ମେଦ ବହୁଳତା ବା ମୋଟାପଣକୁ ନେଇ ସମସ୍ତେ ଚିନ୍ତିତ। ବର୍ତ୍ତମାନ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କଠାରେ ମେଦ ବହୁଳତା ଦେଖିବାକୁ ମିଳୁଛି।

fat in adult age

ଗ୍ରେଡ୍-୧ ଏବଂ ଗ୍ରେଡ୍-୨ ମେଦ ବହୁଳତା ଥିଲେ ଏହାର ମୁଖ୍ୟ ଚିକିତ୍ସା ହେଉଛି ହେଉଛି ଖାଦ୍ୟ ଓ ବ୍ୟାୟାମ ଉପରେ ଧ୍ୟାନ ଦେବା। ସଠିକ୍ ଡାଏଟ୍‌ ପ୍ଲାନ୍ ସହିତ ନିୟମିତ ବ୍ୟାୟାମ ଦ୍ୱାରା ଏହି ଗ୍ରେଡ୍‌ର ମେଦ ବହୁଳତାରୁ ରକ୍ଷା ପାଇପାରିବା। ଏଥିପାଇଁ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ ଜଙ୍କ୍ ଫୁଡ୍‌ ଛାଡ଼ିବାକୁ ହେବ। ଜଣେ ସୁସ୍ଥ ବ୍ୟକ୍ତିକୁ ଦୈନିକ ୧୪୦୦ରୁ ୧୬୦୦ କ୍ୟାଲୋରି ଆବଶ୍ୟକ। ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରି ସଠିକ୍ ଡାଏଟ୍ ଆପଣାଇବାକୁ ହେବ।

ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟା ସ୍ନାକ୍ସ ଏବଂ ରାତି ଭୋଜନ ଛଡ଼ା ମଝିରେ କୌଣସି ଖାଦ୍ୟ ଗ୍ରହଣ କରିବେ ନାହିଁ।

ଓଜନ କମାଇବାର ସବୁଠୁ ଭଲ ଡାଏଟ୍ ହେଲା ନିଜ ଖାଦ୍ୟରେ ଅଧିକ ପ୍ରୋଟିନ୍‌, କମ୍‌ ଶ୍ୱେତସାର, କମ୍‌ ଫ୍ୟାଟ୍ ଏବଂ ଫାଇବର ବା ତନ୍ତୁଜାତୀୟ ଖାଦ୍ୟ ଅଧିକ ଖାଇବା। ଡାଲିଜାତୀୟ ଖାଦ୍ୟ, ରାଜମା, ଆମିଷ ଖାଦ୍ୟରେ ଅଧିକ ପ୍ରୋଟିନ୍ ରହିଛି। ଏହି ଖାଦ୍ୟ ନିଜ ଡାଏଟ୍‌ରେ ସାମିଲ କରିବା ସହ କମ ଫ୍ୟାଟ୍ ଅର୍ଥାତ୍ ତେଲଜାତୀୟ ଖାଦ୍ୟ କମ ଖାଇବେ। ଘିଅ ଆଦୌ ଖାଇବେ ନାହିଁ। ଦୈନିକ ୨୦ ଏମ୍‌ଏଲ୍‌ ପର୍ଯ୍ୟନ୍ତ ତେଲ ନିଜ ଖାଦ୍ୟରେ ବ୍ୟବହାର କରିପାରିବେ।

salad

ଭାତ, ରୁଟି, ଆଳୁ ଇତ୍ୟାଦି ହେଉଛି ଶ୍ୱେତସାରଯୁକ୍ତ ଖାଦ୍ୟ। ଭାତ ସହ ଆଳୁ ଖାଆନ୍ତୁ ନାହିଁ। ଗ୍ରିନ୍ ସାଲାଡ୍‌ରେ ଭରପୂର ମାତ୍ରାରେ ଫାଇବର ରହିଛି। ପ୍ରତିଦିନ ଖାଦ୍ୟରେ ସାଲାଡ୍ ସାମିଲ କରନ୍ତୁ।

ଛୋଟ ପିଲାମାନେ ସାଧାରଣତଃ ଖାଦ୍ୟ ଖାଇବା ସମୟରେ ଟିଭି ଦେଖନ୍ତି। ମା’ମାନେ ମଧ୍ୟ ଟିଭି ଲଗାଇ ପିଲାଙ୍କୁ ଖାଇବାକୁ ଦିଅନ୍ତି। କିନ୍ତୁ ଏହା ଭଲ ନୁହେଁ। ଖାଇବା ସମୟରେ ଟିଭି ଦେଖିଲେ ଖାଦ୍ୟର ପରିମାଣ ବଢ଼ିଯାଏ। ଫଳରେ ଓଜନ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।

ଗ୍ରେଡ୍-୩ ଏବଂ ଗ୍ରେଡ୍-୪ ମେଦ ବହୁଳତା ଖାଦ୍ୟ ଓ ବ୍ୟାୟାମ ଦ୍ୱାରା କମ୍‌ କରାଯାଇପାରିବ ନାହିଁ। କାରଣ ମୋଟାପଣ ଏତେ ବଢ଼ିଯାଇଥାଏ ଯେ, ସେମାନେ ବ୍ୟାୟାମ କରିବା ଅବସ୍ଥାରେ ନଥା’ନ୍ତି। ଏଥିପାଇଁ ସ୍ୱତନ୍ତ୍ର ସର୍ଜରୀ ଚିକିତ୍ସା ଜରିଆରେ ମୋଟାପଣ କମ୍‌ କରାଯାଏ।

ଅନ୍ୟ ପକ୍ଷରେ ଡାଏବେଟିସ୍, କୋଲେଷ୍ଟ୍ରୋଲ, ଉଚ୍ଚ ରକ୍ତଚାପ କାରଣରୁ ମଧ୍ୟ ଓଜନ ବଢ଼ିଥାଏ। ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରି ଏହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ଏହା ଦ୍ୱାରା ମେଦ ବହୁଳତା କମ୍‌ କରାଯାଇପାରିବ।

Everything you wanted to know about obesity and weight loss. Odia Health Tips.