କେଶକୁ କୋମଳ ଏବଂ ଆକର୍ଷଣୀୟ କରିବା ପାଇଁ କେତେଗୁଡ଼ିଏ ଟିପ୍ସ ବାବଦରେ ଆସନ୍ତୁ ଜାଣିବା।
ଅଧିକ ପଢ଼ନ୍ତୁ: ଆପଣଙ୍କ କେଶ ବି ବଢ଼ିପାରିବ, ଆପଣାନ୍ତୁ ଏହି କେଶ ଧୋଇବା ଟିପ୍ସ
ସୁସ୍ଥ ଏବଂ ଲମ୍ବା କେଶ ପାଇଁ ପ୍ରାୟ ଝିଅ ଆଗ୍ରହୀ ଥାଆନ୍ତି। ତେଣୁ କେଶର ଯତ୍ନ ପାଇଁ ସେମାନେ ବିଭିନ୍ନ ଉପାୟ ମଧ୍ୟ ଆପଣେଇଥାଆନ୍ତି। ସିଲ୍କ ଏବଂ ସୁନ୍ଦର କେଶ ନିଶାରେ ଅନେକ ହେୟାର ପ୍ରଡକ୍ଟ ବ୍ୟବହାର କରନ୍ତି। ଯାହାକି ସେମାନଙ୍କ କେଶକୁ ଦୁର୍ବଳ କରିଦେଇଥାଏ। ଅନେକ ସମୟରେ ଏହି ପ୍ରଡକ୍ଟ ବ୍ୟବହାର ସତ୍ତ୍ୱେ କେଶ ତେଲିଆ ହେବା ଭଳି ଅନୁଭବ ହୋଇଥାଏ। ତେବେ କେଶକୁ ନରମ ଏବଂ ଆକର୍ଷଣୀୟ କରିବା ପାଇଁ କେତେକ ଉପାୟ ବାବଦରେ ଜାଣନ୍ତୁ।
କେଶକୁ ସବୁବେଳେ ଛୁଅନ୍ତୁ ନାହିଁ
ବାରମ୍ବାର କେଶ ଛୁଇଁବା ଫଳରେ କେଶ ତେଲିଆ ପରି ମନେ ହୋଇଥାଏ। ମୁଣ୍ଡର ସ୍କାଲ୍ପରୁ ତେଲ ବାହାରି କେଶକୁ ତେଲିଆ କରିଦେଇଥାଏ। ତେଣୁ ସବୁ ସମୟରେ କେଶକୁ ଛୁଅନ୍ତୁ ନାହିଁ।
ପ୍ରତିଦିନ କେଶ ଧୁଅନ୍ତୁ ନାହିଁ
ନିୟମିତ କେଶ ଧୋଇବା ପାଇଁ ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରିଥାଉ। କିନ୍ତୁ ସବୁ ସମୟରେ କେଶରେ ଏହି ପ୍ରଡକ୍ଟ ବ୍ୟବହାର ଫଳରେ କେଶ ଦୁର୍ବଳ ହୋଇଯାଏ। ତେଣୁ ସପ୍ତାହକୁ ଦୁଇ ଥର ମୁଣ୍ଡ ସଫା କରନ୍ତୁ।
ଅଧିକ ପଢ଼ନ୍ତୁ: ଅତ୍ୟଧିକ କେଶ ଝଡୁଛି କି? ଜାଣି ରଖନ୍ତୁ
ସାମ୍ପୁ କରିବା ପୂର୍ବରୁ କଣ୍ଡିସନର ଲଗାନ୍ତୁ
ପ୍ରାୟ ସମସ୍ତେ ସାମ୍ପୁ କରିବା ପରେ କଣ୍ଡିସନର ବ୍ୟବହାର କରିଥାନ୍ତି। କିନ୍ତୁ ସାମ୍ପୁ କରିବା ପୂର୍ବରୁ କଣ୍ଡିସନର ବ୍ୟବହାର ଫଳରେ ସ୍କାଲ୍ପରେ ଲାଗିଥିବା ଅପରିଷ୍କାର ସଫା ହୋଇଥାଏ ଏବଂ କେଶ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ।
ସାମ୍ପୁ ସହ ସାମାନ୍ୟ ଲୁଣ ମିଶାନ୍ତୁ
ସପ୍ତାହକୁ ଥରେ ଆପଣ ବ୍ୟବହାର କରୁଥିବା ସାମ୍ପୁ ସହ ଲୁଣ ମିଶାଇ କେଶ ମୂଳରେ ମାସାଜ କରନ୍ତୁ। ଏହା ଦ୍ଵାରା ମୁଣ୍ଡରେ ଥିବା ତେଲ ଏବଂ ରୂପି ସମସ୍ୟା ଦୂର ହୋଇଥାଏ।
ଅଧିକ ହେୟାର ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ
ଏକା ସାଙ୍ଗରେ ଅଧିକ ହେୟାର ପ୍ରଡକ୍ଟ ବ୍ୟବହାର ଫଳରେ କେଶ ଦୁର୍ବଳ ହୋଇଯାଇଥାଏ। ତେଣୁ ଆପଣ ଗୋଟିଏ ପ୍ରଡକ୍ଟକୁ ମାସେ ବ୍ୟବହାର କରନ୍ତୁ। ଯଦି କୌଣସି ସୁଫଳ ନ ମିଳୁଛି ତେବେ ଅନ୍ୟ ପ୍ରଡକ୍ଟ ବ୍ୟବହାର କରିପାରିବେ।
ଅଧିକ ପଢ଼ନ୍ତୁ: ଶୀତଦିନରେ କେଶର ଯତ୍ନ
ତକିଆ ଖୋଳ ବଦଳାନ୍ତୁ
ପ୍ରତି ୩ କିମ୍ବା ୪ଦିନକୁ ଥରେ ତକିଆ ଖୋଳ ବଦଳାଇବା ଉଚିତ। ମୁଣ୍ଡରେ ତେଲ ଏହି ଖୋଳରେ ଲାଗି କେଶ ପ୍ରତି ବିପଦ ସୃଷ୍ଟି କରିଥାଏ। ଖାଲି ସେତିକି ନୁହେଁ ଅପରିଷ୍କାର ତକିଆ ଖୋଳ ମୁଖ ବ୍ରଣର ମଧ୍ୟ କାରଣ ହୋଇଥାଏ।
ଭିନେଗାରରେ କେଶ ଧୁଅନ୍ତୁ
କେଶ ସଫା ଏବଂ ସୁନ୍ଦର ରଖିବାରେ ଭିନେଗାରରେ ସାହାଯ୍ୟ କରିଥାଏ। କେଶରୁ ରୂପି ଏବଂ ଅନ୍ୟାନ୍ୟ ସମସ୍ୟା ଦୂର କରିଥାଏ ଭିନେଗାର। ତେଣୁ ସପ୍ତାହକୁ ଥରେ ଭିନେଗାରରେ କେଶ ସଫା କରିବା ଉଚିତ।