କରୋନାରେ ସଂକ୍ରମିତ ହୋଇଥିବା ପ୍ରାୟ ୮୦ ପ୍ରତିଶତ ରୋଗୀଙ୍କଠାରେ ସ୍ବଳ୍ପ ଲକ୍ଷଣ ପ୍ରକାଶ ପାଇଥାଏ। କେତେକ କ୍ଷେତ୍ରରେ କୌଣସି ଲକ୍ଷଣ ଜଣାପଡ଼ିନଥାଏ। ଜଣେ କରୋନା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ଅଛି, ଜାଣିବା ପାଇଁ ସାଧାରଣ ଭାବେ ୪ ପ୍ରକାର ପରୀକ୍ଷା କରାଯାଇଥାଏ। ଯଥା – ସିଆରପି, ଏଲଡିଏଚ୍, ପେରିଟିନ୍ ଏବଂ ଡି ଡାଇମର। ଏସବୁ ରକ୍ତ ପରୀକ୍ଷାରୁ ସଂକ୍ରମିତଙ୍କର ସ୍ଥିତି ଜଣାପଡ଼ିଥାଏ।
ଏଥିସହ ଏଚ୍ଆରସିଟି ଥୋରାକ୍ସ ପରୀକ୍ଷାରୁ ଫୁସ୍ଫୁସ୍ ସଂକ୍ରମଣ ସ୍ଥିତି ବିଷୟରେ ଜଣାପଡ଼ିଥାଏ। ସମସ୍ତଙ୍କ କ୍ଷେତ୍ରରେ ଏହାର ଆବଶ୍ୟକତା ପଡ଼ିନଥାଏ। ବୟସ୍କ ବ୍ୟକ୍ତି ବା ଅନ୍ୟ କୌଣସି ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି, ତେବେ ଏହିସବୁ ପରୀକ୍ଷା କରିବା ଆବଶ୍ୟକ। ଯଦି ଶରୀରରେ ଅକ୍ସିଜେନ୍ ସ୍ତର ୯୪ ଉପରେ ରହୁଛି, ତାହେଲେ ଥୋରାକ୍ସ କରିବାର ଆବଶ୍ୟକତା ନାହିଁ।
କରୋନା ଜନିତ କୌଣସି ଲକ୍ଷଣ ଦେଖାଦେଲେ ଟେଷ୍ଟ କରିବା ସହ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ।