ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ସ୍ୱାଭାବିକ କଥା। କିନ୍ତୁ ଅସ୍ଵାଭାବିକ ପରିବର୍ତ୍ତନ ବାଇପୋଲାର ଡିସଅର୍ଡର ପ୍ରମୁଖ ଲକ୍ଷଣ। ତେବେ ବାଇପୋଲାର ଡିସଅର୍ଡରର କାରଣ ଏବଂ ଏହାର ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା। (Bipolar Disorder- Causes and Treatment)

ବାଇପୋଲାର ଡିସଅର୍ଡର କ’ଣ? (What is Bipolar Disorder in Odia)

ବାଇପୋଲାର ଡିସଅର୍ଡର ଏକ ମାନସିକ ରୋଗ ଯାହା ମନୋବଳ, ଶକ୍ତି, କାର୍ଯ୍ୟକଳାପସ୍ତରରେ ଅସାଧାରଣ ପରିବର୍ତ୍ତନ ଘଟାଇଥାଏ ଏବଂ ଦିନକୁ ଦିନ କାର୍ଯ୍ୟ କରିବାର କ୍ଷମତା ହ୍ରାସ କରାଏ। ବାଇପୋଲାର ଡିସଅର୍ଡରରେ ଶିକାର ବ୍ୟକ୍ତି ବେଳେବେଳେ ଅତ୍ୟଧିକ ଖୁସି କିମ୍ବା ଅଧିକ ଦୁଃଖିତ ହୋଇଯାଆନ୍ତି। ତାଙ୍କର ଏଭଳି ବ୍ୟବହାର ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥାଏ। ମନେକର କୌଣସି ସାଙ୍ଗସାଥୀଙ୍କ ସହ ମଜାମଜଲିସ କରୁଥିବା ସମୟରେ ଜଣେ ବ୍ୟକ୍ତି ଅଚାନକ ଦୁଃଖି ହୋଇଯିବା ବାୟୋପୋଲାର ଡିସଅର୍ଡରକୁ ବୁଝାଏ। କହିବାକୁ ଗଲେ ଏହି ସମସ୍ୟାରେ ପୀଡିତ ବ୍ୟକ୍ତି ଅଚାନକ କିମ୍ବା କଥା ହେବା ସମୟରେ ଦୁଃଖିତ ବା ଖୁସି ଅନୁଭବ କରିଥାଆନ୍ତି।

ବାଇପୋଲାର ଡିସଅର୍ଡରକୁ ମାନିକ ଡିସଅର୍ଡର ମଧ୍ୟ କୁହାଯାଏ। ଏହି ରୋଗରେ ଶିକାର ବ୍ୟକ୍ତିଙ୍କର ୧ ସପ୍ତାହ ମଧ୍ୟରେ କଥାବାର୍ତ୍ତାରେ ପରିବର୍ତ୍ତନ ଆସିଥାଏ। ମାନିକ ଡିସଅର୍ଡର ଅବଧିଗୁଡିକ ହାଇପୋମାନିକ୍ ଏପିସୋଡ ଭାବରେ ଜଣାଶୁଣା।ଏହି ଡିସଅର୍ଡରରେ ଆକ୍ରାନ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ବିଦ୍ୟାଳୟ, କାର୍ଯ୍ୟାଳୟ, ଘରେ, ସାଙ୍ଗମାନଙ୍କ ସହିତ କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।

ବାଇପୋଲାର ଡିସଅର୍ଡର କାରଣ (Causes of Bipolar Disorder in Odia)

ବାଇପୋଲାର ଡିସଅର୍ଡର ପାଇଁ ଉଭୟ ଜେନେଟିକ ଏବଂ ପରିବେଶଗତ କାରଣ ଦାୟୀ।  ଜିନଗୁଡ଼ିକ ପରୋକ୍ଷ ଭାବେ ଏହି  ଡିସଅର୍ଡର ହେବାର କାରଣ ହୋଇଥାଆନ୍ତି। ଏଭଳି ମନୋବଳ ବିକୃତି ପାରିବାରିକ କାରଣରୁ ମଧ୍ୟ ହୋଇଥାଏ। ପୂର୍ବରୁ ବାପାମା’ କିମ୍ବା ଭାଇଭଉଣୀ ବାଇପୋଲାର ଡିସଅର୍ଡରରେ ଆକ୍ରାନ୍ତ ଥାଆନ୍ତି ତେବେ ପିଲାକୁ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ। ଅନେକାଂଶ ପିଲାଙ୍କ କ୍ଷେତ୍ରରେ ଏପରି ଘଟିନଥାଏ।

ପିଲାମାନେ ରହୁଥିବା ପରିବେଶରେ ଚାପ ଏବଂ ଅନ୍ୟାନ୍ୟ ପରିବେଶ କାରକ, ପରିବାରରେ ତୀବ୍ର ଭାବପ୍ରବଣତା ବାୟୋପୋଲାର ଡିସଅର୍ଡରର କାରଣ ହୋଇଥାଏ। ପ୍ରଥମ ଲକ୍ଷଣ ସାଧାରଣତଃ କିଶୋର କିଶୋର ବା ବୟସ୍କମାନଙ୍କଠାରେ ଦେଖାଯାଏ, ଯଦିଓ କିଛି ଲୋକଙ୍କ ନିକଟରେ ଏହି ସମସ୍ୟା ପିଲାଦିନରୁ ଦେଖିବାକୁ ମିଳିଥାଏ।

ବାଇପୋଲାର ଡିସଅର୍ଡର ଲକ୍ଷଣ (Symptoms of Bipolar Disorder in Odia)

ଦୁଃଖିତ, ଏକୁଟିଆପଣ, ନିରାଶା ଅନୁଭବ କରିବା।

କୌଣସି କାରଣ ନଥାଇ ଆଖିକୁ ଲୁହ ଆସିବା।

ସମସ୍ତ କାର୍ଯ୍ୟକଳାପରେ ଆଗ୍ରହ ନ ଦେଖାଇବା କିମ୍ବା କାମକୁ ଉପଭୋଗ ନ କରିବା।

ସାଧାରଣ ବ୍ୟକ୍ତିଙ୍କଠାରୁ ଅଧିକ କିମ୍ବା ବହୁତ କମ ଖାଦ୍ୟ  ଖାଇବା।

ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇବା କିମ୍ବା ନିଦ ନ ହେବା ସତ୍ତ୍ଵେ ବିଛଣାରେ ପଡିରହିବା।

ଶରୀରରୁ ଶକ୍ତି କମିଯିବା ପରି ମନେ ହେବା।

ନିଜକୁ ଦୋଷୀ ଏବଂ  ନିଜର କୌଣସି ମୂଲ୍ୟ ନଥିବା ପରି ଲାଗିବା।

ମାନିକ ଡିସଅର୍ଡରର ଲକ୍ଷଣ (Symptoms of Manic Disorder in Odia)

ଅସ୍ୱାଭାବିକ କିମ୍ବା ଅତ୍ୟଧିକ ଆନନ୍ଦଦାୟକ, ଆନନ୍ଦିତ କିମ୍ବା ବିରକ୍ତିକର ମନୋଭାବରେ ଅନୁଭବ କରିବା।

ବ୍ୟବହାର ଆଚରଣର ପରିବର୍ତ୍ତନ ଦେଖାଦେବା।

ନିଜକୁ ନେଇ ଅଧିକ ଆତ୍ମବିଶ୍ୱାସ ରଖିବା।

କ୍ଳାନ୍ତ କିମ୍ବା କମ ନିଦ ହେବା।

ସାଧାରଣ ଅପେକ୍ଷା ବହୁତ ଅଧିକ କଥାବାର୍ତ୍ତା କରିବା କିମ୍ବା ସବୁବେଳେ କଥାବାର୍ତ୍ତା କରିବାର ଆବଶ୍ୟକତା ଅନୁଭବ କରିବା।

ଏକାଗ୍ରତା, ନିଷ୍ପତ୍ତି ନେବାରେ ଅସୁବିଧା ହେବା।

ଆତ୍ମହତ୍ୟା ବିଷୟରେ ଚିନ୍ତା କରିବା।

ବାଇପୋଲାର ଡିସଅର୍ଡରର ଚିକିତ୍ସା (Treatment Bipolar Disorder in Odia)

ବାଇପୋଲାର ଡିସଅର୍ଡର ରୋଗୀଙ୍କର ସ୍ଥିର ଚିନ୍ତାଧାରା ଆଣିବା ପାଇଁ  ମୁଡ ଷ୍ଟାବିଲିଜର୍ସ ଏବଂ ସାଇକୋଥେରାପି ଚିକିତ୍ସା କରାଯାଏ। ଏହି ଥେରାପି ସାହାଯ୍ୟରେ ରୋଗୀ ତାଙ୍କ ଚିନ୍ତାଧାରା, ଭାବନା ଏବଂ ଆଚରଣ ବିଷୟରେ ଜ୍ଞାନ ହାସଲ କରିପାରନ୍ତି। ବେଳେବେଳେ ପିଲାଦିନର ଅନେକ ଅନୁଭୂତି ଜଣେ ବ୍ୟକ୍ତିଙ୍କ ମାନସିକ ରୋଗର କାରଣ ପାଲଟିଥାଏ। ସାଇକୋଥେରାପି ମାଧ୍ୟମରେ ରୋଗୀମାନେ ଏକ ସୁସ୍ଥ ଜୀବନଯାପନ କରିପାରନ୍ତି। ରୋଗ ବାବଦରେ ଜାଣିବା ପାଇଁ ଆଜିକାଲି ସାଇକୋଏଜୁକେସନ ନାମରେ କାଉନସିଲିଂ କରାଯାଉଛି। ଏହା ଦ୍ଵାରା ରୋଗୀ ସହ ତାଙ୍କ ପରିବାର ସଦସ୍ୟ ମଧ୍ୟ ଏହି ସମସ୍ୟା ବିଷୟରେ ସବିଶେଷ ତଥ୍ୟ ପାଇପାରିବେ। ବର୍ତ୍ତମାନ କ୍ଲିନିକମାନଙ୍କରେ ବାଇପୋଲାର ଡିସଅର୍ଡର ଚିକିତ୍ସା ପାଇଁ  ଅତ୍ୟାଧୁନିକ ଟ୍ରାନ୍ସକ୍ରାନିଆଲ୍ ମ୍ୟାଗ୍ନେଟିକ୍ ଷ୍ଟିମୁଲେସନ ପ୍ରଦାନ କରାଯାଉଛି। ବିଶେଷକରି ଡ୍ରଗ ପ୍ରତିରୋଧକ ରୋଗୀମାନଙ୍କ କ୍ଷେତ୍ରରେ ଏହା ଭଲ ଫଳାଫଳ ଦେଖାଉଛି। ଏହି ଚିକିତ୍ସାର ସମୟସୀମା  ଲମ୍ବା ହୋଇପାରେ,କିନ୍ତୁ ରୋଗୀ ଧୀରେଧୀରେ ଭଲ ହୋଇଯିବାର ସମ୍ଭାବନା ରହିଛି। ରୋଗ ଆରମ୍ଭରୁ ଲକ୍ଷମ ଜାଣିପାରି ଡାକ୍ତରଙ୍କ ସହ ପରାମର୍ଶ କରାଇବା ଉଚିତ।