ପରିସ୍ରା ପୋଡ଼ା ଏକ ରୋଗ ନୁହେଁ, ଏହା ଏକ ରୋଗର ଲକ୍ଷଣ। ୟୁରିନାରି ଟ୍ରାକ୍ଟ ଇନ୍‌ଫେକ୍ସନ୍‌ ହେଲେ ପରିସ୍ରା ପୋଡ଼ା ଲକ୍ଷଣ ଦେଖାଦେଇଥାଏ।

ୟୁରିନ୍ ଇନ୍‌ଫେକ୍ସନ ମୂତ୍ରନଳୀର ଯେକୌଣସି ସ୍ଥାନରେ ମଧ୍ୟ ହୋଇପାରେ। ଆମ ଶରୀରର ୟୁରିନାରି ଟ୍ରାକ୍ଟ୍ ମୁଖ୍ୟତଃ ୪ଟି ଅଙ୍ଗରେ ତିଆରି। କିଡ୍‌ନି, ୟୁରେଟର୍‌ସ, ବ୍ଲାଡର ଏବଂ ୟୁରେଥ୍ରା। ଅଧିକାଂଶ ୟୁରିନ୍ ଇନ୍‌ଫେକ୍ସନ ନିମ୍ନ ଭାଗରେ ଥିବା ୟୁରେଥ୍ରା ଏବଂ ବ୍ଲାଡରରେ ହୋଇଥାଏ। ତେବେ ଉପର ଭାଗରେ ଥିବା କିଡ୍‌ନି ଏବଂ ୟୁରେଟର୍‌ସରେ ସଂକ୍ରମଣ କ୍ୱଚିତ୍ ଦେଖାଦେଇଥାଏ। ଏହା କିଡ୍‌ନିକୁ ସଂକ୍ରମଣ କରିବାର ଆଶଙ୍କା ଥିବାରୁ ଏହି ସଂକ୍ରମଣ ଅଧିକ ଗୁରୁତର। 

ୟୁରିନ୍ ଇନ୍‌ଫେକ୍ସନର ପ୍ରଥମ ଲକ୍ଷଣ ହେଉଛି ପରିସ୍ରା ଜ୍ୱଳାପେଡ଼ା ହେବା, ପରିସ୍ରା ବେଳେ କଷ୍ଟ ଅନୁଭବ ହେବା, ତଳିପେଟରେ ଦରଜ ହେବା, ବାରମ୍ବାର ପରିସ୍ରା ଲାଗିବ, ରାତି ଅଧରେ ପରିସ୍ରା ଲାଗିବ, ପରିସ୍ରା ଅଟକାଇ ପାରିବା ନାହିଁ, ପରିସ୍ରା କଲା ପରେ ବି ଲାଗିବ ପରିସ୍ରା ରହିଗଲା ଭଳି ଲକ୍ଷଣ ଦେଖାଦେଇଥାଏ।

ପରିସ୍ରା ପୋଡ଼ା କେଉଁମାନଙ୍କୁ ହେବାର ଆଶଙ୍କା ଥାଏ?

ମହିଳାଙ୍କଠାରେ ପରିସ୍ରା ପୋଡ଼ା ଅଧିକ ଦେଖାଦିଏ। ଏହାସହ ମଧୁମେହ, ଏଡ୍‌ସ, ଅଟୋ ଇମ୍ୟୁନ୍‌ ରୋଗ କାରଣରୁ ପରିସ୍ରାଜନିତ ସଂକ୍ରମଣ ହୋଇଥାଏ।

ପରିସ୍ରା ପୋଡ଼ା ସମସ୍ୟାରୁ କେମିତି ପାଇବେ ମୁକ୍ତି?

ପ୍ରତ୍ୟେହ ଦେଢ଼ ଲିଟରରୁ ଦୁଇ ଲିଟର ପାଣି ପିଇବା ଦରକାର।

ମଦ୍ୟପାନ, କଫି, ଚା’ ପିଇବା କମ୍‌ କରନ୍ତୁ।

ପନିପରିବା ଓ ଫଳମୂଳକୁ ପ୍ରଚୁର ପରିମାଣରେ ସେବନ କରନ୍ତୁ।