କମଳା ଚୋପା: କମଳା ଚୋପା ରଙ୍ଗ ସଫା କରିବାରେ ସାହାଯ୍ୟ କରିଥାଏ। କମଳା ଚୋପାକୁ ଖରାରେ ଶୁଖାଇ ପାଉଡର ପ୍ରସ୍ତୁତ କରି ନିଅନ୍ତୁ। ଏହି ପାଉଡରକୁ ପ୍ରତିଦିନ ଗୋଲାପ ଜଳ ମିଶାଇ ଲଗାନ୍ତୁ। ଦେଖିବେ ତ୍ୱଚାର ରଙ୍ଗ ସଫା ଦେଖାଯିବ।
କଞ୍ଚା କ୍ଷୀର: କଞ୍ଚା କ୍ଷୀରରେ କେଶର ମିଶାଇ ଚେହେରାରେ ଲଗାନ୍ତୁ। ଦେଖିବେ ତ୍ୱଚା ଉଜ୍ଜ୍ୱଳ ଲାଗିବ।
ଚାଉଳ: ଚାଉଳର ପେଷ୍ଟ୍ ପ୍ରସ୍ତୁତ କରି ହଳଦୀ ମିଶାଇ ସ୍କିନ୍ ଉପରେ ଲଗାଇଲେ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଆସିଥାଏ।
ଗାଜର ଜୁସ୍: ଗାଜର ଜୁସରେ ମହୁ ମିଶାଇ ଲଗାନ୍ତୁ। ଶୁଖିଗଲାପରେ ଧୋଇ ନିଅନ୍ତୁ। ଦେଖିବେ ତ୍ୱଚା ଉଜ୍ଜ୍ୱଳ ଦେଖାଯିବ।
ଦହି: ଦହିରେ ହଳଦୀ ପାଉଡ଼ର ମିଶାଇ ତ୍ୱଚା ଉପରେ ଲଗାଇଲେ ଏହା ଫଳପ୍ରଦ ହୋଇଥାଏ।
ନଡ଼ିଆ: ନଡ଼ିଆର ମଲାଇ ତ୍ୱଚାରେ ଲଗାଇ ଛାଡ଼ି ଦିଅନ୍ତୁ। ୧୫ ମିନିଟ୍ ପରେ ଏହାକୁ ଧୋଇ ନିଅନ୍ତୁ। ଦେଖିବେ ତ୍ୱଚା ଉଜ୍ଜ୍ୱଳ ଦେଖାଯିବ।
ଅମୃତଭଣ୍ଡା: ଅମୃତଭଣ୍ଡାର ପେଷ୍ଟ୍ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ୱଚାରେ ଲଗାନ୍ତୁ। ଦେଖିବେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ଦିଶିବ।
ବେସନ: ବେସନରେ ଦହି ଏବଂ ଲେମ୍ବୁରସ ମିଶାଇ ଶରୀରରେ ଲଗାଇଲେ ତ୍ୱଚା ଉଜ୍ଜ୍ୱଳ ଦେଖାଯିବା ସହ ସ୍କିନ୍ ପାଇଁ ମଧ୍ୟ ଫାଇଦା ହୋଇଥାଏ।