କେଉଁମାନଙ୍କୁ ଦରକାର ପଡ଼ିପାରେ ପଲ୍‌ସ ଅକ୍ସିମିଟର?

  • ଯଦି ଆପଣଙ୍କଠାରେ ଶ୍ୱାସକ୍ରିୟା ସମ୍ବନ୍ଧିତ କୌଣସି ସମସ୍ୟା ଥାଏ
  • କରୋନା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସିଥିଲେ
  • ଉଚ୍ଚ ରକ୍ତଚାପ, ଡାଏବେଟିସ୍, ବିଭିନ୍ନ ଫୁସଫୁସ ଓ ହୃଦପିଣ୍ଡ ଜନିତରୋଗ ଥିଲେ
  • ପୋଲିସ, ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆଗ ଧାଡ଼ିର କୋଭିଡ୍ ଯୋଦ୍ଧା
  • ବରିଷ୍ଠ ନାଗରିକ

ଏମାନଙ୍କ କ୍ଷେତ୍ରରେ ପଲ୍‌ସ ଅକ୍ସିମିଟର ବିଶେଷ ଭାବେ ସହାୟକ ହୋଇଥାଏ। ତେବେ ଅନେକ ରାଜ୍ୟରେ କ୍ୱାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିମାନଙ୍କୁ ସରକାରଙ୍କ ପକ୍ଷରୁ ପଲ୍‌ସ ଅକ୍ସିମିଟର ଦିଆଯାଉଛି।

ପଲ୍‌ସ ଅକ୍ସିମିଟର କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ। : https://amzn.to/2GUhKvL

ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏପର୍ଯ୍ୟନ୍ତ ଏହାର ଚିକିତ୍ସାକୁ ନେଇ କୌଣସି ପକ୍କା ଔଷଧ ବହାରି ନାହିଁ। ତେବେ ସଂକ୍ରମଣକୁ ରୋକିବା ଏକମାତ୍ର ମାଧ୍ୟମ ପାଲଟିଛି ସାମାଜିକ ଦୂରତା। ଥଣ୍ଡା, ଜ୍ୱର, ଝିଙ୍କ, କାଶ ଓ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା ଏହି ଭୂତାଣୁ ସାଧାରଣ ଲକ୍ଷଣ। ହେଲେ ବିନା ଲକ୍ଷଣରେ ମଧ୍ୟ ଅନେକଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେଉଛି। ଏଭଳି ପରିସ୍ଥିତିରେ କୋଭିଡ୍-୧୯ ହୋଇଛି କି ନାହିଁ ତାହା ପରୀକ୍ଷା ପାଇଁ ବଜାରରେ ଏକ ଡିଭାଇସ ବହୁଳ ଭାବରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏହି ଡିଭାଇସ୍ ହେଉଛି ପଲ୍‌ସ ଅକ୍ସିମିଟର।

ତେବେ ପଲ୍‌ସ ଅକ୍ସିମିଟର କ’ଣ? କରୋନା ଚିହ୍ନଟ କରିବାରେ ଏହା କିଭଳି ସହାୟକ ହେଉଛି ଆସନ୍ତୁ ଜାଣିବା।

ଲ୍‌ସ ଅକ୍ସିମିଟର କ?

ପଲ୍‌ସ ଅକ୍ସିମିଟର ହେଉଛି ଏକ ପ୍ରକାରର ଡିଭାଇସ୍, ଯେଉଁଥିରେ ଆପଣଙ୍କ ଶରୀରର ରକ୍ତରେ ଥିବା ଅମ୍ଳଜାନର ମାତ୍ରା ମପାଯାଇପାରେ। ଏହା ଦେଖିବାକୁ ଏକ କ୍ଲିପ୍ ପରି। ପଲ୍‌ସ ଅକ୍ସିମିଟରରେ ଆଙ୍ଗୁଠି ରଖିଲେ ଆପଣଙ୍କ ରକ୍ତରେ ଥିବା ଅମ୍ଳଜାନର ମାତ୍ରା ରିଡିଂ ଆକାରରେ ଦେଖିବାକୁ ମିଳିଥାଏ। ଏହି ପରୀକ୍ଷାରେ ଆପଣଙ୍କୁ କୌଣସି ଯନ୍ତ୍ରଣା ହୋଇନଥାଏ।

ହୃତପିଣ୍ଡ ଆମ ଶରୀରର ପ୍ରତ୍ୟେକ ଅଙ୍ଗକୁ ରକ୍ତ ପହଞ୍ଚାଇଥାଏ। ସେହିପରି ଫୁସଫୁସ୍‌ରେ ରକ୍ତ ଅମ୍ଳଜାନରେ ସଂସ୍ପର୍ଶରେ ଆସି ବିଷୁଦ୍ଧ ହୋଇଥାଏ। ଶରୀରର ରକ୍ତ ସଞ୍ଚାଳନ ପାଇଁ ଏହି ଦୁଇଟି ଅଙ୍ଗ ଗୁଣୁତ୍ୱପୂର୍ଣ୍ଣ। ପଲ୍‌ସ ଅକ୍ସିମିଟରରେ ଆପଣଙ୍କ ହୃତପିଣ୍ଡ କିଭଳି କାମ କରୁଛି ତାହା ମଧ୍ୟ ଜାଣି ପାରିବେ। ଏହି ଡିଭାଇସ ଜରିଆରେ ଆପଣଙ୍କ ହାର୍ଟ ରେଟ୍ ମଧ୍ୟ ମପାଯାଇପାରେ। ଅନ୍ୟପକ୍ଷରେ ଆପଣଙ୍କ ନିଃଶ୍ୱାସ ନେବାରେ ଅସୁବିଧାରେ ଏହି ଡିଭାଇସ ଆପଣଙ୍କୁ ସତର୍କ କରାଇଥାଏ।

କୋଭିଡ୍-୧୯ରେ ଏହା କିଭଳି ସହାୟକ ହେଉଛି?

କୋଭିଡ୍-୧୯ ରୋଗର ସାଧାରଣ ଲକ୍ଷଣ ହେଉଛି ଥଣ୍ଡା, ଜ୍ୱର, ଛିଙ୍କ, କାଶ ଓ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା। ତେବେ ଅନେକ କୋଭିଡ୍ ରୋଗୀଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନଥିବା ଜଣାପଡ଼ିଛି। ଅଜାଣତରେ ଯଦି ଆପଣ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଥାଏ ଏବଂ ଶରୀରକୁ ସଠିକ ପରିମାଣରେ ଅମ୍ଳଜାନ ମିଳୁନଥାଏ ତେବେ ତେବେ ପଲ୍‌ସ ଅକ୍ସିମିଟର ରକ୍ତରେ ଥିବା ଅମ୍ଳଜାନର ମାତ୍ରା ମାପି ଆପଣଙ୍କୁ ସତର୍କ କରାଇବ।

କେମିତି କାମ କରେ ପଲ୍‌ସ ଅକ୍ସିମିଟର?

ଆମ ଶରୀରର ରକ୍ତରେ ଅମ୍ଳଜାନର ମାତ୍ରା ୮୯ ପ୍ରତିଶିତରୁ ଅଧିକ ରହିବା ଉଚିତ। ଏହା ଦ୍ୱାରା ଆମ ଶରୀରର କୋଷିକାଗୁଡ଼ିକ ସୁସ୍ଥ ରହିଥାଏ। ଅମ୍ଳଜାନର ମାତ୍ରା ୮୯ ପ୍ରତିଶିତରୁ କମିଗଲେ ପଲ୍‌ସ ଅକ୍ସିମିଟର ଆପଣଙ୍କୁ ସତର୍କ କରାଇବ। ଯଦି ଆପଣଙ୍କ ଶରୀରରେ କିଛି ସମୟ ପାଇଁ ଅମ୍ଳଜାନ କମ ଥିବା ଦେଖାଯାଉଛି, ତେବେ ଏହା ଚିନ୍ତାର ବିଷୟ ନୁହେଁ। ଯଦି ଏହା ଲମ୍ବା ସମୟ ଯାଏଁ ଅମ୍ଳଜାନ କମ ରହୁଥିବା ଦେଖୁଛନ୍ତି ତେବେ ସାବଧାନ।

ପଲ୍‌ସ ଅକ୍ସିମିଟର କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ। : https://amzn.to/2GUhKvL