ମୁହଁକୁ ଉଜ୍ୱଳ ଓ ଚମକଦାର କରିବା ପାଇଁ ମହିଳାମାନେ ନାନାଦି କ୍ରିମ୍‌, ଫେସ୍‌ଓ୍ୱାସ୍‌ ବ୍ୟବହାର କରିଥାଆନ୍ତି। ହେଲେ କେମିକାଲଯୁକ୍ତ ଏହି ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଉଜ୍ୱଳତା ଆସିଥାଏ, କିନ୍ତୁ କିଛି କ୍ଷଣକ ପାଇଁ। ଏହାପରେ ତ୍ୱଚାଜନିତ ବିଭିନ୍ନ ସମସ୍ୟା ଉପୁଜିଥାଏ। ଆପଣ କିଛି ଘରୋଇ ଉପଚାର ଆପଣେଇ ତ୍ୱଚାକୁ ଚମକଦାର କରିପାରିବେ ଏବଂ ଏହାଦ୍ୱାରା ଆପଣଙ୍କ ତ୍ୱଚାର କୌଣସି କ୍ଷତି ହୋଇ ନଥାଏ।

ଆଲୋଭେରା

ତ୍ୱଚାକୁ କୋମଳ ଏବଂ ଚମକ ରଖିବାରେ ଆଲୋଭେରାର ଭୂମିକା ରହିଛି। ଆଲୋଭେରା ଡାଳ ଭାଙ୍ଗି ସେଥିରୁ ଜେଲ୍‌ ସଂଗ୍ରହ କରନ୍ତୁ। ଦୁଇ ଚାମଚ ଗୋଲାପ ଜଳ, ଦୁଇ ଚାମଚ ବାଦାମ ତେଲ ଓ ୫ରୁ ୧୦ ଟୋପା ଲାଭେଣ୍ଡର ତେଲ ସହିତ ଭିଟାମିନ୍‌ ଇ କ୍ୟାପ୍‌ସୁଲ ମିଶାଇ ଏକ ଏୟାର ଟାଇଟ୍‌ କଣ୍ଟେନରରେ ଭର୍ତ୍ତି କରିଦିଅନ୍ତୁ। ଏହାକୁ ଫେସ୍‌ଓ୍ୱାସ୍‌ ଭଳି ବ୍ୟବହାର କରନ୍ତୁ।

ଏହାକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ମୁହଁକୁ ଧୋଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣରୁ ଅଳ୍ପ କିଛି ନେଇ ମୁହଁରେ ମସାଗ କରନ୍ତୁ। ୨ ମିନିଟ୍‌ପରେ ମୁହଁକୁ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ।

ଅଧିକ ପଢ଼ନ୍ତୁ: ଓ୍ୱାର୍କ ଫ୍ରମ୍‌ ହୋମ୍‌ର ଉଠାନ୍ତୁ ଫାଇଦା – କାମ କଲାବେଳେ ନିଅନ୍ତୁ ତ୍ୱଚାର ଯତ୍ନ

ଲେମ୍ବୁ ଓ ମହୁ ଫେସ୍‌ଓ୍ୱାସ୍‌

ମହୁ ଓ ଲେମ୍ବୁ ତ୍ୱଚା ପାଇଁ ଏକ ଆଣ୍ଟିସେପ୍‌ଟିକ୍‌ ଏବଂ ମଇଶ୍ଚରାଇଜର ପରି କାମ କରିଥାଏ। ଏହା ତ୍ୱଚାରୁ ମୃତ କୋଶିକା ଦୂର କରିଥାଏ। ଦୁଇ ଚାମଚ ଲେମ୍ବୁ ରସକୁ ଅଧ ଚାମଚ ମହୁରେ ମିଶାଇ ମୁହଁରେ ଓ ବେକରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ମୁହଁକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ମୁହଁକୁ ଧୋଇ ସାରିବା ପରେ ମଇଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ।

କଞ୍ଚା କ୍ଷୀର

କଞ୍ଚା କ୍ଷୀର ପ୍ରାକୃତିକ କ୍ଲିନ୍‌ଜର ଭଳି କାମ କରେ। ଏହା ତ୍ଵଚାରୁ ମଇଳା ସଫା କରିବା ସହିତ ମୃତ କୋଷିକା ଦୂର କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ଦୁଇ ଚାମଚ କ୍ଷୀରରେ ଗୋଟେ କଟନ ବୁଡ଼ାଇ ମୁହଁକୁ ପୋଛି ଦିଅନ୍ତୁ। ଏହା ମେକ୍‌ଅପ୍‌ ଛଡ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

ବେସନ ହଳଦୀ

ବେସନ ମୁହଁକୁ ସଫା କରିବା ପାଇଁ ବ୍ୟବହାର କରାଯାଏ।

ବେସନରେ ଚନ୍ଦନ, ଗୋଲାପ ଜଳ, ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ତ୍ୱଚାରେ ଏବଂ ବେକରେ ଲଗାଇ ଦିଅନ୍ତୁ। ୩୦ ମିନିଟ୍‌ ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ଵଚାକୁ ସଫା କରିବା ସହ କଳା ଦାଗ, ବ୍ରଣ, ମଇଳା, ମୃତ କୋଷିକା ଦୂର କରିଥାଏ।