ରକ୍ତରେ କୋଲେଷ୍ଟ୍ରୋଲର ମାତ୍ରା ଅଧିକ ହୋଇଗଲେ ହୃଦ ଜନିତ ସମସ୍ୟା ଦେଖାଦେଇଥାଏ। ତେବେ ଏହାର ଲକ୍ଷଣ ଜାଣି ଚିକିତ୍ସା କରାଇବା ଆବଶ୍ୟକ
ଅଧିକ ପଢ଼ନ୍ତୁ: ଆପଣଙ୍କ ଏହି ସବୁ ଲକ୍ଷଣ ଅନୁଭବ କରୁଛନ୍ତି କି? ହୋଇପାରେ ଡାଏବେଟିସ
ଶରୀରର ଅଵଶ୍ୟକତା ପାଇଁ ଲିଭର କିଛି ଚର୍ବି ସୃଷ୍ଟି କରିଥାଏ। ତାହାକୁ କୋଲେଷ୍ଟ୍ରୋଲ କୁହାଯାଏ। କିନ୍ତୁ ଏହି କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଗଲେ ଅନେକ ସମସ୍ୟା ଦେଖାଦେଇଥାଏ। ଏହା କୋଷରେ ଜମା ହୋଇ ରକ୍ତ ସଞ୍ଚାଳନ ହେବାରେ ଅସୁବିଧା କରିଥାଏ।
ଥକ୍କା ଅନୁଭବ ହେବା
କୋଲେଷ୍ଟ୍ରୋଲ ବୃଦ୍ଧି ହେଲେ ଚାଲିବା ସମୟରେ ଥକ୍କା ଲାଗିଥାଏ। ଅଧିକ ପରିଶ୍ରମ ନ କରି ମଧ୍ୟ ହାଲିଆ ଅନୁଭବ ହୋଇଥାଏ।
ଗଣ୍ଠି ଯନ୍ତ୍ରଣା ହୁଏ
ଯଦି କୌଣସି କାରଣ ନ ଥାଇ ଗୋଡ଼ ହାତ କିମ୍ବା ଗଣ୍ଠି ଦରଜ ହେଉଛି ତେବେ କଲେଷ୍ଟ୍ରୋଲ ବୃଦ୍ଧି ହୋଇଛି ବୋଲି ଜାଣନ୍ତୁ।
ଅଧିକ ପଢ଼ନ୍ତୁ: ଶିଶୁଙ୍କୁ ମୋଟାପଣ ନିୟନ୍ତ୍ରଣ ନ କଲେ ହୋଇପାରେ ଅନେକ ସମସ୍ୟା
ଝାଳ ବାହାରିବା
ଦେହରୁ ଝାଳ ବାହାରିବା ସାଧାରଣ କଥା। କିନ୍ତୁ ଅତ୍ୟଧିକ ଝାଳ ବାହାରିବା କୋଲେଷ୍ଟ୍ରୋଲର ଲକ୍ଷଣ ହୋଇଥାଏ। ତେବେ ଅବହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଓଜନ ବୃଦ୍ଧି
ଖାଦ୍ୟପେୟ ଏବଂ ଏକ୍ସରସାଇଜ କରିବା ସତ୍ତ୍ୱେ ଯଦି ଓଜନ ବଢ଼ିବାରେ ଲାଗିଛି ତେବେ ଏହା କୋଲେଷ୍ଟ୍ରୋଲ ବୃଦ୍ଧିର ଲକ୍ଷଣ। ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଅଧିକ ପଢ଼ନ୍ତୁ: ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ – ଦେଖିବେ ଡାଏବେଟିସ୍ ନିୟନ୍ତ୍ରଣରେ ରହିବ
ରକ୍ତଚାପ ନିୟନ୍ତ୍ରଣ ନ ରହିବା
ଶରୀରରେ କୋଲେଷ୍ଟ୍ରୋଲ ବଢ଼ିଗଲେ ରକ୍ତଚାପ ବୃଦ୍ଧି ହୋଇଥାଏ। ଯଦି ଏପରି କିଛି ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ହାର୍ଟ ବିଟ ବଢ଼ିଯିବା
ଶରୀରରେ କୋଲେଷ୍ଟ୍ରୋଲ ବୃଦ୍ଧି ହେଲେ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପଡ଼ିଥାଏ। ତେଣୁ ହୃତପିଣ୍ଡ ସଠିକ ଭାବେ କାମ କରିପାରେ ନାହିଁ।