୍ୟାଦୋଷର କାରଣ କ’ଣ? ବିଳମ୍ବରେ ଗର୍ଭଧାରଣ ପାଇଁ ଯୋଜନା କରିବା ବନ୍ଧ୍ୟାଦୋଷର କାରଣ କି? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସିନି ଭେନୁଗୋପାଲ କ’ଣ କହୁଛନ୍ତି ଜାଣନ୍ତୁ।

ଜଣେ ମହିଳା ସ୍ୱାମୀଙ୍କ ସହିତ ଏକ ବର୍ଷ ପର୍ଯ୍ୟନ୍ତ କୌଣସି ଗର୍ଭନିରୋଧକ ଉପାୟ ନଆପଣାଇ ସହବାସ କରିବା ପରେ ଗର୍ଭଧାରଣ କରିନପାରିଲେ ତାଙ୍କର ବନ୍ଧ୍ୟାଦୋଷ (ବନ୍ଧ୍ୟାତ୍ୱ) ରହିଛି ବୋଲି କୁହାଯିବ।

ମହିଳା ବନ୍ଧ୍ୟାଦୋଷର କାରଣ (What is the cause of female infertility in Odia)

ମହିଳା ବନ୍ଧ୍ୟାଦୋଷର ପ୍ରଥମ କାରଣ ହେଉଛି ପିସିଓଡି। ମହିଳାଙ୍କର ଡିମ୍ବାଶୟରେ ସିଷ୍ଟ ହୋଇଥିଲେ ମଧ୍ୟ ବନ୍ଧ୍ୟାଦୋଷ ହୋଇପାରେ। ଏହାଛଡ଼ା ଟିବି ଯୋଗୁଁ ମହିଳାଙ୍କ ଗର୍ଭାଶୟରେ ସଂକ୍ରମଣ ହୋଇ ଗର୍ଭାଶୟ ନଷ୍ଟ ହୋଇଯାଇଥିଲେ ବି ବନ୍ଧ୍ୟାଦୋଷର କାରଣ ହୋଇପାରେ।

କେତେକ ମହିଳାଙ୍କର ଜନ୍ମରୁ ଗୋଟେ ପଟ ଗର୍ଭନଳୀ ବା ଦୁଇ ପଟ ଗର୍ଭନଳୀ ବନ୍ଦ ଥିଲେ କିମ୍ବା ଗର୍ଭାଶୟର ଟ୍ୟୁମର ଥିଲେ କିମ୍ବା ଗର୍ଭାଶୟରେ କିଛି ପରଦା ଭଳି ବା କାନ୍ଥ ଭଳି ସୃଷ୍ଟି ହୋଇଥିଲେ ମଧ୍ୟ ଏହା ବନ୍ଧ୍ୟାଦୋଷର କାରଣ ହୋଇପାରେ।

ଥାଇରଏଡ୍ ହରମୋନ୍ର ଅଭାବ ହେଲେ କିମ୍ବା ଅନ୍ୟ କେତେକ ହରମୋନ୍ ଅଭାବ ଯୋଗୁଁ ବନ୍ଧ୍ୟାଦୋଷ ହୋଇଥାଏ। ଏହାସହ କେତେକ ମହିଳାଙ୍କର ଗର୍ଭାଶୟ ସଠିକ୍ ଭାବେ ବିକଶିତ ହୋଇନଥିବ ବା ଗର୍ଭାଶୟ ଦୁଇଭାଗ ହୋଇଥିଲେ ବି ଏହା ବନ୍ଧ୍ୟାଦୋଷର କାରଣ ହୋଇଥାଏ।

ବର୍ତ୍ତମାନ ସମୟରେ ଅନିୟନ୍ତ୍ରିତ ଜୀବନଶୈଳୀ କାରଣରୁ ବନ୍ଧ୍ୟାଦୋଷ ଅଧିକାଂଶ ମହିଳାଙ୍କଠାରେ ଦେଖାଯାଉଛି, ଯେପରିକି, ପିସିଓଡି, ମୋଟାପଣ।

ଅଧିକ ପଢ଼ନ୍ତୁ: ରକ୍ତହୀନତା- କିପରି କରିବେ ଦୂର?

ପୁରୁଷ ବନ୍ଧ୍ୟାଦୋଷର କାରଣ (Causes of male infertility in Odia)

 ପୁରୁଷଙ୍କଠାରେ ଶୁକ୍ରାଣୁର ଗୁଣବତ୍ତା କମ୍ ଥିବାରୁ ବା ଅଳ୍ପ ମାତ୍ରାରେ ଥିଲେ ମଧ୍ୟ ପୁରୁଷ ବନ୍ଧ୍ୟାଦୋଷର କାରଣ ପାଲଟେ। ଜେନେଟିକ୍ କାରଣରୁ ଏଭଳି ସମସ୍ୟା ହୋଇପାରେ।

ଛୁଆବେଳେ ମମ୍ସ ସଂକ୍ରମଣ ହୋଇଥିଲେ ବଡ଼ ବେଳେ ଶୁକ୍ରାଣୁର ମାତ୍ରା କମିଯିବାର ଆଶଙ୍କା ଥାଏ। ମହିଳାଙ୍କ ଭଳି ପୁରୁଷଙ୍କର ଯଦି ଥାଇରଏଡ୍ ଓ ଡାଏବେଟିସ୍ ଭଳି ଅନ୍ୟ ସମସ୍ୟା ଥିଲେ ମଧ୍ୟ ବନ୍ଧ୍ୟାଦୋଷ ହୋଇପାରେ।

ବନ୍ଧ୍ୟାଦୋଷ ଜାଣିବା ଲାଗି ପରୀକ୍ଷା (Diagnosis to identify infertility in Odia)

ବନ୍ଦ୍ୟାଦୋଷ ଅଛି କି ନାହିଁ ଜାଣିବା ପାଇଁ ମହିଳାଙ୍କର ରକ୍ତ ପରୀକ୍ଷା, ଦ୍ବାରା ହିମୋଗ୍ଲୋବିନ୍, ଡାଏବେଟିସ୍, ଥାଇରଏଡ୍ ପରୀକ୍ଷା କରାଯାଏ। ଏହାସହ ଅଲଟ୍ରାସାଉଣ୍ଡ ଏବଂ ଟ୍ୟୁବ୍ର ଟେଷ୍ଟ କରାଯାଏ।

ପୁରୁଷଙ୍କର ଧାତୁ ପରୀକ୍ଷା ସହିତ ରକ୍ତ ପରୀକ୍ଷା ମଧ୍ୟ କରାଯାଇଥାଏ।

ବନ୍ଧ୍ୟାଦୋଷର ଚିକିତ୍ସା (Treatment of infertility in Odia)

ଧରନ୍ତୁ, ଜଣେ କପଲ ଅଳ୍ପ ବୟସରେ ପିଲା ପାଇଁ ଯୋଜନା କରୁଛନ୍ତି, ହେଲେ ବିଫଳ ହେଉଛନ୍ତି ଏବଂ ତାଙ୍କର ବିଶେଷ କିଛି ସମସ୍ୟା ନଥିବ, ତେବେ କିଛିଟା ହରମୋନ୍ ମେଡିସିନ୍ ପରାମର୍ଶ କରାଯାଏ। ଏସବୁ ଚିକିତ୍ସା କରିବା ପରେ ଯଦି ପିଲା ରହୁନାହିଁ, ତେବେ ଆଇୟୁଆଇ (Intrauterine insemination) କରାଯାଏ। ଏଥିରେ ସ୍ବାମୀଙ୍କ ଧାତୁକୁ ନେଇ ଲ୍ୟାବ୍ ପରୀକ୍ଷା କରି ସ୍ତ୍ରୀଙ୍କର ଗର୍ଭରେ ଛଡ଼ାଯାଏ। ଯଦି ଦୁଇ ଥର କିମ୍ବା ତିନି ଥର ଆଇୟୁଆଇ କରିବା ପରେ ଯଦି ସୁଫଳ ମିଳୁନାହିଁ, ତାହାହେଲେ ଆଇଭିଏଫ୍ (In vitro fertilization) ବା ସାଧାରଣ ଭାଷାରେ ଟେଷ୍ଟଟ୍ୟୁବ୍ ବେବି କୁହାଯାଏ।

ଆଇଭିଏଫ୍ ଚିକିତ୍ସା ପଦ୍ଧତିରେ ଅଧିକ ଡୋଜ୍ର ହରମୋନ ଇଞ୍ଜେକ୍ସନ୍ ଦେଇ ଡିମ୍ବ ତିଆରି କରାଯାଏ ଓ ସେହି ଡିମ୍ବଗୁଡ଼ିକୁ ଛୋଟ ଅପରେସନ୍ କରି ବାହାରକୁ କଢ଼ାଯାଏ, ତା’ପରେ ସେହି ଡିମ୍ବକୁ ପୁରୁଷଙ୍କ ଧାତୁ ସହ ମିଶାଇ ଭ୍ରୁଣ  ତିଆରି କରାଯାଏ । ଏହି ଭ୍ରୁଣକୁ ନେଇ ମହିଳାଙ୍କର ଗର୍ଭାଶୟରେ ଭର୍ତ୍ତି କରାଯାଏ।

ଅଧିକ ପଢ଼ନ୍ତୁ: ମହିଳା ବନ୍ଧ୍ୟାକରଣ କେତେ ମାତ୍ରାରେ ସୁରକ୍ଷିତ? ଜାଣନ୍ତୁ

ବିଳମ୍ବରେ ଗର୍ଭଧାରଣ ବନ୍ଧ୍ୟାଦୋଷର କାରଣ କି? (Is late pregnancy the cause of infertility in Odia)

ବିଳମ୍ବରେ ଗର୍ଭଧାରଣ ପାଇଁ ଯୋଜନା କଲେ ପିଲା ନ ହେବାର ସମ୍ଭାବନା ବହୁତ ଅଧିକ। ସାଧାରଣତଃ ୩୫ ବର୍ଷ ପରେ ମହିଳାଙ୍କର ଗର୍ଭଧାରଣ କ୍ଷମତା କମିଯାଏ।

ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)

ବନ୍ଧ୍ୟାଦୋଷର କେତେକ କାରଣକୁ ଆମେ ରୋକିପାରିବା ଓ କେତେକ କାରଣକୁ ଆମେ ରୋକିପାରିବା ନାହିଁ। ତେଣୁ ଯେଉଁ କାରଣକୁ ରୋକି ହେବ ତାକୁ ରୋକନ୍ତୁ, ଯେପରିକି ଜୀବନଶୈଳୀରେ ପରିବର୍ତ୍ତନ କରନ୍ତୁ, ମୋଟାପଣ ନିୟନ୍ତ୍ରଣରେ ରଖନ୍ତୁ, ଡାଏବେଟିସ୍ ଓ ଥାଇରଏଡକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ମାନସିକ ଚାପରୁ ଦୂରେଇ ରହନ୍ତୁ।

ଯଦି ବିବାହର ବର୍ଷେ କିମ୍ବା ଦୁଇ ବର୍ଷ ଭିତରେ ପିଲା ହେଉ ନାହିଁ, ତାହାହେଲେ ଡାକ୍ତରଙ୍କୁ ପରାମର୍ଶ କରି ଉପଯୋଗୀ ଚିକିତ୍ସା କରାନ୍ତୁ। ଗର୍ଭଧାରଣ ପାଇଁ ଯୋଜନା କରିବା ପୂର୍ବରୁ ଡାକ୍ତରଙ୍କୁ ଦେଖାଇ କାଉନସିଲିଂ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସିନି ଏସ୍‌ ଭେନୁଗୋପାଲଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on IVF in Odia language, is based on an extensive interview with a Gynecologist and Infertility