ମହିଳାମାନଙ୍କ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ବେଶ ଯନ୍ତ୍ରଣାଦାୟକ। ତେବେ ଏହି ଯନ୍ତ୍ରଣାରୁ କିପରି ରକ୍ଷା ପାଇବେ ଜାଣି ରଖନ୍ତୁ।

ଅଧିକ ପଢ଼ନ୍ତୁ: ମହିଳାଙ୍କୁ କାହିଁକି ହୋଇଥାଏ ୟୁରିନାରୀ ଟ୍ରାକ୍ଟ ଇନଫେକସନ୍?

ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ(ୟୁଟିଆଇ) ସମସ୍ୟା ଦ୍ୱାରା ମହିଳାମାନେ ଖୁବ ଅଧିକ ପ୍ରଭାବିତ ହୋଇଥା’ନ୍ତି। ଅପରିଷ୍କାର ଶୌଚାଳୟ ବ୍ୟବହାର କରିବା, ଶୌଚ ପରେ ପରିଷ୍କାର ପରିଚ୍ଛନ୍ନ ନ ହେବା ଏହାର ମୁଖ୍ୟ କାରଣ।ବିଶେଷକରି ୱେଷ୍ଟର୍ଣ୍ଣ ଟଏଲେଟ ବ୍ୟବହାର କଲେ ଏହି ସମସ୍ୟା ଅଧିକ ହୋଇଥାଏ।

୧୫-୪୦ ବର୍ଷ ମଧ୍ୟରେ ମହିଳାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଏ। ବ୍ଲାଡର, କିଡନୀ ଓ ତାକୁ ସଂଯୋଗ କରୁଥିବା ଟ୍ୟୁବସରେ ବ୍ୟାକ୍ଟେରିଆ ସଂକ୍ରମଣ ହେଲେ ୟୁଟିଆଇ ହୋଇଥାଏ। ମହିଳାମାନଙ୍କର ଗୁପ୍ତାଙ୍ଗ ଖୁବ ସମ୍ବେଦନଶୀଳ ହୋଇଥାଏ। ତେଣୁ ଏହା ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଅଧିକ ଥାଏ। ୟୁରେଥ୍ରା ଅର୍ଥାତ ଯେଉଁ ଟ୍ୟୁବ ଦେଇ ପରିସ୍ରା ନିର୍ଗତ ହୋଇଥାଏ, ତାହା ଭଲ ଭାବେ ସଫା ନ ହେଲେ ସଂକ୍ରମଣ ସେହି ମାର୍ଗ ଦେଇ ୟୁରିନାରୀ ଟ୍ରାକ୍ଟରେ ପ୍ରବେଶ କରିଥାଏ। ପରେ ବ୍ଲାଡର ମଧ୍ୟରେ ବ୍ୟାପେ। ଅବଶ୍ୟ ଆମର ୟୁରିନାରୀ ସିଷ୍ଟମରେ ନିଜର ସୁରକ୍ଷା ବ୍ୟବସ୍ଥା ଥାଏ, କିନ୍ତୁ ବେଳେବେଳେ ତାହା ବାହାରର ବ୍ୟାକ୍ଟେରିଆକୁ ବିରୋଧ କରିବାରେ ବିଫଳ ହୋଇଥାଏ। ଏପରି ହେଲେ ବ୍ୟାକ୍ଟେରିଆ ଆମ ଶରୀରକୁ କବଜା କରିବା ସହିତ ମୂତ୍ରାଶୟ ଭିତରେ ଏକ ପୂର୍ଣ୍ଣ ବିକଶିତ ସଂକ୍ରମଣରେ ପରିବର୍ତ୍ତିତ ହୋଇଥାଏ।

ୟୁରିନାରୀ ଇନଫେକ୍ସନ କିପରି ଦୂର ହୋଇପାରିବ?

ପ୍ରଚୁର ପାଣି ପିଅନ୍ତୁ

ୟୁଟିଆଇ ହେଲେ ମୂତ୍ରାଶୟରେ ଅଧିକ ବ୍ୟାକ୍ଟେରିଆ ଜମା ହୋଇ ରହିଥାଏ। ତେଣୁ ଏହାକୁ ବାହାର କରିବାକୁ ପ୍ରଚୁର ପାଣି ପିଅନ୍ତୁ। ଯେପରିକି ପରିସ୍ରା ମାଧ୍ୟମରେ ବ୍ୟାକ୍ଟେରିଆ ବାହାରକୁ ବାହାରିଯିବ।

ପରିସ୍ରା ଚାପି ରଖନ୍ତୁ ନାହିଁ

ସଂକ୍ରମଣ ଯୋଗୁଁ ପରିସ୍ରା କରିବା ସମୟରେ ପୋଡ଼ାଜଳା ହୋଇଥାଏ। ସେହି ଡରରେ ଅଧିକାଂଶ ମହିଳା ପରିସ୍ରା ଲାଗୁଥିଲେ ମଧ୍ୟ କରିବାକୁ ପରିସ୍ରା ଚାପି ରଖିଦିଅନ୍ତି। ବ୍ଲାଡରରୁ ପରିସ୍ରା ବାହାରକୁ ଆସିବା ସଙ୍ଗେ ସଙ୍ଗେ ବ୍ୟାକ୍ଟେରିଆ ମଧ୍ୟ ବାହାରକୁ ଆସିଯାନ୍ତି।

food

ଅଧିକ ପଢ଼ନ୍ତୁ: ପରିସ୍ରା ରଙ୍ଗରୁ ଜାଣିହେବ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା

କାନବେରୀ ଜୁସ ପିଅନ୍ତୁ

କାନବେରୀ ଜୁସ ଇ କୋଲି ବ୍ୟାକ୍ଟେରିଆ ସଂକ୍ରମଣକୁ ହ୍ରାସ କରିଥାଏ। ତେଣୁ ୟୁଟିଆଇ ସମୟରେ ସଂକ୍ରମଣକୁ ଦୂର କରିବାକୁ କାନବେରୀ ଜୁସ ପିଇପାରିବେ।

ଆଲକହଲ ପିଅନ୍ତୁ ନାହିଁ

ୟୁଟିଆଇ ହୋଇଥିବା ସମୟରେ ଆଲକହଲ, କାଫେନ କିମ୍ବା କୋଲ ଡ୍ରିଙ୍କ ପିଅନ୍ତୁ ନାହିଁ। ଏଥିରେ ଥିବା ସୁଗାର ଆଭ୍ୟନ୍ତରୀଣ ରକ୍ତପାତ କରିବାର ଆଶଙ୍କା ରହିଛି।

ପ୍ରବାୟୋଟିକ ଖାଦ୍ୟ ଖାଆନ୍ତୁ

ପ୍ରବାୟୋଟିକ ଖାଦ୍ୟ ଶରୀରରେ ସାହାଯ୍ୟକାରୀ ବ୍ୟାକ୍ଟେରିଆ ସୃଷ୍ଟି କରିଥାନ୍ତି। ଯାହା ଅଦରକାରୀ ବ୍ୟାକ୍ଟେରିଆକୁ ନଷ୍ଟ କରିଦେଇଥାଏ। ତେଣୁ ଏହି ସମୟରେ ଯେତେ ସମ୍ଭବ ପ୍ରବାୟୋଟିକଯୁକ୍ତ ଖାଦ୍ୟ ଖାଇବା ଜରୁରୀ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କିଡ୍‌ନି ଫେଲ୍ୟୁଅରର କାରଣ କ’ଣ?

ଗ୍ରୀନ ଟି ପିଅନ୍ତୁ

ଗ୍ରୀନ ଟିରେ ଆଣ୍ଟିମାକ୍ରୋବିଆଲ ଗୁଣ ରହିଥିବାରୁ ଏହା ବ୍ୟାକ୍ଟେରିଆ ସଂକ୍ରମଣ ହେବାକୁ ଦେଇନଥାଏ। ତେଣୁ ୟୁଟିଆଇ ସମୟରେ ଗ୍ରୀନ ଟି ସ୍ୱାସ୍ଥ୍ୟ ପକ୍ଷେ ହିତକର।

ଭିଟାମିନ ସିଯୁକ୍ତ ଖାଦ୍ୟ ଖାଆନ୍ତୁ

ଭିଟାମିନ ସି ପରିସ୍ରାରେ ଏସିଡିଟିର ମାତ୍ରା ବୃଦ୍ଧି କରିଥାଏ। ଏହା ବ୍ଲାଡରରେ ଇନଫେକ୍ସନ ରୋକିବା ସହ ରୋଗ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରାଏ।

ଢିଲା ପୋଷାକ ପିନ୍ଧନ୍ତୁ

ଗୁପ୍ତାଙ୍ଗକୁ ସବୁବେଳେ ସଫା ଏବଂ ଶୁଖିଲା ରଖନ୍ତୁ। ଓଦା ରହିବା କାରଣରୁ ସେଠାରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ଢିଲା ଏବଂ ପରିଷ୍କାର କପଡ଼ା ସଂକ୍ରମଣକୁ ରୋକିଥାଏ।

ସବୁ ପରେ ଆପଣ ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଇବା ଆବଶ୍ୟକ।