ବ୍ଲାକ୍ ଫଙ୍ଗସ୍ କ’ଣ, ଓଡ଼ିଶାରେ ଚିହ୍ନଟ ହୋଇଥିବା ବ୍ଲାକ୍ ଫଙ୍ଗସ ରୋଗୀମାନଙ୍କ ଲକ୍ଷଣ କ’ଣ ରହିଛି, କେଉଁ ରୋଗୀମାନେ ଏହାର ଶିକାର ହେଉଛନ୍ତି, ସେ ସମ୍ପର୍କରେ କହିଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ କୁମାର ପଣ୍ଡା।
କୋଭିଡ୍ର ଦ୍ୱିତୀୟ ଲହର ସଂକ୍ରମଣ ଓଡ଼ିଶାବାସୀଙ୍କୁ ଭୟଭୀତ କରିଛି। ଏହାରି ମଧ୍ୟରେ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏବେ ବ୍ଲାକ୍ ଫଙ୍ଗସ (ମ୍ୟୁକୋରମାଇକୋସିସ୍) ସଂକ୍ରମଣ ଦେଖିବାକୁ ମିଳୁଛି। ସାଧାରଣତଃ ଡାଏବେଟିସ୍ ରୋଗୀ, ଯେଉଁମାନଙ୍କର ରକ୍ତ ଶର୍କରା ନିୟନ୍ତ୍ରଣରେ ନଥାଏ ଓ ସେମାନେ ଲମ୍ବା ସମୟ ଧରି ଷ୍ଟେରଏଡ୍ ନେଇଥାଆନ୍ତି, ସେମାନେ ଏହି ରୋଗରେ ବେଶି ଆକ୍ରାନ୍ତ ହେଉଥିବା ଦେଖାଦେଉଛି।
ମୁଣ୍ଡବ୍ୟଥା, ଗୋଟେ ପଟ ନାକ ବନ୍ଦ, ଗୋଟେ ପଟ ଆଖି ଓ ନାକ ଲାଲ୍ ହୋଇ ଫୁଲିଯାଇଥିଲେ, ନାକରୁ କଳା ପାଣି ବାହାରୁଥିଲେ, ଆଖିକୁ ଗୋଟିଏ ଜିନିଷ ଦୁଇଟି ଦେଖା ଯାଉଥିଲେ, ରକ୍ତ ବାନ୍ତି ଇତ୍ୟାଦି ଲକ୍ଷଣ ନେଇ ଜଣେ ରୋଗୀ ଡାକ୍ତରଖାନାକୁ ଆସିଲେ, ସେହି ପରିସ୍ଥିତିରେ ରୋଗୀକୁ ପରୀକ୍ଷା କରି ଚିକିତ୍ସା କରାଯାଇଥାଏ।
ଦୀର୍ଘ ଦିନ ଧରି ଷ୍ଟେରଏଡ ଥେରାପି ନେଉଥିଲେ ବ୍ଲାକ ଫଙ୍ଗସ୍ରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। କେତେକ ବ୍ୟକ୍ତି ଡାକ୍ତରଙ୍କ ବିନା ପରାମର୍ଶରେ ଷ୍ଟେରଏଡ୍ ଥେରାପି ନେଇଥାନ୍ତି। ତେଣୁ କୋଭିଡ୍ ରୋଗୀ ହୋମ୍ ଆଇସୋଲେସନରେ ଥିବା ସମୟରେ ୧୦୪ ନମ୍ବରରେ କଲ୍ କରି, ପରାମର୍ଶ ନେଇ ଔଷଧ ସେବନ କରିବା ଆବଶ୍ୟକ।
ଅଧିକ ପଢ଼ନ୍ତୁ: ଜାଣନ୍ତୁ, କୋଭିଡ୍ର ନୂଆ ଲକ୍ଷଣ କ’ଣ? କେତେବେଳେ କରିବେ ଟେଷ୍ଟ
କୋଭିଡ୍ ହୋଇନଥିବା ବ୍ୟକ୍ତିଙ୍କୁ ବ୍ଲାକ୍ ଫଙ୍ଗସ୍ ହୋଇପାରେ କି (Can a person who is not suffering from COVID have black fungus in Odia)
ପୂର୍ବରୁ କୋଭିଡ୍ ନଥିବା ବ୍ୟକ୍ତିଙ୍କଠାରେ ବ୍ଲାକ୍ ଫଙ୍ଗସ୍ ହେବାର ଦେଖାଦେଇଛି। ଯେମିତିକି ଜଣେ କିଡ୍ନି ଟ୍ରାନ୍ସପ୍ଲାଣ୍ଟ କରିଥିବା ବ୍ୟକ୍ତି, କ୍ୟାନ୍ସର ରୋଗୀ ଯେଉଁମାନେ କେମୋଥେରାପି ନେଇଥାଆନ୍ତି, ରକ୍ତଶର୍କରା ଅନିୟନ୍ତ୍ରିତ ଥିଲେ, ରୋଗ ପ୍ରତିରୋଧକ ଶକ୍ତି କମ୍ ଥବା ବ୍ୟକ୍ତି, ଲମ୍ବା ସମୟ ଧରି ବିଭିନ୍ନ ପ୍ରକାର ଔଷଧ ସେବନ କରୁଥିଲେ, ସେମାନଙ୍କର ବ୍ଲାକ୍ ଫଙ୍ଗସ୍ ହେବାର ଆଶଙ୍କା ବେଶି ଥାଏ।
ଆଇସୋଲେସନ୍ରେ ଥିବା ବ୍ୟକ୍ତିଙ୍କୁ ବ୍ଲାକ୍ ଫଙ୍ଗସ୍ ହୋଇପାରେ? (Can the person in isolation have black fungus in Odia)
ହୋମ୍ ଆଇସୋଲେସନ୍ରେ ରହି ଚିକିତ୍ସିତ ହେଉଥିବା କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କୁ ମଧ୍ୟ ବ୍ଲାକ୍ ଫଙ୍ଗସ୍ ହୋଇପାରେ। ଯେଉଁମାନଙ୍କର ରକ୍ତ ଶର୍କରା ନିୟନ୍ତ୍ରଣରେ ନ ରହେ, ବେଶି ଦିନ ଧରି ଷ୍ଟିରୋଏଡ୍ ଖାଇଲେ, ସେମାନେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି।
ହୋମ୍ ଆଇସୋଲେସନ୍ ରୋଗୀ ଯଦି ଡାକ୍ତରଙ୍କ ବିନା ପରାମର୍ଶରେ ଷ୍ଟେରଏଡ୍ ଖାଇଲେ ଓ ଲମ୍ବା ସମୟ ଧରି ଖାଇଲେ ଓ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ନ ରଖିଲେ, ତେବେ ବ୍ଲାକ୍ ଫଙ୍ଗସ୍ ହେବାର ଆଶଙ୍କା ଅଧିକ।
ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ ୪ରୁ ୬ ସପ୍ତାହ ଲାଗିଥାଏ ।
ଅଧିକ ପଢ଼ନ୍ତୁ: ଟିକା ନେବା ପରେ ବି ମାସ୍କ ପିନ୍ଧନ୍ତୁ – ଡାକ୍ତର ଜୟନ୍ତ କୁମାର ପଣ୍ଡା
ବ୍ଲାକ୍ ଫଙ୍ଗସ୍ରୁ ସୁରକ୍ଷିତ ରହିବେ କିପରି? (How to stay safe from Black Fungus in Odia)
ଏଥିରୁ ସୁସ୍ଥ ହେବା ପରେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ। ମୁହଁରେ ପ୍ରତିଦିନ ମାସ୍କ ପିନ୍ଧନ୍ତୁ।
ବଗିଚାରେ କାମ କରିବା ସମୟରେ, ଘର ତିଆରି କରିବା ସମୟରେ କିମ୍ବା ଜମି କାର୍ଯ୍ୟ କରିବା ସମୟରେ ମାସ୍କ ସହ, ଗ୍ଲୋଭସ୍, ଫେସ୍ ସିଲ୍ଡ, ଜୋତା ଆଦି ପିନ୍ଧିକି ଗଲେ ବ୍ଲାକ ଫଙ୍ଗସ୍ଠାରୁ ଦୂରେଇ ରହିପାରିବା