exercise_workout_odisha

ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମର ଆବଶ୍ୟକତା ରହିଛି। କିନ୍ତୁ ଅଧିକ ବ୍ୟାୟାମ କରିବା ଯୋଗୁଁ ମଧ୍ୟ ସମସ୍ୟା ଦେଖାଦେଇଥାଏ।

କିଛି ଲୋକ ଜଲଦି ଓଜନ ହ୍ରାସ କରିବା ଆଳରେ ଗୋଟିଏ ଦିନରେ ଅଧିକ ବ୍ୟାୟାମ କରିଦିଅନ୍ତି। ସେହିପରି ଆଉ କିଛି ଲୋକ କିଛି ଦିନ ବ୍ୟାୟାମ ନ କରିଥିବାରୁ ଗୋଟିଏ ଦିନରେ ଅଧିକ ବ୍ୟାୟାମ କରିଥାଆନ୍ତି। କିନ୍ତୁ, ଏପରି କରିବା ଦ୍ୱାରା ଶରୀରରେ ଜଳୀୟଅଂଶ କମିଯାଏ ଓ ବ୍ୟକ୍ତି ଅସୁସ୍ଥ ହୋଇପଡ଼ନ୍ତି। ତେଣୁ ପ୍ରତିଦିନ ଆବଶ୍ୟକ ଅନୁଯାୟୀ ବ୍ୟାୟାମ କରିବା ଉଚିତ।

ଅଧିକ ବ୍ୟାୟାମ କରିବା ଯୋଗୁଁ ଶରୀର ଦୁର୍ବଳ ହୋଇପଡ଼େ। ଯାହାଦ୍ୱାରା ଶରୀର ଯନ୍ତ୍ରଣା ହେବା ସହ ଜ୍ୱର ମଧ୍ୟ ଆସିଥାଏ।

ଗୋଟିଏ ଦିନରେ ୭ ଘଣ୍ଟାରୁ ଅଧିକ ସମୟ ବ୍ୟାୟାମ କରିବା ଫଳରେ ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ, ଯାହା ଫଳରେ ବ୍ୟକ୍ତି ମାନସିକ ଅବସାଦର ଶିକାର ହୋଇଥା’ନ୍ତି।

ଅଧିକ ସମୟ ବ୍ୟାୟାମ କରିବା ଦ୍ୱାରା ଶରୀରକୁ ବିଶ୍ରାମ ଆବଶ୍ୟକ ହୋଇଥାଏ। କିନ୍ତୁ ଅଧିକ ଥକ୍କାପଣ ଯୋଗୁଁ ନିଦ ଠିକରେ ହୋଇନଥାଏ।

ଦୀର୍ଘ ସମୟ ଧରି ବ୍ୟାୟାମ କରିବା ଫଳରେ ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା ହୋଇଥାଏ। ଏଥିପାଇଁ ଅନେକ ଲୋକ ଆଉ ବ୍ୟାୟାମ କରନ୍ତି ନାହିଁ। ପୁଣି ପରବର୍ତ୍ତୀ ସମୟରେ ବ୍ୟାୟାମ ଅଭ୍ୟାସ କରିବା ଫଳରେ ଏହି ଯନ୍ତ୍ରଣା ୨ଗୁଣ ହୋଇଥାଏ।

ଅଧିକ ବ୍ୟାୟାମ ଦ୍ୱାରା ପରିସ୍ରାର ରଙ୍ଗ ଗାଢ଼ ନାଲି ହୋଇଯାଏ। ଏହି ସମସ୍ୟାକୁ ରାବଡୋମିଓଲିସିସ କୁହାଯାଏ। ଶରୀରରୁ ମୃତ ଟିସୁଗୁଡ଼ିକ ରକ୍ତରେ ମିଶିଯିବା ଫଳରେ ଏପରି ହୋଇଥାଏ, ଯାହାକି ପରବର୍ତ୍ତୀ ସମୟରେ କିଡ୍‌ନି ଷ୍ଟୋନ ଭଳି ସମସ୍ୟା ସୃଷ୍ଟି କରିଥାଏ।

ଅତ୍ୟଧିକ ବ୍ୟାୟାମ ଯୋଗୁଁ ହୃଦଘାତ ହେବାର ଆଶଙ୍କା ମଧ୍ୟ ରହିଛି।

ଅତ୍ୟଧିକ ବ୍ୟାୟାମ କରିବା ଫଳରେ ଋତୁସ୍ରାବରେ ଅନିୟମିତତା ଦେଖାଦେଇଥାଏ। ସେମାନଙ୍କ ନିକଟରେ ଏଷ୍ଟ୍ରୋଜେନ ହର୍‌ମୋନ ସ୍ତର ବୃଦ୍ଧି ହୋଇ ଅଷ୍ଟିଓପୋରୋସିସ୍‌ ହେବାର ଆଶଙ୍କା ଥାଏ।