ପାଟିର ସ୍ୱାଦ ପାଇଁ ସମସ୍ତେ ଜଙ୍କ ଫୁଡ ଖାଇବାକୁ ପସନ୍ଦ କରନ୍ତି ସତ। କିନ୍ତୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ କିଛି ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ ହୋଇଥାଏ।
ଅଧିକ ପଢ଼ନ୍ତୁ: ପିଲାଙ୍କୁ ଦିଅନ୍ତୁ ଏହି ଖାଦ୍ୟ, ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି
ଆଜିକାଲି ଲୋକେ ଜଙ୍କ ଫୁଡ ଖାଇବା ଅଧିକ ପସନ୍ଦ କରନ୍ତି। ପାଟିର ସ୍ୱାଦ ପାଇଁ ସମସ୍ତେ ଜଙ୍କ ଫୁଡ ଖାଇବାକୁ ପସନ୍ଦ କରନ୍ତି ସତ, କିନ୍ତୁ ଏହା ଶରୀରକୁ ଆବଶ୍ୟକ ପ୍ରୋଟିନ, ଭିଟାମିନ ଏବଂ ମିନେରାଲସ ଏଥିରେ ନଥାଏ। ଏହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଜଙ୍କ ଫୁଡ ଯୋଗୁଁ ଫୁସଫୁସ ସମ୍ବନ୍ଧୀୟ ଅନେକ ଅସୁବିଧା ହୋଇଥାଏ।
ଆଜିକାଲି କରୋନାରେ ମୃତ୍ୟୁ ହେଉଥିବା ଅଧିକାଂଶ ଲୋକେ ମଧୁମେହ ବା ଉଚ୍ଚରକ୍ତଚାପ ପୀଡ଼ିତ ଥିବାର ଜଣାପଡ଼ୁଛି। ଦେଶରେ ତଥା ବିଶ୍ୱରେ କରୋନା ଜୀବାଣୁ ମହାମାରୀକୁ ଦୃଷ୍ଟିରେ ରଖି ଶରୀରର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହୋଇଯାଇଛି। ସେଥିପାଇଁ ନିତିଦିନିଆ ଡାଏଟରେ କିଛିଟା ଖାଦ୍ୟ ସାମିଲ କରିବା ଆବଶ୍ୟକ।
ରସୁଣ
ପ୍ରତିଦିନ ନିଜ ଖାଇବାରେ ରସୁଣ ସାମିଲ କରିବା ଜରୁରୀ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ଅନ୍ୟ ରୋଗ ସହ ଲଢ଼ିବା ପାଇଁ ସାହାଯ୍ୟ କରେ। ରସୁଣ ଖାଇଲେ ଥଣ୍ଡା ଜ୍ୱର ହୁଏ ନାହିଁ। ତେଣୁ ଖାଦ୍ୟ ଖାଇବା ପରେ ରସୁଣ ଖାଇଲେ ଶରୀରରେ କଫ ଜମେ ନାହିଁ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ଗୋଟେ ଗ୍ଲାସ ପାଣିରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ପିଇଲେ ଶରୀର ସୁସ୍ଥ ରୁହେ । ଶିଶୁମାନଙ୍କୁ ମଧ୍ୟ ଏହା ପ୍ରତିଦିନ ପିଆଇବା ଉଚିତ। କାରଣ ଏହା ତାଙ୍କ ଫୁସଫୁସକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ।
ଅଧିକ ପଢ଼ନ୍ତୁ: ଖାଆନ୍ତୁ ଏହି ୪ଟି ଜିରୋ କ୍ୟାଲୋରୀ ପରିବା, ଓଜନ ରହିବ ଠିକ
ଗାଜର
ଗାଜରରେ ବିଭିନ୍ନ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଗାଜରରେ ପ୍ରଚୁର ମାତ୍ରାରେ କେରୋଟିନଏଡ ରହିଛି। ଗାଜରକୁ କଞ୍ଚା ଖାଇବା ସହ ସିଝାଇ ବା ରାନ୍ଧି ଖାଇଲେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ।
ପିଜୁଳି
ପିଜୁଳି ରସ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ଶ୍ୱାସ ନଳୀରେ ହେଉଥିବା ସଂକ୍ରମଣକୁ ହ୍ରାସ କରିଥାଏ। ଏହାର ଆଣ୍ଟିଭାଇରସ ଗୁଣ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ପିଜୁଳିରେ ପ୍ରଚୁର ପରିମାଣରେ ଭିଟାମିନ ସି ମଧ୍ୟ ରହିଛି ଯାହା ପ୍ରତିଦିନ ଖାଇବା ଜରୁରୀ ହୋଇଥାଏ।
ସେଓ
ସେଓରେ ମଧ୍ୟ ପ୍ରଚୁର ପରିମାଣର ଭିଟାମିନ ସି ରହିଛି। ଏଥିପାଇଁ ପ୍ରତିଦିନ ସକାଳେ ସେଓ ଖାଇଲେ ଏହା ଶରୀରକୁ ରୋଗମୁକ୍ତ କରେ। ଏଥିରେ ଭରପୁର ଫାଇବର ମଧ୍ୟ ଅଛି।
ଅଧିକ ପଢ଼ନ୍ତୁ: ଜାଣନ୍ତୁ, ଭୃସୁଙ୍ଗ ପତ୍ରର ଉପକାରୀ ଗୁଣ
କଖାରୁ
କଖାରୁ ଫୁସଫୁସ ସହ ମଧୁମେହ ଓ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। କଖାରୁରେ ପୋଟାସିୟମ, ଭିଟାମିନ ସି, ମ୍ୟାଗ୍ନେସିୟମ ଏବଂ ବିଭିନ୍ନ ତତ୍ତ୍ୱ ରହିଛି।
ଅଦା
ଅଦା ଖାଇବା ଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥ ପ୍ରବେଶ କରିନଥାଏ । ବିଶେଷ କଥା ହେଉଛି ଅଦାର ଆଣ୍ଟିଇନଫ୍ଲାମେଟୋରୀ ଏବଂ ଆଣ୍ଟି କର୍କଟ ଗୁଣ ଶରୀରକୁ ସୁରକ୍ଷିତ ରଖିଥାଏ।