ଡାକ୍ତର ସଞ୍ଜୀବ କୁମାର ମିଶ୍ର

କ୍ୟାନସର ହେଉଛି ଏକ ମାରାତ୍ମକ ରୋଗ। ଏହି ରୋଗର ନାଁକୁ ଯେପରି କ୍ୟାନସର ବା କର୍କଟ କହୁଛନ୍ତି ଏହା ସେହିଭଳି କଙ୍କଡ଼ା ପରି ଚାରିଆଡ଼କୁ ମାଡ଼ି ଚାଲେ। ଯେତେବେଳେ କ୍ୟାନ୍ସର କେତେ ପ୍ରକାର ବୋଲି ପଚାରିବେ ସେତେବେଳେ ଆମେ ଦେଖିବୁ ସାଧାରଣତଃ ବିଭିନ୍ନ ପ୍ରକାର ଜିନିଷକୁ ନେଇ ତାକୁ ଭାଗ କରାଯାଇଥାଏ। ଗୋଟେ ଧରନ୍ତୁ ଯେମିତି ଶରୀରର କେଉଁ ଅଙ୍ଗରେ ହେଉଛି, ମନେ କରନ୍ତୁ ଆପଣଙ୍କର ମୁଣ୍ଡ ଏବଂ ଗଳାରେ ହେଲା, ବେକରେ ହେଲା ସେତେବେଳେ ତାକୁ ହେଡ୍ ଆଣ୍ଡ ନେକ୍ କ୍ୟାନସର କହୁଛୁ।

Dr Sanjib Kumar Mishra, Oncology, Utkal Hospital

 

ଯଦି ସ୍ତନରେ ହେଲା ତା’ ହେଲେ ସ୍ତନ କର୍କଟ ବୋଲି କହୁଛୁ। ଫୁସଫୁସରେ ହେଲେ ଫୁସଫୁସ କର୍କଟ ବୋଲି କହୁଛୁ। ଯଦି ମାଂସପେଶୀରେ ହେଲା ତା’ ହେଲେ ତାକୁ ସଫ୍ଟ ଟିସ୍ୟୁ ଟ୍ୟୁମର ବା ସଫ୍ଟ ଟିସ୍ୟୁ ସାର୍କୋମା ବୋଲି କହୁଛୁ। ଏହିଭଳି ଶରୀରର କେଉଁ ଅଙ୍ଗରେ ସେଇଟା ବାହାରୁଛି ତାକୁ ଦେଖି ଆମେ ତାକୁ ଭାଗ ଭାଗ କରିଥାଉ।

ଏହା ହେଲା ଗୋଟିଏ ପ୍ରକାରରେ ଭାଗ କରିବା। ଅନ୍ୟ ପ୍ରକାର ଭାଗ କେମିତି ଥାଏ ନା କିଛି କ୍ୟାନ୍ସର ହୋଇଥାଏ ଯେଉଁଗୁଡ଼ିକ ହେମାଟୋଲୋଜିକାଲ କ୍ୟାନ୍ସର, ଯେଉଁଗୁଡ଼ିକ ବ୍ଲଡ, ବ୍ଲଡ ପ୍ରଡକ୍ଟ, ତାକୁ ଫ୍ଲୁଇଡ୍ କ୍ୟାନ୍ସର ବି କହନ୍ତି ସେଥିରୁ ହୋଇଥାଏ। ଅନ୍ୟ ଗୁଡ଼ିକ ଯଦି ଦେଖିବେ ସେଗୁଡ଼ିକ ହେଲା ସଲିଡ୍ ଟ୍ୟୁମର। ସଲିଡ୍ ଟ୍ୟୁମର ମାନେ ଯେଉଁଗୁଡ଼ିକ ଶରୀରର ଅନ୍ୟ ଅଙ୍ଗରେ ହୋଇଥାଏ। ତାହା ସଲିଡ୍ ଟିସ୍ୟୁ ସୃଷ୍ଟି କରିଥାଏ। ଏହିଭଳି କ୍ୟାନ୍ସରକୁ ସବୁ ଭାଗ କରାଯାଇଛି।

ତା’ ଛଡ଼ା ସବୁଠୁ ବଡ଼ ଜିନିଷ ହେଉଛି ହିଷ୍ଟୋଲୋଜିକାଲ କ୍ଲାସିଫିକେସନ୍। ହିଷ୍ଟୋଲୋଜିକାଲ କ୍ଲାସିଫିକେସନ ମାନେ କେଉଁ ଟିସ୍ୟୁ ଅଫ୍ ଅରିଜିନ୍ କେଉଁ ଟିସ୍ୟୁରୁ ବାହାରୁଛି ତା’ ଉପରେ କ୍ୟାନସର ନିର୍ଭର କରୁଛି। ଧରନ୍ତୁ ଯେଉଁଟା ଏପିଥେଲିଆଲ ଟିସ୍ୟୁରୁ ବାହାରୁଛି ତାକୁ ଆମେ କାର୍ସିନୋମା ବୋଲି କହୁଛନ୍ତି, ଯେଉଁଟା ମେଜେନ୍ କାଇମାଲ ଟିସ୍ୟୁରୁ ବାହାରୁଛି ତାକୁ ଆମେ ସାର୍କୋମା ବୋଲି କହୁଛନ୍ତି ଏହିଭଳି ସବୁ ବିଭିନ୍ନ ପ୍ରକାର ଭାଗ ଥାଏ। କିନ୍ତୁ ସାଧାରଣତଃ କେଉଁ ଅଙ୍ଗରେ ପ୍ରଥମେ ତାହା ବାହାରୁଛି ତା’ ଉପରେ ନିର୍ଭର କରି ଆମେ ତାକୁ ଭାଗ କରିଥାଉ।

କ୍ୟାନ୍ସର କିଭଳି ବ୍ୟାପେ?

cancer

କ୍ୟାନ୍ସର ୨-୩ ପ୍ରକାରରେ ବ୍ୟାପିଥାଏ। ଗୋଟିଏ ହେଉଛି ସେହି ଲୋକାଲ ସାଇଟ୍‌ରେ ବା ସ୍ଥାନରେ ଯେଉଁଠି ଅଛି ସେଇଠି କର୍କଟ ଭଳି ମାଡ଼ିଯିବା। ଦ୍ୱିତୀୟ ଜିନିଷ ହେଲା ଲିମ୍ଫାଟିକ୍ ଥ୍ରୋରେ ଯିବା, ଲିମ୍ଫାଟିକ ମାନେ ଯୋଉଟା ଆମର ଲିମ୍ଫ ଚ୍ୟାନେଲଗୁଡ଼ାକ ଅଛି ବା ଲିମ୍ଫ ନୋଡ୍ ଅଛି ତାହା ଦେଇ ଦୂର ଜାଗାକୁ ମାଡ଼ିଯିବା। ଆଉ ଗୋଟିଏ ହେଲା ରକ୍ତରେ ପଳାଇଯିବା। ଥରେ ରକ୍ତପ୍ରବାହୀ ନଳୀରେ ପଳାଇଗଲେ ତାହା ଦୂର ଜାଗା ଯେପରିକି ଲିଭର, ଲଙ୍ଗସ ଏହି ସବୁ ସ୍ଥାନକୁ ପଳାଏ। ଏହାକୁ ଡିଷ୍ଟାଣ୍ଟ ମେଟାସ୍ଥେସିସ୍ ବୋଲି କୁହାଯାଏ।

ତେଣୁ ଗୋଟିଏ ହେଉଛି ଲୋକାଲ ସ୍ପ୍ରେଡ ବା ଯେଉଁଟା ଯେଉଁଠି ଅଛି ସେହି ସ୍ଥାନରେ ମାଡ଼ିଯିବା। ଆଉ ଗୋଟିଏ ହେଲା ଲୋକୋ ରିଜଓନାଲ ସ୍ପ୍ରେଡ ବା ଲିମ୍ଫାଟିକ୍ କିମ୍ବା ଲିମ୍ଫନୋଡ୍ ମାଧ୍ୟମରେ ପାଖାପାଖି ଅଞ୍ଚଳକୁ ମାଡ଼ିଯିବା। ତୃତୀୟଟି ହେଲା ଡିଷ୍ଟାଣ୍ଟ ସ୍ରେଡ୍ ଯେଉଁଟାକି ରକ୍ତ ମାଧ୍ୟମରେ ଯାଇଥାଏ । ସେଇଟା ହେଉଛି ଦୂର ସ୍ଥାନକୁ ମାଡ଼ିଯିବା। କ୍ୟାନସର ପ୍ରାୟତଃ ଏହି ୩ ପ୍ରକାରରେ ବ୍ୟାପିଥାଏ।

(ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଉତ୍କଳ ହସ୍ପିଟାଲରେ କାର୍ଯ୍ୟରତ ରେଡିଏସନ୍ ଅଙ୍କୋଲୋଜିଷ୍ଟ)