fat

ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

ବଡି ମାସ୍ ଇଣ୍ଡେକ୍ସ (ବିଏମ୍‌ଆଇ) ଆଧାରରେ ବ୍ୟକ୍ତି ମେଦବହୁଳତାର ଶିକାର କି ନାହିଁ ତାହା ଜଣାପଡ଼େ, ଯାହା ଶରୀରରେ ଉଚ୍ଚତା ଅନୁଯାୟୀ କେତେ ପରିମାଣରେ ଚର୍ବି ରହିବ ସ୍ଥିର କରିଥାଏ। ଉଚ୍ଚତାକୁ ମିଟର ଭାବରେ ଏବଂ ଓଜନକୁ କିଲୋଗ୍ରାମରେ ବିଭକ୍ତ କରାଯାଇ ଏହି ଇନ୍‌ଡେକ୍ସ ବା ସୂଚକାଙ୍କ  ସ୍ଥିର କରାଯାଏ।  ଶରୀରରେ ଏହି ସୂଚକାଙ୍କ ୨୫ରୁ ୨୭ ମଧ୍ୟରେ ରହିଲେ ମେଦବହୁଳତାର ଚିନ୍ତା ରହେ ନାହିଁ। ଆମେ ପ୍ରତିଦିନ କେତେ ମାତ୍ରାରେ ଖାଦ୍ୟ ଖାଉଛେ ଏବଂ ଶରୀରରୁ କେତେ ଶକ୍ତି ନଷ୍ଟ ହେଉଛି ତା’ର ସମୀକରଣ ମେଦବହୁଳତା ଉପରେ ପ୍ରଭାବ ପକାଏ। ଅଧିକ ଖାଦ୍ୟ ଖାଇଲେ ଶରୀରରେ ଅଦରକାରୀ ଏନର୍ଜି ଫ୍ୟାଟ ଭାବେ ସଂଗଠିତ ହୋଇଯାଏ ଏବଂ ମେଦବହୁଳତା ବୃଦ୍ଧି ପାଏ।

ହେଲେ କେତେଗୁଡ଼ିଏ ଭୁଲ ଯୋଗୁଁ ଶରୀରରେ ଚର୍ବି ବଢ଼ିଥାଏ ଓ ବ୍ୟକ୍ତି ମୋଟାପଣର ଶିକାର ହୋଇଥା’ନ୍ତି।

ଅତ୍ୟଧିକ ଖାଇବା: କେବଳ ଓଟ୍‌ସ୍‌, ସାଲାଡ କିମ୍ବା ଫଳ ପରି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାର ଅର୍ଥ ନୁହଁ ଯେ ଆପଣ ଏହାକୁ ଅତ୍ୟଧିକ ଖାଇବେ। ଓଜନ କମ୍‌ କରିବାକୁ ହେଲେ ଖାଦ୍ୟର ପରିମାଣକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ହେବ। ସବୁବେଳେ ପେଟକୁ ୨୦ ପ୍ରତିଶତ ଖାଲି କରି ଖାଆନ୍ତୁ।

ଅଧିକ ବ୍ୟବଧାନରେ ଖାଦ୍ୟ ଖାଇବା: ଅଧିକ ବ୍ୟବଧାନରେ ଖାଦ୍ୟ ଖାଇବା ଓ ଅଳ୍ପ ପରିମାଣର କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା ଶରୀର ପାଇଁ କ୍ଷତିକାରକ। ଏହା ଏସିଡିଟିର କାରଣ ହୋଇପାରେ। ସବୁବେଳେ ଅଳ୍ପ ଅଳ୍ପ ବ୍ୟବଧାନରେ ଅଧିକ ଥର ଖାଆନ୍ତୁ।

water

କମ୍ ପାଣି ପିଇବା: ପ୍ରଚୁର ପରିମାଣର ପାଣି ପିଅନ୍ତୁ। ଅଧିକାଂଶ ଲୋକ ଶୋଷ ଲାଗିଲେ ପାଣି ପିଇଥା’ନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ପାଣି ପିଇଲେ ଆପଣଙ୍କ ପେଟ ପୁରିଲା ଭଳି ଲାଗିଥାଏ ଫଳରେ ଅଧିକ ଖାଇବାକୁ ଇଛା ହୋଇନଥାଏ। ଏହାଛଡ଼ା ଅତ୍ୟଧିକ ପାଣି ପିଇବା ଦ୍ୱାରା ବଦ୍‌ହଜମି, ରକ୍ତଚାପ ଦୂର ହୋଇଥାଏ। ପ୍ରତିଦିନ ୨ରୁ ୩ ଲିଟର ପାଣି ପିଇବାକୁ ଚେଷ୍ଟା କରନ୍ତୁ।

ଉପବାସ କରିବା: ମଧ୍ୟବର୍ତ୍ତୀକାଳୀନ ଉପବାସ କରୁଥିବା ବ୍ୟକ୍ତିମାନେ ଖାଇବା ସମୟରେ ଅତ୍ୟଧିକ ଖାଇବା, ଜଙ୍କଫୁଡ୍‌, ଫାଷ୍ଟଫୁଡ୍‌ ଖାଇବା କ୍ଷତିକାରକ। ଇଣ୍ଟରମିଟେଣ୍ଟ ଫାଷ୍ଟିଂ କରୁଥିବା ବ୍ୟକ୍ତିମାନେ ସବୁଜ ପନିପରିବା, ଫଳ ଖାଇବା ଜରୁରୀ।

ଅଧିକାଂଶ ଲୋକ ସନ୍ଧ୍ୟା ସମୟରେ ବରା, ପିଆଜି, ସିଙ୍ଗଡ଼ା ଭଳି ଖାଇବାକୁ ପସନ୍ଦ କରିଥା’ନ୍ତି। ହେଲେ ଏହା ଆପଣଙ୍କ ଓଜନକୁ ବଢ଼ାଇଥାଏ। ତେଣୁ ଏହି ସମୟରେ ଆପଣ ବାଦାମ, ଆଲମଣ୍ଡ, ପିସ୍ତା, ଗଜାବୁଟ, ମୁଗ, ଚିନା ବାଦାମ ଖାଇପାରିବେ।