ଆପଣ ବସିବା ବେଳେ ଗୋଡ଼ ହଲାଉଛନ୍ତି କି? ତେବେ ଜାଣି ରଖନ୍ତୁ କେତେକ ମାନସିକ ଅସନ୍ତୁଳନ ଏଥିପାଇଁ ଦାୟୀ ହୋଇଥାଏ।

ସମସ୍ତଙ୍କୁ କିଛି ନା କିଛି ଅଜବ ଅଭ୍ୟାସ ରହିଛି କାହାକୁ ଗାଧୋଇବା ସମୟରେ ଗୀତ ଗାଇବାର ଅଭ୍ୟାସ ଥାଏ ଆଉ କେହି ବସିବା ସମୟରେ ଗୋଡ଼ ହଲାଇଥାନ୍ତି। ଗୋଡ଼ ହଲାଇବା ଅଭ୍ୟାସ ଭଲ ନୁହେଁ। କୌଣସି ବ୍ୟକ୍ତି ଏମିତିରେ ଗୋଡ ହଲାନ୍ତି ନାହିଁ ,ଏହାର କିଛି ସାଇକୋଲୋଜିକାଲ କାରଣ ହୋଇଥାଏ। ଏହି ରୋଗକୁ ଡାକ୍ତରୀ ଭାଷାରେ ରେଷ୍ଟଲେସ ଲେଗ ସିଣ୍ଡ୍ରୋମ କୁହାଯାଏ।

restless leg syndrome

ଅଧିକ ପଢ଼ନ୍ତୁ: ନିଦର ଅଭାବ, ମସ୍ତିଷ୍କରେ ଅନେକ ସମସ୍ୟାର କାରଣ

ଗୋଡ଼ ହଲାଇବାର କାରଣ (Causes of restless leg syndrome in odia)

ଆମେ ପ୍ରତିଦିନ କରୁଥିବା କାମ ମସ୍ତିଷ୍କର ସ୍ନାୟୁ ଦ୍ଵାରା ନିୟନ୍ତ୍ରଣ ହୋଇଥାଏ। ତେବେ ଏଥିରେ କୌଣସି ଅସୁବିଧା ଦେଖାଦେଲେ ବ୍ୟକ୍ତି ଅସାଧାରଣ କାର୍ଯ୍ୟକଳାପ ବା ବ୍ୟବହାର କରିଥାଏ। ସେହି ପରି ଗୋଡ଼ ହଲାଇବା ଅଭ୍ୟାସ ମଧ୍ୟ ମସ୍ତିଷ୍କ ସହ ଜଡ଼ିତ।

ନିଦ୍ରା ଅଭାବ କାରଣରୁ କିମ୍ବା ଇନସୋମିଆରେ ଶିକାର ବ୍ୟକ୍ତି ନିକଟରେ ଏହି ସମସ୍ୟା ଦେଖାଯାଇଥାଏ।

ଜଣେ ବ୍ୟକ୍ତି ସବୁ ସମୟରେ ଚିନ୍ତାଗ୍ରସ୍ତ କିମ୍ବା ଡିପ୍ରେସନରେ ରହିଲେ ଏହି ଅଭ୍ୟାସ ଆରମ୍ଭ ହୋଇଥାଏ।

ମସ୍ତିଷ୍କରେ ଥିବା ଡୋପାମାଇନ କେମିକାଲର ଅସନ୍ତୁଳନ ଯୋଗୁଁ ବ୍ୟକ୍ତି ସବୁ ସମୟରେ ଗୋଡ଼ ହଲାଇ ଥାଏ।

ମସ୍ତିଷ୍କରେ ଥିବା ନ୍ୟୁରୋଟ୍ରାନ୍ସମିଟର ଶରୀରର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ। ମାତ୍ର କୌଣସି ନ୍ୟୁରୋଟ୍ରାନ୍ସମିଟର ନଷ୍ଟ ହୋଇଗଲେ କିମ୍ବା ଆଘାତ କାରଣରୁ ବ୍ୟକ୍ତି ଗୋଡ଼ ହଲାଇବା ଆରମ୍ଭ କରିଥାଏ।

ପୂର୍ବରୁ ପରିବାରର କୌଣସି ସଦସ୍ୟ ଏହି ସମସ୍ୟାରେ ଆକ୍ରାନ୍ତ ଥିଲେ ପିଲାଙ୍କ ନିକଟରେ ଏହା ଦେଖାଯାଇଥାଏ।

ଗର୍ଭାବସ୍ଥାରେ ମହିଳାମାନଙ୍କ ଶରୀରରେ ହରମୋନ ପରିବର୍ତ୍ତନ ହୋଇଥାଏ। ଏଥିପାଇଁ ସେମାନଙ୍କର ଗୋଡ଼ ହଲାଇବା ଅଭ୍ୟାସ ଆରମ୍ଭ ହୋଇଥାଏ।

ରେଷ୍ଟଲେସ ଲେଗ ସିଣ୍ଡ୍ରୋମର ଚିକିତ୍ସା (Treatment of restless leg syndrome in odia)

ଆଇରନ ସପ୍ଲିମେଣ୍ଟ

ଏହି ସମସ୍ୟା ଆଇରନର ଅଭାଵ ମଧ୍ୟ ହୋଇଥାଏ । ଶରୀରରେ ଆଇରନ କମ ଥିବା ଲୋକଙ୍କୁ ଆଇରନ ସପ୍ଲିମେଣ୍ଟ ନେବା ଆରମ୍ଭ କରିବା ଦରକାର।

ଏହି ସମସ୍ୟାର ସମାଧାନ ପାଇଁ ଡାକ୍ତରମାନେ ରକ୍ତ ପରୀକ୍ଷା ଏବଂ ନ୍ୟୁରୋଲୋଜିକାଲ ଟେଷ୍ଟ କରିଥାନ୍ତି।

ଯେହେତୁ ନିଦ୍ରା ସହ ଏହି ରୋଗର କିଛି ଟା ସାମଞ୍ଜସ୍ୟ ରହିଛି, ତେଣୁ ନିଦ କିପରି ଠିକ ହେବ ସେନେଇ ଡାକ୍ତର ଔଷଧ ଦେଇଥାନ୍ତି।

restless leg syndrome

ଅଧିକ ପଢ଼ନ୍ତୁ: ଶରୀରର ଅଙ୍ଗପ୍ରତ୍ୟଙ୍ଗ ଯନ୍ତ୍ରଣା ଯୋଗୁଁ ହୋଇପାରେ ମାନସିକ ଅବସାଦ

ନିରାକରଣ (Prevention of restless leg syndrome in odia)

ଆଇରନ ଭରପୁର ଥିବା ଖାଦ୍ୟ ଖାଆନ୍ତୁ।

ଗୋଟିଏ ଦିନରେ ପ୍ରାୟ ୭-୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ।

ମାନସିକ ସ୍ତରରେ ସବୁବେଳେ ନିଜକୁ ଶାନ୍ତ ରଖନ୍ତୁ।

ଯୋଗ ଏବଂ ବ୍ୟାୟାମ ଅଭ୍ୟାସ କରନ୍ତୁ।

ଯଦି ଆପଣଙ୍କର ଏହି ସମସ୍ୟା ଅଛି ତାହେଲେ ଆଲକହଲଠାରୁ ଦୂରେଇ ରହନ୍ତୁ।

ଯଦି ସମ୍ଭବ ତେବେ ଗାଧୋଇବା ସମୟରେ ଗରମ ପାଣି ବ୍ୟବହାର କରନ୍ତୁ।

ଅନେକ ଚେଷ୍ଟା ସତ୍ତ୍ୱେ ଯଦି ଏହି ସମସ୍ୟା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହୁଛି ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

ଅଧିକ ପଢ଼ନ୍ତୁ: କିଭଳି ବୃଦ୍ଧି କରିବେ ହାପି ହରମୋନ୍?