କିଛି ଛୋଟ ଅଭ୍ୟାସ ଆପଣଙ୍କୁ ଏକ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରିପାରିବ। ତେଣୁ ପ୍ରତିଦିନ ସକାଳୁ ଉଠିବା ପରେ କରନ୍ତୁ ଯୋଗାସନ, ମିଳିବ ଅନେକ ଫାଇଦା।
ଗୋଟିଏ ଦିନର ପ୍ରଭାବଶାଳୀ ସମୟ ହେଉଛି ସକାଳ ସମୟ। ସକରାତ୍ମକ ଚିନ୍ତାଧାରା ଏବଂ ଭଲ କାର୍ଯ୍ୟ ପାଇଁ ଏହା ଉପଯୁକ୍ତ ସମୟ। ପୁରା ଦିନ କିପରି କଟିବ ତାହା ସକାଳ ଉପରେ ର୍ନିଭର କରେ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସକାଳର ସୂର୍ଯ୍ୟ କିରଣ ଜରୁରୀ। ସକାଳ ସମୟରେ ଯୋଗ କଲେ ଶାରୀରିକ ଏବଂ ମାନସିକ ଭାବେ ମଣିଷ ସୁସ୍ଥ ରହେ। ତେବେ ଆସନ୍ତୁ ଜାଣିବା ସକାଳ ବେଳେ କେଉଁ ଯୋଗ କରିବା ଉଚିତ।
ସୂର୍ଯ୍ୟ ନମସ୍କାର
ସୁନ୍ଦର, ନିରୋଗ ସ୍ୱାସ୍ଥ୍ୟ ପାଇଁ ସୂର୍ଯ୍ୟ ନମସ୍କାର କରିବା ଅତ୍ୟନ୍ତ ଉପଯୋଗୀ। ସୂର୍ଯ୍ୟ ନମସ୍କାର କରିବା ଫଳରେ ହଜମ୍ ଶକ୍ତି ସୁଦୃଢ଼ ହୁଏ, ପେଟ କମ୍ ହୋଇଥାଏ, ମନ ଶାନ୍ତି ରହିଥାଏ। ରକ୍ତ ସଞ୍ଚାଳନ ସନ୍ତୁଳିତ ରହିବା ସହ ମାଂସପେଶୀ ଓ ହାଡ଼ ଶକ୍ତ ହୁଏ ଓ ତ୍ୱଚାର ସମସ୍ତ ସମସ୍ୟା ଦୂର ହୋଇଥାଏ।
ପ୍ରଥମ ଥର ପାଇଁ ଏହି ଆସନ କରୁଥିଲେ ଅଳ୍ପ ସମୟ ପାଇଁ କରନ୍ତୁ। ଧୀରେ ଧୀରେ କରି ସମୟ ବଢ଼ାନ୍ତୁ। ପ୍ରଥମ ସୂର୍ଯ୍ୟ ନମସ୍କାର ସବୁବେଳେ ପୂର୍ବ ଆଡ଼କୁ ମୁହଁ କରି କରିବା ଉଚିତ।
ବୃକ୍ଷାସନ
ବୃକ୍ଷ ଶବ୍ଦର ଅର୍ଥ ହେଉଛି ଗଛ। ଏହି ଆସନରେ ଗଛ ଭଳି ଦୃଢ଼ ଭାବେ କିଛି ସମୟ ଛିଡ଼ା ହେବାକୁ ପଡ଼ିଥାଏ। ତେଣୁ ଏହାକୁ ବୃକ୍ଷାସନ କୁହାଯାଏ।
- ପ୍ରଥମେ ସିଧାସଳଖ ଭାବେ ଠିଆ ହୁଅନ୍ତୁ।
- ଡାହାଣ ଆଣ୍ଠୁ ବଙ୍କା କରନ୍ତୁ ଏବଂ ହାତ ସାହାଯ୍ୟରେ ଡାହାଣ ପାଦକୁ ବାମ ଜଙ୍ଘର ଭିତର ଅଶଂରେ ଉପରକୁ ଲଗାଇ ରଖନ୍ତୁ।
- ବାମ ଗୋଡ଼ ସିଧା ରଖନ୍ତୁ ଏବଂ ସମଗ୍ର ଶରୀରର ସନ୍ତୁଳନ ବଜାୟ ରଖନ୍ତୁ।
- ଗୋଟିଏ ଦୀର୍ଘ ନିଶ୍ୱାସ ନିଅନ୍ତୁ।
- ଉଭୟ ହାତର ପାପୁଲିକୁ ଯୋଡ଼ି ଧୀରେ ଧୀରେ ମୁଣ୍ଡ ପରେ ନମସ୍କାର ଢଙ୍ଗରେ ରଖନ୍ତୁ।
- ଆସନ ସଠିକ ଭାବେ କରିବା ପାଇଁ ଗୋଟିଏ ସ୍ଥାନକୁ ଧ୍ୟାନ ଦିଅନ୍ତୁ।
- ମେରୁଦଣ୍ଡ ସିଧା ରଖିବା ସହ ଶରୀରର ସନ୍ତୁଳନ ବଜାୟ ରଖନ୍ତୁ।
- ମୁଣ୍ଡକୁ ଉପରକୁ ଉଠାଇ ଆଖି ଉପରେ ଆଙ୍ଗୁଳି ରଖନ୍ତୁ।
- ୩୦ରୁ ୪୦ ମିନିଟ ଏଭଳି ଅବସ୍ଥାରେ ରହନ୍ତୁ।
ବୃକ୍ଷାସନ କରିବା ଫଳରେ ମେରୁଦଣ୍ଡ ମଜଭୁତ ହୁଏ। ଶାରୀରିକ ସନ୍ତୁଳନ ବଜାୟ ରହିଥାଏ। ଏକାଗ୍ରତା ବୃଦ୍ଧିରେ ସହାୟକ ହୁଏ। ପାଦ ଏବଂ ଗୋଡ଼ ଜନିତ ସମସ୍ୟାରୁ ମୁକ୍ତି ମିଳେ। ସ୍ମାୟୁ ସମସ୍ୟା ଦୂର ହୋଇଥାଏ।
ତାଡ଼ାସନ
- ଦୁଇ ପାଦକୁ ଏକାଠି କରି ଠିଆ ହୁଅନ୍ତୁ।
- ପିଠି ସଧା କରନ୍ତୁ।
- ହାତର ଉଭୟ ପାପୁଲିକୁ ଯୋଡ଼ନ୍ତୁ। ଓ ଉପରକୁ ସିଧାକରି ଟେକନ୍ତୁ।
- ଏଭଳି ଅବସ୍ଥାରେ ୫ରୁ ୧୦ମିନିଟ ରହନ୍ତୁ।
ନିୟମିତ ଭାବେ ତାଡାସନ କରିବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ। ଏହି ଆସନ ଶରୀରକୁ ଷ୍ଟ୍ରେଚ କରିଥାଏ। ଏହି ଆସନ ଦିନର କୌଣସି ସମୟରେ କରିପାରିବେ।
ବଜ୍ରାସନ
- ସିଧା ହୋଇ ଠିଆ ହୁଅନ୍ତୁ।
- ଆଣ୍ଠୁ ଦୁଇଟିକୁ ଭୂମିରେ ଲଗାନ୍ତୁ ଏବଂ ହାତ ପାପୁଲିକୁ ଆଣ୍ଠୁ ଉପରେ ରଖନ୍ତୁ।
- ଗୋଡ଼ର ବୁଢ଼ା ଆଙ୍ଗୁଳି ଯୋଡ଼ନ୍ତୁ ଏବଂ ପିଚାକୁ ଏପରି ରଖନ୍ତୁ ଯେପରି ବାହ୍ୟ ଅଶଂ ତଳେ ଲାଗିବ।
- ଆଖି ବନ୍ଦ କରନ୍ତୁ ଏବଂ ସ୍ଥିର ଭାବେ ବସନ୍ତୁ।
- ଏହି ଆସନ ଆପଣ ୨୦ରୁ ୩୦ ମିନିଟ କରିପାରିବେ।
ବଜ୍ରାସନ କରିବା ଫଳରେ ଶରୀରର ହଜମ ଜନିତ ସମସ୍ୟା ଦୂର ହୁଏ। କୋଷ୍ଠକାଠିନ୍ୟ ମଧ୍ୟ ସମାଧାନ ହୋଇଥାଏ। ପାଚନ ପ୍ରକ୍ରିୟାରେ ସାହାଯ୍ୟ କରେ। ମହିଳାମାନଙ୍କ ପ୍ରସବ ସମୟରେ ଏହି ଆସନ ଲାଭଦାୟକ। ମଳ କଣ୍ଟକରୁ ମୁକ୍ତି ମିଳିଥାଏ।
Yoga is a holistic approach to everyday health. Here are some yoga poses you can start your day with. Odia Health Tips.