ରମ୍‌ଜାନରେ ଇସ୍‌ଲାମ୍‌ ଧର୍ମାବଲମ୍ବୀମାନେ ସକାଳୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ ରହନ୍ତି। ସାରା ପୃଥିବୀରେ ପ୍ରାୟ ୫ କୋଟି ଡାଏବେଟିକ୍ ରୋଗୀ ଉପବାସ କରନ୍ତି। ମଧୁମେହ ରୋଗୀଙ୍କ ପାଇଁ ଆଠ ଘଣ୍ଟା ଉପବାସ କଷ୍ଟାସାଧ୍ୟ ହୋଇଥାଏ। ତେବେ ଜାଣନ୍ତୁ ଏନେଇ ଡାକ୍ତର ସୁନୀଲ କୁମାର କୋଟାଙ୍କ ଟିପ୍ସ।

ramadan celebration_health news

ଉପବାସ ସମୟରେ ଶରୀରରେ ଘଟିଥାଏ?

ଆଠ ଘଣ୍ଟା ଉପବାସ ପରେ, ଆମ ଶରୀର, ଗଚ୍ଛିତ ଶର୍କରାକୁ ବ୍ୟବହାର କରି ରକ୍ତର ଶର୍କରା ସ୍ତରକୁ ସ୍ଥିର ରଖିଥାଏ। ପରବର୍ତ୍ତୀ କାଳରେ ଶରୀର ଚର୍ବିକୁ ଶକ୍ତିସ୍ରୋତ ରୂପେ ଉପଯୋଗ କରିଥାଏ। ଏହା ସାଧାରଣ ଲୋକଙ୍କ ପାଇଁ କ୍ଷତି ଘଟାଏ ନାହିଁ। ବଟିକା ବା ଇନସୁଲିନ୍ ବ୍ୟବହାର କରୁଥିବା ଡାଏବେଟିସ୍ ରୋଗୀଙ୍କ ପାଇଁ ହାଇପୋଗ୍ଲାଇସେମିୟା (ରକ୍ତରେ ଶର୍କରାର ଅଂଶ କମିଯିବା) ପରି କ୍ଷତି ଘଟାଇ ଥାଏ।

mental Pressure

ହାଇପୋଗ୍ଲାଇସେମିୟାର ଲକ୍ଷଣ

ଶରୀରରେ କମ୍ପନ ହେବା, ଝାଳ ବାହାରିବା, ଭଲଭାବରେ ଆଖିକୁ ଦେଖାନ ଯିବା, ଓଠ ଥରିବା, ଚିଡ ଚିଡ଼ା ପରି ଲାଗିବା, ମଥା ଭାରି ଭାରି ଲାଗିବା, ଛାତି ଧଡ଼ ଧଡ଼ ହେବା, ଧଇଁ ସଇଁ ଲାଗିବା ଇତ୍ୟାଦି। ଏହି ସମୟରେ କଠିନ ପରିଶ୍ରମ କଲେ, ହାଇପୋଗ୍ଲାଇସେମିୟା ବଢ଼ିଯିବାର ସମ୍ଭାବନା ଥାଏ। ବହୁ ସମୟ ଧରି ଉପବାସ ରହିବା ଯୋଗୁଁ ହାଇପୋଗ୍ଲାଇସେମିୟା ଓ ଜଳୀୟ ଅଂଶର ଅଭାବ (ଡିହାଇଡ୍ରେସନ୍) ଅଧିକ ମାତ୍ରାରେ ଦେଖାଯିବାର ସମ୍ଭାବନା ରହିଛି।

skin cancer types

ଶରୀରରେ ଜଳୀୟଅଂଶ କମିଗଲେ ଏହିସବୁ ଲକ୍ଷଣ ସେଖାଦିଏ:

ଶୋଷ, ପରିସ୍ରା କରିବା, ଶୁଷ୍କ ଓଠ, ମୁଖ ଏବଂ ଚର୍ମ ଇତ୍ୟାଦି। ଏହା ଯୋଗୁଁ ଶିରାରେ ରକ୍ତ ଜମାଟ ବାନ୍ଧିଥାଏ। ଏହାର ଲକ୍ଷଣ ହେଉଛି: ଯନ୍ତ୍ରଣା, ଫୁଲା ଏବଂ ନାଲି ପଡ଼ିବା, କୁଣ୍ଡିଆ ଏବଂ ଗରମ ଚର୍ମ। ବେଳେ ବେଳେ ଜମାଟ ଥିବା ଧମନୀ ସୁସ୍ପଷ୍ଟ ଦିଶିଥାଏ।

ଡାଏବେଟିସ୍ ରୋଗୀମାନଙ୍କଠାରେ ଇଫତାର ସମୟରେ (ଉପବାସ ପୂର୍ବରୁ ଓ ଉପବାସ ପରେ) ଅଧିକ ମାତ୍ରା ଭୋଜନ ହେତୁ ରକ୍ତରେ ଶର୍କରାର ଅଂଶ ଅତିମାତ୍ରାରେ ବଢ଼ିଯାଇ ଶରୀରରେ କ୍ଷତି ଘଟାଇଥାଏ। ରକ୍ତରେ ଶର୍କରା ମାତ୍ରା ଅଧିକ ବଢ଼ିଗଲେ ଶୋଷ ଲାଗିବା, ବାରମ୍ବାର ପରିସ୍ରା କରିବା, ମୁଣ୍ଡବ୍ୟଥା, ବହୁମାତ୍ରାରେ ଥକା ଲାଗିବା ଭଳି ଲକ୍ଷଣ ଦେଖାଦିଏ।

କିଏ ଏହି ଉପବାସ କରିବା ଅନୁଚିତ?

ଶାରୀରିକ ବ୍ୟାଧିର ଆକ୍ରାନ୍ତ ଅନେକ ରୋଗୀ ଯଥା ଡାଏବେଟିସ୍ ରୋଗୀ ଉପବାସ ନ କରିବା ଲାଭଦାୟକ। ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଆପଣଙ୍କ ଡାଏବେଟିସ୍ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଉଚିତ୍। ଏମାନଙ୍କ କ୍ଷେତ୍ରରେ ଉପବାସ କରିବା ବିପଦପୂର୍ଣ୍ଣ ହୋଇଥାଏ। କେତେକ ବ୍ୟକ୍ତି ଏକ ଉପବାସରୁ କରିବା ଉଚିତ ନୁହେଁ।

  • ପିଲାମାନେ
  • ବୃଦ୍ଧ ବ୍ୟକ୍ତି
  • ଶାରୀରିକ ଅକ୍ଷମ, ଶାରୀରିକ ଅସୁସ୍ଥତା
  • ଗର୍ଭାବସ୍ଥା, ସ୍ତନ୍ୟପାନ ଏବଂ ଋତୁସ୍ରାବ, ପିଲା ଜନ୍ମପରେ ନାରୀମାନେ
  • ଉପବାସ ଜନିତ ଶାରୀରିକ ଅସୁସ୍ଥତା ଯଥା: ଇନସୁଲିନ୍ ବ୍ୟବହାର କରୁଥିବା ଡାଏବେଟିସ୍ ରୋଗୀମାନେ, ଏବଂ ଡାଏବେଟିସ୍ ଦ୍ବାରା ସମସ୍ୟାରେ ଆକ୍ରାନ୍ତ କରୁଥିବା ବ୍ୟକ୍ତି (ଆଖି, ଯକୃତ, ସ୍ନାୟୁ) ଓ ଡାଏବେଟିସ୍ ସଠିକ୍ ନିୟନ୍ତ୍ରଣ ନଥିବା ରୋଗୀମାନେ, ଯଥା ଯେଉଁ ଡାଏବେଟିସ୍ ରୋଗୀଙ୍କ ପୁନଃ ପୁନଃ ସଙ୍ଗଠିତ ଅଥବା ପ୍ରଚଣ୍ଡ ହାଇପୋଗ୍ଲାଇସେମିୟା ଦେଖାଯାଇଥାଏ।

Oats healthy snacks

ସୁଦୂର ସମୟରେ ଖାଇବା ଉଚିତ୍?

ସୁଦୂର ସମୟରେ ଶ୍ୱେତସାରଯୁକ୍ତ ଖାଦ୍ୟ ଖାଇବା ଉଚିତ୍। ଉଦାହରଣସ୍ୱରୂପ ବହୁ ବୀଜରୁ ଜାତ ପାଉରୁଟି, ଓଟସ୍, ବାସୁମତି ଚାଉଳ ତଥା ବିନ୍‌ସ, ଶିମ୍ବ, ଚଣା ତଥା ଡାଲିଜାତୀୟ ଖାଦ୍ୟ ଏବଂ ଫଳ ଓ ପନିପରିବା। ଏହି ସବୁ ଖାଦ୍ୟ, ତନ୍ତୁ ଅଥବା ଫାଇବର୍ ଯୋଗୁଁ ଧୀରେ ଅବଶୋଷିତ ହୁଅନ୍ତି। ରୁଟି, ଖଜୁର, ଦହି, ଶିଝା ପନିପରିବା ଏବଂ ଚଣା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସ୍ଥିର ରହିଥାଏ। ସନ୍ତୁଳିତ ଖାଦ୍ୟ ଖାଇବା ଗୁରୁତ୍ୱପୂର୍ଣ୍ଣ। ଅତ୍ୟଧିକ ମିଠା ଏବଂ ଚର୍ବିଜାତୀୟ ଖାଦ୍ୟ (ପରଟା, ପୁରି, ପକୋଡ଼ା, ସମୋସା) ଇତ୍ୟାଦି ଖାଇବା ଉଚିତ୍ ନୁହେଁ। ଅତ୍ୟଧିକ ଖାଇବା ଉଚିତ୍ ନୁହେଁ। ଯଥା ପରିମାଣ ପାଣି ପିଇବା ଆବଶ୍ୟକ। ଘରେ ତିଆରି ଖାଦ୍ୟ ଖାଇବା ଭଲ।

belly fat

ଇଫତାର ସମୟରେ କେଉଁ ପ୍ରକାର ଖାଦ୍ୟ ଖାଇବା ଉଚିତ୍?

ରମଜାନ୍ ମାସରେ ଆପଣଙ୍କର ଖାଦ୍ୟ ସ୍ୱାସ୍ଥ୍ୟକର ହେବା ଉଚିତ୍। ଅତ୍ୟଧିକ ଖାଦ୍ୟ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ (ଯଥା: ଅତ୍ୟଧିକ ତୈଳଯୁକ୍ତ ଖାଦ୍ୟ, ଅତ୍ୟଧିକ ଛଣା ଖାଦ୍ୟ ଓ ଅତ୍ୟଧିକ ଚର୍ବିଯୁକ୍ତ ଖାଦ୍ୟ) ଓଜନ ବଢ଼ାଇବା ସହିତ ରକ୍ତରେ ଶର୍କରା ସ୍ତର ଅସନ୍ତୁଳ ଅବସ୍ଥାକୁ ଆଣିଥାଏ। ସୁଦୂର ଏବଂ ଇଫତାର ବେଳେ ଏକାଥରକେ ଅତ୍ୟଧିକ ଖାଦ୍ୟ ଖାଇବା ପରିବର୍ତ୍ତେ ବହୁ ସଂଖ୍ୟକ ତଥା ଅଳ୍ପ ଏବଂ ପୌଷ୍ଟିକ ଖାଦ୍ୟ ଖାଇବା ଭଲ।

ଯଦି ଉଚ୍ଚ ଶର୍କରା ସ୍ତର ଥିବା ଡାଏବେଟିସ୍ ରୋଗୀ ଅଧିକ ସମୟ ଉପବାସ ରହିଲେ ଡିହାଇଡ୍ରେସନ୍ (ଜଳୀୟ ଅଂଶ କମିଯିବା) ପରି କ୍ଷତି ଘଟାଇଥାଏ। ଅତ୍ୟଧିକ ପାଣି ଇଫତାର ପରେ ପିଇବା ଉଚିତ୍। ଉପବାସ ଭଙ୍ଗ ସମୟରେ ବହୁତ ମାତ୍ରାରେ ପାନୀୟ ପଦାର୍ଥ (sugar free), ଶୁଦ୍ଧ, ପାଣି, ଫଳରସ ଡିହାଇଡ୍ରେସନ୍ ପରି କ୍ଷତିକୁ ଏଡାଇ ଦେଇପାରିଥାଏ।

taking pill

 

ନିରାପଦ ଟିପ୍:

  • ସବୁ ସମୟରେ ଡାଏବେଟିସ୍ କାର୍ଡ ତଥା ଶର୍କରା ବହନ କରିବା ଉଚିତ୍
  • ଦୈନନ୍ଦିନ ରକ୍ତ ଶର୍କରା ପରୀକ୍ଷା ନିୟମିତ ରୂପେ କରିବା ଉଚିତ୍।
  • ଅସୁସ୍ଥ ଅନୁଭବ କରିବା ସମୟରେ ରକ୍ତ ଶର୍କରା ପରୀକ୍ଷା କରିବା ଦରକାର।
  • ରକ୍ତ ଶର୍କରା ଉଚ୍ଚ କିମ୍ବା କମ୍ ଥିବା ବେଳେ ତୁରନ୍ତ ଚିକିତ୍ସା କରିବା ଉଚିତ୍
  • ରକ୍ତ ଶର୍କରା ୬୦ରୁ ତଳେ ହେଲେ ତୁରନ୍ତ ଖାଇବା ଜରୁରୀ।
  • ବଟିକା ଖାଇବାରେ କିମ୍ବା ଇନସୁଲିନ୍ ନେବାର ପ୍ରଥମ ଘଣ୍ଟା ମଧ୍ୟରେ ରକ୍ତ ଶର୍କରା ସ୍ତର ୭୦ କମିଗଲେ ତୁରନ୍ତ ଖାଇବା ଜରୁରୀ।
  • ରକ୍ତ ଶର୍କରା ୩୦୦ରୁ ଅଧିକ ଥିଲେ ଉପବାସ ତୁରନ୍ତ ବନ୍ଦ କରିବା ଦରକାର।
  • ଅତ୍ୟଧିକ ଡିହାଇଡ୍ରେସନ୍ (ଜଳୀୟ ସ୍ତର କମ୍) ହେଲେ ତୁରନ୍ତ ଉପବାସ ବନ୍ଦ କରିବା ଉଚିତ୍।
  • ଅସୁସ୍ଥ ଅନୁଭବ କରିବା, ଅସନ୍ତୁଳିତ ରହିବା, ମନ ବିଭ୍ରାନ୍ତି ହେବା ଅବସ୍ଥାରେ, ହଠାତ୍ ପତନ, ମୁର୍ଚ୍ଛା ଆକ୍ରାନ୍ତ ହେବା ବେଳେ ତୁରନ୍ତ ଉପବାସ ବନ୍ଦ କରି ପାଣି ଅଥବା ଅନ୍ୟ ପାନୀୟ ଖାଦ୍ୟ ନେବା ଉଚିତ୍।
  • କ୍ରମାଗତ ଇନସୁଲିନ୍ ନେବା ଅନିବାର୍ଯ୍ୟ। କିନ୍ତୁ ଡା୍କତରଙ୍କ ପରାମର୍ଶ ଅନୁସାରେ ଇନସୁଲିନର ମାତ୍ରା ତଥା ନିର୍ଘଣ୍ଟ ପ୍ରଣାଳୀ ବଦଳାଇବା ଜରୁରୀ।
  • ଡାଏବେଟିସ୍ ରୋଗୀମାନଙ୍କର ସିଗାରେଟ୍ ଇତ୍ୟାଦି ଟାଣିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ।