ରକ୍ତହୀନତା ଦେଖାଯିବା ଏକ ବଡ଼ ସମସ୍ୟା। ତେଣୁ ନିଜ ଡାଏଟ୍‌ରେ ଏପରି କିଛି ଖାଦ୍ୟ ସାମିଲ କରନ୍ତୁ, ଯାହା ଶରୀରରେ ରକ୍ତର ମାତ୍ରାକୁ ସନ୍ତୁଳିତ ରଖିବ।

ଶରୀରରେ ରକ୍ତର ମାତ୍ରା କମିଗଲେ ବ୍ୟକ୍ତି ଅସୁସ୍ଥ ହୋଇପଡ଼େ ଏବଂ ତାକୁ ବିଭିନ୍ନ ରୋଗ ମାଡିବସେ। ଶରୀରରେ ରକ୍ତ କମ ହେବା ଏକ ପ୍ରକାର ସମସ୍ୟା ଯାହାକୁ ଆମେ ଏନିମିଆ ବା ରକ୍ତହୀନତା ବୋଲି କୁହାଯାଏ।

ଛୋଟ ଶିଶୁମାନଙ୍କ ଦେହରୁ ରକ୍ତ କମ୍‌ ହୋଇଗଲେ ସେମାନଙ୍କ ଶାରୀରିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ। ମହିଳାଙ୍କ କ୍ଷେତ୍ରରେ ରକ୍ତ ଅଭାବ ହେଲେ ଋତୁସ୍ରାବରେ ଅସୁବିଧା ହୋଇଥାଏ।

କାହିଁକି ହୁଏ ରକ୍ତହୀନତା? (Causes of anemia in Odia)

ଖାଦ୍ୟରେ ପୋଷକ ତତ୍ଵର ଅଭାବ ହେଲେ ଶରୀରରେ ରକ୍ତ ତିଆରି ହୋଇପାରେ ନାହିଁ।

କୌଣସି ଜିନଗତ ରୋଗ କିମ୍ବା ଗମ୍ଭୀର ରୋଗ ଥିଲେ ଶରୀରରେ ରକ୍ତ ତିଆରିରେ ବାଧାପ୍ରାପ୍ତ ହୁଏ।

ଆଇରନ, ଭିଟାମିନ ଵି ୧୨ ଏବଂ ଫଲିକ ଏସିଡର ଅଭାବ ହେଲେ ରକ୍ତ ସୃଷ୍ଟି ହୁଏ ନାହିଁ।

କୌଣସି କାରଣରୁ ଶରୀରରୁ ଅଧିକ ରକ୍ତ ବାହାରିବା ଯୋଗୁଁ ରକ୍ତହୀନତା ହୋଇଥାଏ।

ବୟସ ବଢ଼ିବା ହେତୁ ଶରୀରରେ ରକ୍ତ ତିଆରି ବନ୍ଦ ହୋଇଯାଏ।

getting tired easily

ରକ୍ତହୀନତାର ଲକ୍ଷଣ (Symptoms of anemia in Odia)

ଶରୀର ଦୁର୍ବଳ ଲାଗେ।

ଅତ୍ୟଧିକ ମାତ୍ରାରେ କେଶ ଝଡ଼ିଥାଏ।

ଶରୀରର ଚର୍ମ ଧଳା ପଡ଼ିଯିବା।

ମୁଣ୍ଡ ବୁଲେଇବା।

ଗୋଡ଼ହାତ ଥଣ୍ଡା ପଡ଼ିଯିବା।

ଭୋକ ନ ଲାଗିବା ବା ଖାଇବାକୁ ଇଚ୍ଛା ନ ହେବା।

ଛାତି ଓ ମୁଣ୍ଡ ବିନ୍ଧିବା।

ଥକ୍କା ଅନୁଭବ ହେବା।

ଶରୀରର ଥଣ୍ଡା ପଡ଼ିଯିବା।

ରକ୍ତହୀନତା ଦୂର କରିବାର ଘରୋଇ ଉପଚାର

ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।

ନିୟମିତ ଭାବେ ଫଳ ଓ ସବୁଜ ପନିପରିବା ଖାଆନ୍ତୁ।

ପାଳଙ୍ଗ ଶାଗ ଖାଆନ୍ତୁ।

ଡାଳିମ୍ବରେ ଆଇରନ, କ୍ୟାଲସିୟମ , ପୋଟାସିୟମ,  ମ୍ୟାଗ୍ନେସିୟମ ଏବଂ ଭିଟାମିନ ଥାଏ। ଡାଳିମ୍ବ ଶରୀରରେ ରକ୍ତର ଅଭାବକୁ ପୂରଣ କରେ।

ବାଦାମ ଓ ଗୁଡ଼ ମିଶାଇ ସେବନ କରନ୍ତୁ। ଏହା ଦ୍ଵାରା ଶରୀରକୁ ପ୍ରଚୁର ମାତ୍ରାରେ ଆୟୋଡିନ ମିଳିଥାଏ।

ବିଟ୍‌ ଶରୀରର ରକ୍ତ ତିଆରି କରାଏ ଏବଂ  ରକ୍ତ ସଫା କରାଏ। ବିଟ୍‌ରେ ଆଇରନର ମାତ୍ରା ଅଧିକ ଯୋଗୁଁ ନୂଆ ରକ୍ତ ଶୀଘ୍ର ତିଆରି ହୋଇଥାଏ।

ପ୍ରତିଦିନ ଗୋଟିଏ ଲେଖାଏଁ ଚେରି ଖାଆନ୍ତୁ।

ଗାଜର ଜୁସ ପିଇଲେ ରକ୍ତର ଅଭାବକୁ ଦୂର କରାଯାଇପାରେ।

କଦଳୀରେ ପ୍ରୋଟିନ, ଆଇରନ, ଖଣିଜ ଭରପୂର ମାତ୍ରାରେ ଥାଏ, ଏହା ଶରୀରରେ ରକ୍ତ ତିଆରି କରିବାରେ ସାହାଯ୍ୟ କରିଥାଏ।

ସେଓ ଖାଇଲେ ରକ୍ତରେ ମାତ୍ରା ସନ୍ତୁଳିତ ରହେ।

ଗୁଡରେ ପ୍ରାକୃତିକ ଖଣିଜ ଏବଂ ଭିଟାମିନ ରହିଛି। ନିୟମିତ ଗୁଡ ଖାଇଲେ ରକ୍ତହୀନତା ଦୂର ହୁଏ।

ରାତିରେ ୪ରୁ ୫ଟି କିସ୍‌ମିସ୍‌ ପାଣିରେ ଭିଜାଇ ରଖନ୍ତୁ, ତା’ ପରଦିନ ସକାଳେ ଏହାକୁ ଖାଆନ୍ତୁ।