ସାଧାରଣତଃ ଗର୍ଭାବସ୍ଥାରେ ଝରୁଥିବା ହରମୋନ୍ ଦେହରେ ଜଳୀୟଅଂଶ ଧରି ରଖିବାର କ୍ଷମତା ଥାଏ। ତେଣୁ, ଜଳୀୟଅଂଶ ବଢ଼ିଯାଇ ଗୋଡ଼ ଫୁଲିଥାଏ। ଏହାସହ ଗର୍ଭାଶୟର ଚାପ ଯୋଗୁଁ ଗୋଡ଼ ଫୁଲେ। ଏହା ୪୦ରୁ ୫୦ ପ୍ରତିଶତ ଗର୍ଭବତୀ ମହିଳାଙ୍କଠାରେ ଦେଖାଦିଏ। ତେବେ, ଏହାକୁ ଏଡ଼ାଇବେ କିପରି?
ବସିଲା ବେଳେ ଗୋଡ଼କୁ ସାମାନ୍ୟ ଟେକି କରି ବସନ୍ତୁ।
ଗୋଡ଼ ଓହଳାଇ ବସନ୍ତୁ ନାହିଁ।
ଗୋଡ଼ ଉପରେ ଗୋଡ଼ ରଖି ବସନ୍ତୁ ନାହିଁ।
ବେଶୀ ସମୟ ଠିଆ ହୁଅନ୍ତୁ ନାହିଁ ବା ବେଶୀ ସମୟ ବସନ୍ତୁ ନାହିଁ। ମଝିରେ ମଝିରେ ଚାଲନ୍ତୁ।
ଚାଲିବା ବେଳେ ହାଇ ହିଲ୍ ପିନ୍ଧନ୍ତୁ ନାହିଁ।
ସବୁବେଳେ ନରମ, ଆରାମଦାୟକ ଚପଲ ପିନ୍ଧନ୍ତୁ।
ପ୍ରଚୁର ପାଣି ପିଅନ୍ତୁ। ଫଳରେ ପରିସ୍ରା ଲାଗିବା ଓ ଶରୀରରେ ବେଶୀ ପାଣି ରହି ପାଦ ଫୁଲିବ ନାହିଁ।
ଖାଦ୍ରରେ ଅଧିକ ଲୁଣ ମିଶାଇ ଖାଆନ୍ତୁ ନାହିଁ। ଲୁଣିଆ ଫାଷ୍ଟଫୁଡ୍, ଜଙ୍କଫୁଡ୍ ଖାଆନ୍ତୁ ନାହିଁ।
ସୁଷମ ଓ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।
ଏହା କରିବା ସତ୍ତ୍ୱେ ଯଦି ଗୋଡ଼ ଫୁଲା ନ କମେ, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।