ଛୋଟପିଲାଙ୍କୁ ପ୍ରତିଦିନ ମାଲିସ କରିବା ବହୁତ ଜରୁରୀ ହୋଇଥାଏ। ପ୍ରତିଦିନ ମାଲିସ କରିବା ଦ୍ୱାରା ଏହା ପିଲାଙ୍କ ଶାରୀରିକ ବିକାଶରେ ସାହାଯ୍ୟ କରିଥାଏ।

baby massage

ଛୋଟ ପିଲାମାନଙ୍କୁ ପ୍ରତିଦିନ ତେଲରେ ମାଲିସ କରିବା ଦ୍ୱାରା ପିଲାମାନଙ୍କ ତ୍ୱଚା ଚିକ୍କଣ ଓ ସୁଦୃଢ଼ ହୋଇଥାଏ। ଏହାଛଡ଼ା ମାଲିସ ଦ୍ଵାରା ରକ୍ତସଞ୍ଚାଳନ, ହଜମ ଶକ୍ତି ବୃଦ୍ଧି ଓ ଭଲ ନିଦ ହୋଇଥାଏ।

ମାଲିସ ଦ୍ୱାରା ପିଲାମାନେ ଖୁସି ମଧ୍ୟ ରହିଥାନ୍ତି। ଏଥିପାଇଁ ପ୍ରତ୍ୟେକ ମା’ ତାଙ୍କ ପିଲାଙ୍କୁ ମାଲିସ କରିବା ନିହାତି ଜରୁରୀ।

ଆସନ୍ତୁ ଜାଣିବା ପିଲାଙ୍କୁ ମାଲିସ କରିବା ଦ୍ୱାରା କ’ଫାଇଦା ମିଳିଥାଏ?

ପ୍ରତିଦିନ ପିଲାଙ୍କୁ ମାଲିସ କରିବା ଦ୍ୱାରା ଶିଶୁଙ୍କ ପାଚନତନ୍ତ୍ର ମଜବୁତ ହୋଇଥାଏ।

ଯଦି ଆପଣଙ୍କ ଶିଶୁ ଚିଡ଼ିଚିଡ଼ା ସ୍ୱଭାବର ହୋଇଥାଏ ତେବେ ମାଲିସ କରିବା ଦ୍ୱାରା ଏହି ସ୍ୱଭାବରେ ପରବର୍ତ୍ତନ ଆସିବ। କାରଣ ପିଲାଙ୍କୁ ଶାନ୍ତ କରିବା ପାଇଁ ମାଲିସ୍‌ ଏକ ଭଲ ବିକଳ୍ପ।

କେବଳ ଏତିକି ନୁହେଁ ଓଜନ ବୃଦ୍ଧି କରିବାରେ ମଧ୍ୟ ମାଲିସ ସାହାଯ୍ୟ କରିଥାଏ। ଶିଶୁଙ୍କୁ ମାଲିସ କରିବା ଦ୍ୱାରା ଶିଶୁ ସୁସ୍ଥ ଓ ସବଳ ହୋଇଥାଏ। ଫଳରେ ଓଜନ ବୃଦ୍ଧି ଘଟିଥାଏ। ଏଥିସହିତ ଶିଶୁଙ୍କ ହାଡ଼ ମଧ୍ୟ ଶକ୍ତ ହୋଇଥାଏ।

ମାଲିସ ଦ୍ୱାରା ପିଲାମାନଙ୍କ ମାଂସପେଶୀ ରିଲାକ୍ସ ରହିଥାଏ, ଫଳରେ ଭଲ ନିଦ ହୋଇଥାଏ।

massage oil for baby

ପିଲାଙ୍କୁ ମାଲିସ କରିବା ବେଳେ ଧ୍ୟାନ ରଖନ୍ତୁ:

ପିଲାଙ୍କୁ ମାଲିସ କରିବା ପୂର୍ବରୁ ଧ୍ୟାନ ରଖିବେ ଯେପରି ଆପଣଙ୍କ ନଖ ବଡ଼ ନାହିଁ। ନଖ ବଡ଼ ଥିଲେ ପିଲାଙ୍କ ଚର୍ମରେ ବାଜି ଖଣ୍ଡିଆ ହୋଇପାରେ। ଏହାସହ ମାଲିସ ବେଳେ ଶିଶୁକୁ ଆଘାତ ଲାଗିବା ଭଳି ଚୂଡ଼ି ବା ମୁଦିକୁ କାଢ଼ିଦିଅନ୍ତୁ।

ପିଲାମାନଙ୍କୁ ନଡ଼ିଆ ତେଲ, ସୋରିଷ ତେଲ, ବାଦାମ ତେଲରେ ମାଲିସ କରିପାରିବେ। ଯଦି ଏହି ତେଲ ଲଗାଇବା ପରେ ପିଲାଙ୍କୁ ଆଲର୍ଜି ହେଉଛି, ତେବେ ଉକ୍ତ ତେଲକୁ ପିଲାଙ୍କୁ ଲଗାଇ ଦିଅନ୍ତୁ ନାହିଁ।

ଶିଶୁଙ୍କୁ ତେଲରେ ମାଲିସ କଲା ପରେ ସକାଳ ଖରାରେ କିଛି ସମୟ ବୁଲାନ୍ତୁ। ଫଳରେ ତେଲ ଶିଶୁ ଶରୀରରେ ଭିଜିବା ସହ ଓ ପିଲାକୁ ଭିଟାମିନ୍‌ ଡି ମିଳିପାରିବ। ଧ୍ୟାନ ରଖିବେ ପିଲାଙ୍କୁ ଟାଣ ଖରାରେ ବୁଲାଇବେ ନାହିଁ।