ମୂତ୍ରାଶୟରେ ସଂକ୍ରମଣ ହେଲେ ତାହାକୁ ୟୁରିନ୍‌ ଇନ୍‌ଫେକ୍ସନ ବୋଲି କୁହାଯାଏ। ସାଧାରଣତଃ ୟୁରିନ ଇନ୍‌ଫେକ୍ସନ ଜୀବାଣୁ ସଂକ୍ରମଣ ଦ୍ୱାରା ହୋଇଥାଏ। ବାହ୍ୟ ବ୍ୟାକ୍ଟେରିଆଗୁଡ଼ିକ ମୂତ୍ରନଳୀ ଦେଇ ମୂତ୍ରାଶୟକୁ ସଂକ୍ରମଣ କରନ୍ତି ଯାହା ଫଳରେ ପରିସ୍ରା ସଂକ୍ରମଣ ହୋଇଥାଏ।

କୋଷ୍ଠକାଠିନ୍ୟ ସମସ୍ୟା ଯୋଗୁଁ ୟୁରିନ୍‌ ଇନ୍‌ଫେକ୍ସନ ହୋଇପାରେ।

ଡାଏବେଟିସ୍‌ ଥିଲେ ୟୁରିନ୍‌ ଇନ୍‌ଫେକ୍ସନ ହେବାର ଆଶଙ୍କା ଅଧିକ ଥାଏ।

ପରିସ୍ରା ରାସ୍ତାରେ ଷ୍ଟୋନ୍‌ କିମ୍ବା ଟ୍ୟୁମର ହୋଇଥିଲେ ୟୁରିନ୍‌ ଇନ୍‌ଫେକ୍ସନ ହୋଇପାରେ।

ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ହୋଇଥାଏ ୟୁରିନ୍‌ ଇନ୍‌ଫେକ୍ସନ। ୧୫ରୁ ୪୫ ବର୍ଷର ମହିଳାମାନେ ପ୍ରାୟତଃ ୟୁରିନ୍‌ ଇନ୍‌ଫେକ୍ସନର ଶିକାର ହୋଇଥା’ନ୍ତି।

ସାଧାରଣତଃ ପାଣି, ମିଶିରି ପାଣି ପିଇବା ଦ୍ୱାରା ୟୁରିନ୍‌ ଇନ୍‌ଫେକ୍ସନ୍‌ ଭଲ ହୋଇଯାଇଥାଏ। ହେଲେ କେତେକ କ୍ଷେତ୍ରରେ ଲୋକଙ୍କୁ କ୍ରୋନିକ୍‌ ୟୁରିନ୍‌ ଇନ୍‌ଫେକ୍ସନ ହୋଇଥାଏ ଯାହା ଔଷଧ ଖାଇଲା ପରେ ବି ଭଲ ହୋଇ ନଥାଏ। ନଚେତ୍‌ ଔଷଧ ଖାଇଲେ ଭଲ ହୋଇଯାଏ ଏବଂ ଔଷଧ ଛାଡ଼ିଦେଲେ ପୁନଃ ସଂକ୍ରମଣ ହୋଇଥାଏ। ଜଣକର ବର୍ଷକରେ ଦୁଇରୁ ତିନିଥର ବା ତା’ଠାରୁ ଅଧିକ ପରିସ୍ରା ସଂକ୍ରମଣ ହେଲେ ରିକରେଣ୍ଟ ୟୁରିନ୍‌ ଇନ୍‌ଫେକ୍ସନ ହୋଇଥାଏ।

ବୟସ୍କମାନେ ଅଧିକ ୟୁରିନ୍‌ ଇନ୍‌ଫେକ୍ସନର ଶିକାର ହୋଇଥା’ନ୍ତି। କାରଣ ସେମାନଙ୍କର ବୟସ କ୍ରମେ ପରିସ୍ରା ଧୀରେ ଧୀରେ କମିଯାଏ ଫଳରେ ସେମାନଙ୍କ ମୂତ୍ରାଶୟରେ ପରିସ୍ରା ରହିଯାଏ ଓ ସେମାନେ ତାହା ଜାଣିପାରନ୍ତି ନାହିଁ। ଏହା ମୂତ୍ର ସଂକ୍ରମଣର କାରଣ ହୋଇଥାଏ।

ସାଧାରଣତଃ ୟୁରିନ୍‌ ଇନ୍‌ଫେକ୍ସନ ହୋଇଥିଲେ କୌଣସି ପରୀକ୍ଷା କରିବାକୁ ପଡ଼େ ନାହିଁ। ଲକ୍ଷଣକୁ ଦେଖି ଔଷଧ ଖାଇଲେ ଇନ୍‌ଫେକ୍ସନ ଭଲ ହୋଇଥାଏ। ହେଲେ ବାରମ୍ବାର ୟୁରିନ୍‌ ଇନ୍‌ଫେକ୍ସନ ହୋଇଥିଲେ ରକ୍ତପରୀକ୍ଷା, ୟୁରିନ କଲ୍‌ଚର, ଅଲଟ୍ରାସାଉଣ୍ଡ କରାଯାଏ।

ୟୁରିନ୍ଇନ୍ଫେକ୍ସନର ନିରାକରଣ

ଯଥେଷ୍ଠ ପରିମାଣର ପାଣି ପିଇବା ଦରକାର।

ପରିସ୍ରାର ଧାରା ଠିକ୍‌ ନଥିଲେ, ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ମଧୁମେହ ଥିଲେ ତାକୁ ନିୟନ୍ତ୍ରଣ କରିବା ଜରୁରୀ।

କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ଏହାର ନିରାକରଣ କରନ୍ତୁ।

ସୁସ୍ଥ ଲାଇଫ୍‌ଷ୍ଟାଇଲ୍‌ ଆପଣାନ୍ତୁ।