ଅଧିକ ସମୟ ସୋସିଆଲ ସାଇଟରେ ନିଜକୁ ବ୍ୟସ୍ତ ରଖିବା ଫଳରେ ପିଲାମାନଙ୍କ ମସ୍ତିଷ୍କ ଉପରେ କୁପ୍ରଭାଵ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ସୋସିଆଲ ସାଇଟରୁ ପିଲାଙ୍କୁ କିପରି ଦୂରେଇ ରଖିବା।
ଆଜିକାଲି ଡିଜିଟାଲ ଯୁଗରେ ପ୍ରାୟ ସମସ୍ତଙ୍କ ପାଖରେ ଉନ୍ନତ ଧରଣର ମୋବାଇଲ ରହିଛି। ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ମୋବାଇଲ, କମ୍ପ୍ୟୁଟର, ଇ-ଗ୍ୟାଜେଟ ଏବଂ ସବୁ ସମୟରେ ଇଣ୍ଟରନେଟର ବ୍ୟବସ୍ଥା ରହିଛି। ପିଲାମାନେ ଅଧିକାଂଶ ସମୟରେ ସୋସିଆଲ ସାଇଟରେ ନିଜକୁ ହଜେଇଦଉଛନ୍ତି। ତାଙ୍କ ଚାରିପାଖରେ କ’ଣ ଘଟୁଛି ସେ ଜାଣିପାରୁନାହାନ୍ତି। ଯାହା ଫଳରେ ଦିନକୁ ଦିନ ସେସବୁ ନିଶା ଭଳି ସେମାନଙ୍କୁ ଶିକାର କରୁଛି ଏବଂ ସେମାନେ ଚାପଗ୍ରସ୍ତ ହୋଇପଡ଼ୁଛନ୍ତି।
ବର୍ତ୍ତମାନ ଯୁବପିଢ଼ିଙ୍କ ମୋବାଇଲ ତିଷ୍ଠିବା ଅସମ୍ଭବ ପରି ମନେ ହୁଏ। ସେଥି ମଧ୍ୟରୁ ଅନେକ ବର୍ତ୍ତମାନ ସୋସିଆଲ ସାଇଟ ସହ ଜଡ଼ିତ। ସେଗୁଡ଼ିକରେ ନିଜର ଆକାଉଣ୍ଟ ଖୋଲି ସେଥିରୁ ଅନେକ କଥା ଜାଣିବା ଏବଂ ନିଜ ଅନୁଭୂତି ଏବଂ ଫଟୋଗୁଡ଼ିକୁ ସେୟାର କରିବାରେ ସେମାନେ ସମୟ ଦେଉଛନ୍ତି।
ସୋସିଆଲ ସାଇଟ ସହ ଆବଶ୍ୟକତାଠାରୁ ଅଧିକ ସମୟ ଜଡ଼ିତ ରହିଲେ ତାହା ସଂପୃକ୍ତ ବ୍ୟକ୍ତିଙ୍କର ସ୍ବଭାବକୁ ପ୍ରଭାବିତ କରିଥାଏ। କିଛି କାରଣ ନ ଥାଇ ସେହି ବ୍ୟକ୍ତି ଚିଡ଼ିଚିଡ଼ା ହେବା କୌଣସି କାମ ପ୍ରତି ନିଜର ଧ୍ୟାନ ହରାଇ ବସିଥାଏ।
ସୋସିଆଲ ସାଇଟରେ ଆଜିକାଲି ଅନେକ ମିଛ ସତ ଖବର କିମ୍ବା ତଥ୍ୟ ଆସୁଛି। କୌଣସି ଖବର ପିଲା ଦେଖିବା ମାତ୍ରକେ ସେ ନିଜ ଜୀବନ ସହ ତାହାକୁ ତୁଳନା କରି ବ୍ୟତିବ୍ୟସ୍ତ ହୋଇପଡ଼ୁଛି। ଫଳରେ ମାନସିକ ସନ୍ତୁଳନ ଉପରେ ପିଲାର ନିୟନ୍ତ୍ରଣ ରହିପାରୁନାହିଁ।
ସୋସିଆଲ ସାଇଟରେ ଘଟୁଥିବା କାଳ୍ପନିକ ଘଟଣାବଳୀକୁ ବାସ୍ତବ ଭାବି ନିଜ ସହ ଅଜାଣତରେ ଅନେକ କ୍ଷତି କରିଦେଉଛି।
ଅଧିକ ସମୟ ପର୍ଯ୍ୟନ୍ତ ନୂଆ ନୂଆ ସୋସିଆଲ ସାଇଟରେ ବ୍ୟସ୍ତ ରହି ଠିକ ଭାବେ ଖାଇବା ପିଇବା ନ କରିବା ଯୋଗୁଁ ଉଭୟ ଶରୀର ଏବଂ ମସ୍ତିଷ୍କ ଉପରେ ଏହାର କୁପ୍ରଭାଵ ପଡ଼ୁଛି।
ପିଲାଙ୍କୁ ଏସବୁରୁ କିପରି ଦୂରେଇ ରଖିବେ?
ମୋବାଇଲ କିମ୍ବା କମ୍ପ୍ୟୁଟର ଦେଖିବାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଠିକ କରନ୍ତୁ।
ପିଲାମାନେ କ’ଣ ଦେଖୁଛନ୍ତି ଏବଂ କ’ଣ ଦେଖିବାକୁ ଇଚ୍ଛା କରୁଛନ୍ତି ସେ ବାବଦରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ।
ପିଲାଙ୍କୁ ଏହି ସୋସିଆଲ ସାଇଟ ବ୍ୟବହାର କରିବା ଫଳରେ କିଭଳି କୁପ୍ରଭାଵ ପଡ଼ୁଛି ତାହା ବାରମ୍ବାର ବୁଝାନ୍ତୁ।
ଅଚାନକ ପିଲାଠାରୁ ସେମାନଙ୍କ ଫୋନ କିମ୍ବା କମ୍ପ୍ୟୁଟର ନେଇ ଆସନ୍ତୁ ନାହିଁ। ଏହା ଫଳରେ ପିଲା ଅଧିକ ଜିଦିଆ ଏବଂ ରାଗି ହୋଇଥାଏ।
ଆପଣ ସୋସିଆଲ ସାଇଟରେ ଯାଇ ନିଜର ଆକାଉଣ୍ଟ ଖୋଲି ପ୍ୟାରେଣ୍ଟ କଣ୍ଟ୍ରୋଲ ଦ୍ୱାରା ପିଲାଙ୍କୁ ତଦାରଖ କରିପାରିବେ।