ଗଜାବୁଟରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫ୍ୟାଟ୍, ଫାଇବର, କ୍ୟାଲ୍ସିୟମ୍ ଭଳି ପୋଷକ ତତ୍ଵ ଭରପୂର ରହିଛି। ଏହା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ତ୍ଵଚା ଏବଂ କେଶ ପାଇଁ ବେଶ୍ ଭଲ।
ବୁଟକୁ ଭାଜି କରି, ସିଝାଇ ଓ ବତୁରେଇ ସେବନ କରାଯାଏ। ହେଲେ ବୁଟକୁ ବତୁରେଇ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ପ୍ରତିଦିନ ରାତିରେ ମୁଠାଏ ବୁଟକୁ ଗୋଟେ ଗ୍ଲାସ ପାଣିରେ ବତୁରାଇ ରଖିବେ। ତା’ପରଦିନ ସକାଳୁ ଏହାକୁ ଖାଇବା ଉଚିତ।
ପ୍ରତ୍ୟେହ ଗଜାବୁଟ ଖାଇବା ଦ୍ଵାରା ଓଜନ ନିୟନ୍ତ୍ରଣ ରହିବା ସହିତ କୋଲେଷ୍ଟ୍ରୋଲ ସ୍ତର କମ୍ ରହିଥାଏ।
ବ୍ୟାୟାମ କରି ସାରିବା ପରେ ଗଜାବୁଟ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଏହାସହ ଅଧିକ ସମୟ ଯାଏଁ ଭୋକ ଲାଗିନଥାଏ।
ନିୟମିତ ଭାବରେ ଗଜା ବୁଟ ଖାଇବା ଦ୍ୱାରା ତ୍ୱଚା ଉଜ୍ଜଳ ଓ ମସୃଣ ରହିଥାଏ।
ଗଜାବୁଟର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଭଲ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଦିନ ଗଜାବୁଟ ଖାଇବା ଜରୁରୀ।