ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଭ୍ରମଣ କରିବା କେତେ ସୁରକ୍ଷିତ?

ସାଧାରଣତଃ ଶୀତଦିନେ ଏବଂ ନୂଆବର୍ଷ ସମୟରେ ଲୋକେ ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲିଯିବାକୁ ପସନ୍ଦ କରିଥା’ନ୍ତି। ଏହାସହ ବାହାରେ ବଣଭୋଜି କରି ସେମାନେ ନୂଆବର୍ଷର ମଜା ଉଠାନ୍ତି। ହେଲେ ବାହାରେ ଇଆଡ଼ୁ ସିଆଡ଼ୁ ଖାଇବା ଯୋଗୁଁ ପେଟ ଖରାପ ହେବା, ଥଣ୍ଡା ଜଳବାୟୁ ଯୋଗୁଁ ସର୍ଦ୍ଦି, କାଶ, ଜ୍ୱର ଓ ଛିଙ୍କ ଭଳି ବିଭିନ୍ନ ସମସ୍ୟା ଦେଖାଦିଏ। ଏଭଳି କ୍ଷେତ୍ରରେ ଆପଣ ବୁଲିବାକୁ ଯାଇଥିବା ସ୍ଥାନରେ ଜରୁରୀକାଳୀନ ଔଷଧ ଉପଲବ୍ଧ ଥାଇପାରେ କିମ୍ବା ନଥାଇପାରେ। ତେଣୁ, ଯାତ୍ରା ଆରମ୍ଭ କରିବା ପୂର୍ବରୁ ସାଙ୍ଗରେ ଏହିସବୁ ଔଷଧ ନିଶ୍ଚୟ ରଖନ୍ତୁ।

ଜ୍ୱର ଏବଂ ଶାରୀରିକ ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ପାଖରେ ପାରାସିଟାମଲ ରଖନ୍ତୁ।

ଥଣ୍ଡା, କାଶ, ଛିଙ୍କ ଭଳି ସମସ୍ୟା ଏଡ଼ାଇବା ପାଇଁ ପାଖରେ ଏ ସମ୍ବନ୍ଧୀୟ ଔଷଧ ରଖନ୍ତୁ।

ଶରୀରରେ କୌଣସି ପ୍ରକାର ଆଲର୍ଜିକୁ ଏଡ଼ାଇବା ପାଇଁ ପାଖରେ ଆଭିଲ୍‌ ନିଶ୍ଚିତ ଭାବରେ ରଖନ୍ତୁ।

ଅଧିକ ପଢ଼ନ୍ତୁ: ଭ୍ରମଣ ସମୟରେ ଘରୋଇ ଖାଦ୍ୟ ଖାଆନ୍ତୁ, ସୁସ୍ଥ ରହନ୍ତୁ

ବଦ୍‌ହଜମି ପାଇଁ ଆଣ୍ଟାସିଡ୍‌ ଔଷଧ ପାଖରେ ରଖିବା ଜରୁରୀ।

ଯଦି ଥଣ୍ଡା ଜଳବାୟୁ ଯୋଗୁଁ ନାକ ଚୁଣ୍ଟି ହୋଇଯାଏ, ତେବେ ନାଜାଲ ଡ୍ରପ୍‌ ସାଙ୍ଗରେ ନେଇପାରିବେ। ଏହାଛଡ଼ା ମୁଣ୍ଡ ବିନ୍ଧା ବାମ୍‌ ରଖିପାରିବେ।

କେତେକ ଲୋକଙ୍କୁ ଗାଡ଼ିରେ ଯାତ୍ରା କଲାବେଳେ ବାନ୍ତି ହୋଇଥାଏ। ଫଳରେ ବାନ୍ତି ଔଷଧ ପାଖରେ ରଖିବା ଜରୁରୀ।

ସାଧାରଣତଃ ବାହାରେ ବୁଲିବା ବେଳେ ଆଖିରେ ଧୂଳିମଳି, ପୋକ ପଡ଼ିଯିବାର ସମ୍ଭାବନା ଥାଏ। ଏଭଳି କ୍ଷେତ୍ରରେ ଆଖିରେ ସଂକ୍ରମଣ ନ ହେବା ପାଇଁ ଆଖି ଡ୍ରପ୍‌ ରଖିବା ଦରକାର। ଅଥବା ଆଖିର ଶୁଷ୍କତା ଦୂର କରିବା ପାଇଁ ଟିଅର ଡ୍ରପ୍‌ ବ୍ୟବହାର କରିପାରିବେ।

ଶରୀରରେ କୌଣସି ଆଘାତ ଲାଗିଲେ ବା ଖଣ୍ଡିଆ ହେଲେ ଆଣ୍ଟିସେପ୍ଟିକ୍‌ କ୍ରିମ୍‌ ଲଗାଇପାରିବେ। ତେଣୁ ନିଜ ସାଙ୍ଗରେ ଆଣ୍ଟିସେପ୍ଟିକ୍‌ କ୍ରିମ୍, କ୍ରେପ୍‌ ବ୍ୟାଣ୍ଡେଜ୍‌, ଗଜ୍‌, ବ୍ୟାଣ୍ଡେଡ୍‌ ନେଇପାରିବେ।

ଅଧିକ ପଢ଼ନ୍ତୁ: ମଧୁମେହ ରୋଗୀଙ୍କ ପାଇଁ ଭ୍ରମଣ ଟିପ୍ସ

ବାହାରକୁ ଗଲେ ଲୋକେ ସାଙ୍ଗରେ ମୁଡ଼ୁକି, ବାଦାମ୍‌ ଭଳି ଖାଦ୍ୟପଦାର୍ଥ ଖାଇଥାଆନ୍ତି ଏବଂ ପାଣି ଅଳ୍ପ ପରିମାଣରେ ପିଇଥାଆନ୍ତି। ଫଳରେ ପେଟ ଜନିତ ସମସ୍ୟା ହୋଇଥାଏ। ଏଭଳି କ୍ଷେତ୍ରରେ ବ୍ୟାଗ୍‌ରେ ଡାଇରିଆ ପାଇଁ ଔଷଧ, ପେଟ ଯନ୍ତ୍ରଣା ଔଷଧ ରଖିବା ଆବଶ୍ୟକ। ଏହାସହ ସାଙ୍ଗରେ ଓଆର୍‌ଏସ୍‌ ରଖିବା ଜରୁରୀ।

ସାଧାରଣତଃ ବୁଲାବୁଲି କରିବାକୁ ଯାଉଥିବା ସ୍ଥାନରେ ସବୁ ସୁବିଧା ନଥାଏ। ତେଣୁ ପାଖରେ ମଶାଧୂପ କିମ୍ବା ମଶା କଏଲ୍‌ ରଖିବା ଜରୁରୀ। ଦରକାର ପଡ଼ିଲେ ଏହାକୁ ବ୍ୟବହାର କରିପାରିବେ।

ବାହାରେ ବୁଲିବା ବେଳେ ଆପଣଙ୍କ ହାତ ବିଭିନ୍ନ ଜିନିଷ ସଂସ୍ପର୍ଶରେ ଆସିଥାଏ। ତେଣୁ ହାଣ୍ଡସାନିଟାଇଜର୍‌ ଏବଂ ଓ୍ୱାଇପ୍ସ ନେବାକୁ ଭୁଲନ୍ତୁ ନାହିଁ।

ପାଖରେ ସେପ୍ଟିପିନ୍‌, କଇଁଚି ଏବଂ ଥର୍ମୋମିଟର ରଖିବେ।

ସାଙ୍ଗରେ ପାଣି ନେବାକୁ ଭୁଲନ୍ତୁ ନାହିଁ।

ମହିଳାମାନେ ସାଙ୍ଗରେ ସାନିଟାରି ପ୍ୟାଡ୍‌ ନେବାକୁ ଭୁଲନ୍ତୁ ନାହିଁ।