ଗୋଟିଏ ସମୟ ଥିଲା ଯେତେବେଳେ କେତେକ ଖେଳାଳିଙ୍କର ଖେଳ କ୍ୟାରିୟରର ଅନ୍ତ ମଇଦାନରେ ହିଁ ହୋଇଯାଉଥିଲା। ଆଣ୍ଠୁରେ ଗୁରୁତର ଆଘାତ ଲାଗିବା ଫଳରେ କ୍ୟାରିୟରର ଅନ୍ତ ହୋଇଯାଉଥିଲା। କିନ୍ତୁ ଏବେ ଆଉ ସେ ସମୟ ନାହିଁ। ଲିଗାମେଣ୍ଟ-ଏସିଏଲ୍ ଛିଡ଼ିବା ପରେ ବି ଚିକିତ୍ସା କରାଇ ଖେଳାଳି ପୁଣି ଥରେ ମଇଦାନକୁ ଫେରୁଛନ୍ତି। ଖେଳ ସମୟରେ ହେଉଥିବା ଆଘାତ ସମସ୍ୟା ଭିତରେ ସବୁଠାରୁ ଗୋଟିଏ ପ୍ରକାର ହେଲା ଲିଗାମେଣ୍ଟ ଏସିଏଲ୍ ଛିଡ଼ିବା। ଏହାର ଚିକିତ୍ସା ଏବେ ଅର୍ଥୋସ୍କୋପି ମାଧ୍ୟମରେ କରାଯାଇପାରୁଛି।ଲିଗାମେଣ୍ଟ କ’ଣ?
ଲିଗାମେଣ୍ଟ ହେଉଛି ରସାଳ ତନ୍ତୁ ଗୁଡ଼ିକର ଏ ସମୁହ। ଯାହା ହାଡ଼ ଗୁଡ଼ିକୁ ପରସ୍ପର ମଧ୍ୟରେ ଯୋଡ଼ି ରଖେ। ଯାହା ଫଳରେ ଜଏଣ୍ଟ ସବୁ ଠିକ୍ ଭାବେ କାମ କରେ। ଆଣ୍ଠୁର ଜଏଣ୍ଟ ଉପର ଭାଗରେ ଥିବା ଫିମର ଓ ତଳ ଭାଗରେ ଥିବା ଟିବିଆ ନାମକ ହାଡ଼କୁ ନେଇ ଗଠିତ ହୋଇଥାଏ । ଫିମର ଓ ଟିବିଆକୁ ଦୁଇଟି ରସାଳ ଲିଗାମେଣ୍ଟ ପରସ୍ପର ମଧ୍ୟରେ ବାନ୍ଧି ରଖେ। ଆଣ୍ଠୁର ଦୁଇ ପାଖରେ କୋଲେଟେରାଲ୍, ମିଡିୟଲ୍ କୋଲେଟେରାଲ୍ ଲିଗାମେଣ୍ଟ ଓ ଲେଟେରାଲ୍ କୋଲେଟେରାଲ୍ ଲିଗାମେଣ୍ଟ ନାମକ ରସାଳ ଲିଗାମେଣ୍ଟ ଥାଏ। ଏଗୁଡ଼ିକ ବି ଦୁଇଟି ହାଡ଼କୁ ପରସ୍ପରକୁ ବାନ୍ଧି ରଖିବାରେ ସାହାଯ୍ୟ କରିଥାନ୍ତି।
ଏସିଏଲ୍ କ’ଣ?
ଏଣ୍ଟିରିୟର କ୍ରୁସିଏଟ୍ ଲିଗାମେଣ୍ଟ ଆଣ୍ଠୁର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଖେଳ ଜନିତ ଆଘାତରେ ସବୁଠାରୁ ଅଧିକ ଏହି ଲିଗାମେଣ୍ଟ କ୍ଷତିଗ୍ରସ୍ତ ହୋଇଥାଏ। ଏହାକୁ ପୁନଃ ଯୋଡ଼ିବା ଏବଂ ନୂଆ ଲିଗାମେଣ୍ଟ ତିଆରି କରିବାର ପ୍ରକ୍ରିୟାକୁ ଏସିଏଲ୍ ରିକନଷ୍ଟ୍ରକସନ୍ କୁହାଯାଏ। ଲିଗାମେଣ୍ଟ ଆପଣଙ୍କ ଶରୀରରେ ମଜବୁତ ଟିସୁର ଏକ ଏମିତି ସମୁହ, ଯାହା ହାଡ଼କୁ ପରସ୍ପର ମଧ୍ୟରେ ଯୋଡ଼ି ରଖେ। ଆଣ୍ଠୁର ଅର୍ଥୋସ୍କୋପିକ୍ ପ୍ରକ୍ରିୟାରେ ଏସିଏଲ୍ ସର୍ଜରୀ ସବୁଠାରୁ ଅଧିକ ଫଳପ୍ରଦ ହୋଇଥାଏ। ଏସିଏଲ୍ ସର୍ଜରୀ ଆଣ୍ଠୁକୁ ସ୍ଥିରତା ପ୍ରଦାନ କରେ। ଫୁଟବଲ୍, ବାସ୍କେଟବଲ୍ ଓ ସ୍କିଇଂ ଭଳି ଖେଳରେ ଯେଉଁଥିରେ ଆଣ୍ଠୁ ଅଧିକ ଷ୍ଟ୍ରେଚ୍ ହୋଇଥାଏ, ବେଳେବେଳେ ଏମିତି ହୁଏ ଲିଗାମେଣ୍ଟ ଟାଣି ହୋଇ ଛିଡ଼ିଯାଏ। ଏମିତିରେ ଆଣ୍ଠୁ ଫୁଲି ଯାଏ ଓ ସେଥିରେ ଯନ୍ତ୍ରଣା ଅନୁଭବ ହୁଏ। ଆଣ୍ଠୁ ଅସ୍ଥିର ହୁଏ ଓ ଚାଲିବାରେ ସମସ୍ୟା ଦେଖାଦିଏ।ଅର୍ଥସ୍କୋପି କ’ଣ?
ଅର୍ଥୋସ୍କୋପିର ଆକ୍ଷରିକ ଅର୍ଥ ହେଲା ଶରୀରର ଜଏଣ୍ଟକୁ କୌଣସି ଯନ୍ତ୍ର ମାଧ୍ୟମରେ ଦେଖିବା। ଏଥିରେ ଧାତୁର ଏକ ପତଳା ନଳୀ ଯୋଡ଼ି ଭିତରେ ଭର୍ତ୍ତି କରାଯାଏ। ଏହି ନଳୀରେ ଲେନ୍ସ ଲାଗିଥାଏ। ଲେନ୍ସ ଭିତର ଅଂଶକୁ ବଡ଼ କରି ଦେଖାଏ। ଅର୍ଥୋସ୍କୋପି ପ୍ରକ୍ରିୟାରେ ପ୍ରଥମେ ଜଏଣ୍ଟରେ ପାଣି ଭରି ତାକୁ ବଡ଼ କରିଦିଆଯାଏ, ଯାହା ଫଳରେ ଜଏଣ୍ଟ ଭିତରେ ଥିବା ସବୁ କିଛି ସ୍ପଷ୍ଟ ଭାବେ ଦେଖାଯିବ ଓ ଅପରେସନ୍ କରିବାରେ ସହଜ ହେବ। ଅର୍ଥୋସ୍କୋପି ମାଧ୍ୟମରେ ଅପରେସନ୍ ସମୟରେ କୌଣସି ପ୍ରକାରର ସଂକ୍ରମଣର ସମ୍ଭାବନା ଖୁବ୍ କମ୍ ଥାଏ।ଅର୍ଥୋସ୍କୋପି ମାଧ୍ୟମରେ ଚିକିତ୍ସା
ଅର୍ଥୋସ୍କୋପି ମାଧ୍ୟମରେ ଏବେ ଖେଳରେ ହେଉଥିବା ଆହତ ସମସ୍ୟାର ଚିକିତ୍ସା ସମ୍ଭବ ହେଉଛି। କଟା କଟି ନ କରି ଅର୍ଥୋସ୍କୋପି ମାଧ୍ୟମରେ ବି ଛିଡ଼ିଯାଇଥିବା ଲିଗାମେଣ୍ଟର ଚିକିତ୍ସା କରାଯାଇପାରୁଛି। ଆଣ୍ଠୁର ଲୁଜ୍ ବଡି଼ଜ୍ (ଆଘାତ କାରଣରୁ ଲିଗାମେଣ୍ଟର କ୍ଷତିଗ୍ରସ୍ତ ଅଂଶ) କରୁ ବାହାର କରିଦିଆଯାଏ। ପରିଣାମ ସ୍ୱରୂପ ଆଣ୍ଠୁର ଅସ୍ଥିରତା ରହେ ନାହିଁ ଓ ଯନ୍ତ୍ରଣା ଦୂର ହୁଏ। ଏମିତିରେ ଆହତ ଲୋକଟି ଆରୋଗ୍ୟ ଲାଭ କରେ। ଏହି ଆଧୁନିକ ଚିକିତ୍ସା ପଦ୍ଧତି ଯନ୍ତ୍ରଣାହୀନ ଓ ସଫଳ ଅଟେ।