କେମିତି କରିବେ ମାନସିକ ଚାପର ମୁକାବିଲା? ଏନେଇ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ସମସ୍ତେ କିଛି ନା କିଛି ମାନସିକ ଚାପର ସମ୍ମୁଖୀନ ହେଉଛୁ। ଆଜିକାଲିର ଜୀବନଶୈଳୀ, କମର୍ମୟ ଜୀବନ ମଣିଷକୁ ସବୁବେଳେ ଚାପଗ୍ରସ୍ତ କରି ରଖିଥାଏ।  ଯେତେବେଳେ ଏହି ମାନସିକ ଚାପ ଦୀର୍ଘଦିନ ଯାଏଁ ରହିଲେ ଏବଂ ମାତ୍ରାଧିକ ହେଲେ ଏହା ଆମର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଫଳରେ ବ୍ୟକ୍ତିଙ୍କଠାରେ ମାନସିକ ରୋଗ ଦେଖାଯିବାର ଆଶଙ୍କା ରହିଥାଏ।

ଭାରତରେ ପ୍ରାୟ ୨୦ରୁ ୩୦ ପ୍ରତିଶତ ଲୋକ ମାନସିକ ଚାପ ଜନିତ ସମସ୍ୟାରେ ଆକ୍ରାନ୍ତ।

ମାନସିକ ଚାପର କାରଣ କ’ଣ? (What is the cause of mental stress in Odia)

ଆଜିକାଲି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମାନସିକ ଚାପର ଶିକାର ହେଉଛନ୍ତି। ପିଲାମାନଙ୍କଠାରେ ପାଠର ଚାପ, ପରୀକ୍ଷାରେ ଭଲ ଫଳ ରଖିବାକୁ ନେଇ ଚାପ, ଯୁବାବସ୍ଥାରେ କାର୍ଯ୍ୟକ୍ଷେତ୍ରକୁ ନେଇ ଚାପର ସମ୍ମୁଖୀନ ହେଉଛନ୍ତି। ଯୁଏହାଛଡ଼ା ବେରୋଜଗାରୀ, ଆତ୍ମୀୟ ଲୋକର ମୃତ୍ୟୁ, ପାରିବାରିକ କଳହ ଯୋଗୁଁ ଆଜିକାଲି ମାନସିକ ଚାପ ବହୁଳ ଭାବରେ ଦେଖାଦେଉଛି। ଏହାସହ ବର୍ତ୍ତମାନର ଲାଇଫ୍‌ଷ୍ଟାଇଲ ଯୋଗୁଁ ଲୋକେ ମାନସିକ ଚାପର ବଶବର୍ତ୍ତୀ ହେଉଛନ୍ତି।

ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ମାନସିକ ଚାପର ଅଧିକ ଶିକାର ହୋଇଥା’ନ୍ତି।

mental stress_lockdown

ମାନସିକ ଚାପର ଲକ୍ଷଣ (Symptoms of mental stress in Odia)

  • ମନ ବ୍ୟସ୍ତ ଲାଗିବା
  • ଚିଡ୍‌ଚିଡ଼ା ଲାଗିବା
  • ଛୋଟ ଛୋଟ କଥାରେ ରାଗ ଲାଗିବା
  • କାମ କରିବା ପାଇଁ ଇଛା ନ ହେବା
  • କାମରେ ଏକାଗ୍ରତା କମିଯିବା
  • ସ୍ମରଣଶକ୍ତି ହ୍ରାସ ପାଇବା୍ର
  • ମନ ଦୁଃଖ ରହିବା
  • ଦେହ ହାତ ଥରିବା
  • ମୁଣ୍ଡ ବୁଲାଇବା
  • ଦେହ ହଠାତ୍‌ ଗରମ ହୋଇଯିବା
  • ଅନେକ ଲୋକଙ୍କୁ ନିଦ ହୋଇ ନଥାଏ ଓ ଭୋକ ମଧ୍ୟ ଲାଗି ନଥାଏ।

ମାନସିକ ଚାପ ଅଧିକ ଦିନ ପର୍ଯ୍ୟନ୍ତ ଯଦି ଲାଗି ରହେ ବ୍ୟକ୍ତି ଡିପ୍ରେସନ୍‌, ମାନସିକ ଉଦ୍‌ବେଗ, ପ୍ୟାନିକ ଡିସ୍‌ଅର୍ଡର, ସ୍କିଜୋଫ୍ରେନିଆ, ସାଇକୋସିସ୍‌ ଆଦି ରୋଗ ଦେଖାଯିବାର ଆଶଙ୍କା ଥାଏ। ଏହାଛଡ଼ା ମାନସିକ ଚାପ ଯୋଗୁଁ ହୃଦରୋଗ, ଉଚ୍ଚ ରକ୍ତଚାପ, ମୁଣ୍ଡ ବିନ୍ଧିବା, କେଶ ଝଡ଼ିବା, ବଦ୍‌ହଜମି, ମେଦବହୁଳତା ଭଳି ସମସ୍ୟା ହେବାର ଆଶଙ୍କା ଥାଏ। ଯଦି ଜଣେ ଡାଏବେଟିସ୍‌ ରୋଗୀ ସବୁବେଳେ ମାନସିକ ଚାପରେ ରହିବେ, ତେବେ ତାଙ୍କ ରକ୍ତ ଶର୍କରା ଅନିୟନ୍ତ୍ରିତ ରହିଥାଏ।

କିଛି ଲୋକ ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ନିଶାଦ୍ରବ୍ୟର ବ୍ୟବହାର କରିଥା’ନ୍ତି। କିନ୍ତୁ ନିଶାଦ୍ରବ୍ୟ ମାନସିକ ଚାପ କମିବା ବଦଳରେ ବଢ଼ିଯାଇଥାଏ।

Yoga

ମାନସିକ ଚାପକୁ କେମିତି କରିବେ ମୁକାବିଲା (How to deal with mental stress in Odia)

ମାନସିକ ଚାପରୁ ମୁକ୍ତି ପାଇବାକୁ ହେଲେ ସୁସ୍ଥ ଜୀବନଶୈଳୀକୁ ଆପଣେଇବାକୁ ହେବ। ପ୍ରତିଦିନ ୩୦ରୁ ୪୫ ମିନିଟ୍‌ ଶାରୀରିକ ବ୍ୟାୟାମ, ମେଡିଟେସନ୍ ଏବଂ ଯୋଗ କରିବାକୁ ପଡ଼ିବ। ଏହା କରିବା ଦ୍ୱାରା ଆମ ଶରୀରରେ ଏଣ୍ଡୋରଫ୍ରିନ୍‌ ନାମକ ଏକ କେମିକାଲ ବଢ଼ିଥାଏ, ଯାହା ମାନସିକ ଚାପ କମେଇବାରେ ଆପଣଙ୍କୁ ସାହାଯ୍ୟ କରିଥାଏ। ତାହାଛଡ଼ା ପ୍ରତିଦିନ ରାତିରେ ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ ଓ ୬ରୁ ୮ ଘଣ୍ଟା ଶୁଅନ୍ତୁ। ଠିକ୍‌ ସମୟରେ ଶୋଇ ଠିକ୍‌ ସମୟରେ ଉଠନ୍ତୁ। ଶୋଇବା ସମୟରେ ବା ତା’ର ଘଣ୍ଟେ ପୂର୍ବରୁ ମୋବାଇଲର ବ୍ୟବହାର କରନ୍ତୁ ନାହିଁ।

ମାନସିକ ଚାପର ନିରାକରଣ ପାଇଁ ଖାଦ୍ୟର ଗୁରୁତ୍ୱପୂଣ୍ଣର୍ ଭୂମିକା ରହିଛି। ପ୍ରତିଦିନ ସୁଷମ, ପୁଷ୍ଟିକର ଓ ଫଳଜାତୀୟ ଖାଦ୍ୟ ଖାଆନ୍ତୁ। ଖାଇବାରେ ତେଲ, ମସଲା, ଲୁଣ, ଚିନିର ମାତ୍ରାକୁ କମ୍‌ କରନ୍ତୁ। ଫାଷ୍ଟଫୁଡ୍‌, କୋଲା, ଚକୋଲେଟ୍‌ ଆଦି ଖାଦ୍ୟ ଖାଆନ୍ତୁ ନାହିଁ। ସମସ୍ତ ପ୍ରକାର ନିଶାଦ୍ରବ୍ୟଠାରୁ ଦୂରେଇ ରହନ୍ତୁ।

ଜୀବନରେ ସବୁବେଳେ ସକରାତ୍ମକ ଚିନ୍ତାଧାରା ରଖନ୍ତୁ। ଗୀତ ଶୁଣନ୍ତୁ, ସାଙ୍ଗସାଥୀ, ପରିବାର ଓ ଛୋଟପିଲାଙ୍କ ସହ ସମୟ ବିତାନ୍ତୁ।ଯେଉଁ ଜିନିଷରେ ଆପଣ ଖୁସି ଅନୁଭବ କରିବେ, ସେହି କାର୍ଯ୍ୟ କରନ୍ତୁ। ନିଜ ଦୁଃଖ, ଖୁସି ଓ ସମସ୍ୟା ଆପଣାର ଲୋକଙ୍କ ସହ ସେୟାର କରନ୍ତୁ।ନିଜର ଯେଉଁସବୁ ଚିନ୍ତା ଓ ଭାବନା ଯୋଗୁଁ ଚାପ ବଢ଼ୁଛି, ସେଗୁଡ଼ିକୁ ଚିହ୍ନଟ କରନ୍ତୁ। ଯଦି ଚାପ କମୁନି ତେବେ ମାନସିକ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Stress Management based on the interview with Dr. Satyakam Mohapatra, Neuropsychiatrist.