ମିଠା ଖାଇବା ପାଇଁ ଡାଏବେଟିସ ରୋଗୀଙ୍କୁ ବାରଣ କରାଯାଇଥାଏ। କିନ୍ତୁ କନ୍ଦ ମୂଳ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପକ୍ଷେ ହିତକର।
ଅଧିକ ପଢ଼ନ୍ତୁ: ମଧୁମେହ ରୋଗୀ ସାବଧାନ! ଏହି ୬ଟି ଖାଦ୍ୟ କରିଥାଏ ରକ୍ତ ଶର୍କରା ସ୍ତରରେ ଅସନ୍ତୁଳନ
ଡାଏବେଟିସ ରୋଗୀମାନଙ୍କୁ ମିଠା ଖାଇବା ପାଇଁ ମନା କରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମଧୁମେହ ରୋଗୀଙ୍କୁ କନ୍ଦମୂଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ।
କନ୍ଦମୂଳ ଡାଏବେଟିସ ରୋଗୀଙ୍କ ପାଇଁ ଭଲ କି?
କନ୍ଦମୂଳ ମିଠା ଜାତୀୟ ଖାଦ୍ୟ ହୋଇଥିଲେ ମଧ୍ୟ ଏଥିରେ ଲୋ ଗ୍ଲାଇସେମିକ ଗୁଣ ରହିଛି।
କନ୍ଦମୂଳରେ ପ୍ରଚୁର ପରିମାଣରେ ବିଟା କେରୋଟିନ ନାମକ କେରୋଟିନଏଡ ରହିଛି। ଖାଲି ସେତିକି ନୁହେଁ ଏଥିରେ ଭିଟାମିନ ଏ ର ମାତ୍ରା ଅଧିକ ରହିଛି।
ଅଧିକ ପଢ଼ନ୍ତୁ: ଡାଏବେଟିସ ରୋଗୀ କେତେବେଳେ କ’ଣ ଖାଇବେ, ଜାଣନ୍ତୁ
ଏଥିରେ ଥିବା ଭିଟାମିନ ସି ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ।
କନ୍ଦମୂଳରେ ଆଇରନର ମାତ୍ରା ଅଧିକ ଥାଏ। ଏହି ଆଇରନ ରକ୍ତରେ ଅମ୍ଳଜାନ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ଵ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ।
କନ୍ଦମୂଳରେ ଉଦ୍ଭିଦ ପ୍ରୋଟିନ ଥିବାରୁ ଏହା ଓଜନ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ। ଓଜନ ଠିକ ରହିଲେ ଇନସୁଲିନ ବୃଦ୍ଧି ହୋଇଥାଏ।
କନ୍ଦମୂଳରେ ଅଧିକ ଫାଇବର ଥିବାରୁ ଏହା ଡାଏବେଟିସ ରୋଗୀଙ୍କ ହଜମ ପ୍ରକ୍ରିୟାରେମଧ୍ୟ ସୁଧାର ଆଣିଥାଏ।
କେତେ ଏବଂ କିପରି ଏହାକୁ ଖାଇବେ?
ସାଧାରଣ ବ୍ୟକ୍ତିଙ୍କ ଅପେକ୍ଷା ଡାଏବେଟିସ ରୋଗୀଙ୍କ ପାଇଁ ଖାଦ୍ୟପେୟ ଉପରେ ବିଶେଷ କଟକଣା ରହିଥାଏ। କନ୍ଦମୂଳ ଖାଇବା ପୂର୍ବରୁ ଭଲ ଭାବେ ସିଝେଇ ଦିଅନ୍ତୁ। ଜଣେ ଡାଏବେଟିସ ରୋଗୀ ଗୋଟିଏ ଦିନରେ ୧୫ ଗ୍ରାମ କନ୍ଦ ମୂଳ ଖାଇପାରିବ। ନିଜ ଶରୀରର ଡାଏବେଟିସ ସ୍ତର ହିସାବରେ ଖାଦ୍ୟ ଖାଇବା ଆବଶ୍ୟକ।
ଅଧିକ ପଢ଼ନ୍ତୁ: ଡାଏବେଟିସ ରୋଗୀ ଜାଣି ରଖନ୍ତୁ କେତୋଟି ଗୁରୁତ୍ୱପୂର୍ଣ୍ଣ କଥା