ଶୋଇକି ମୋବାଇଲ ଦେଖୁଛନ୍ତି କି? ଯଦି ହଁ ତେବେ କରନ୍ତୁନି ଏଭଳି ଭୁଲ। ଏପରି କରିବା ଫଳରେ ବେକ ବ୍ୟଥା ହେବା ସହ ଆଖି ଉପରେ ଖରାପ ପ୍ରଭାବ ପଡ଼ିଥାଏ।
ଅଧିକାଂଶ ଲୋକ ଶୋଇକି ମୋବାଇଲ ଦେଖିବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ଦ୍ଵାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କେତେ ମାତ୍ରାରେ ଖରାପ ପ୍ରଭାବ ପଡ଼ୁଛି ସେମାନେ ଜାଣିପାରନ୍ତି ନାହିଁ। କେବଳ ସେତିକି ନୁହେଁ ଅନେକ ଲୋକଙ୍କର ଶୋଇବା ସମୟରେ ଫୋନ ବ୍ୟବହାର କରିବା ଜରୁରୀ ହୋଇଥାଏ। ସେମାନଙ୍କ ମତରେ ଫୋନ୍ ବ୍ୟବହାର ନ କଲେ ଆଖିକୁ ନିଦ ଆସେ ନାହିଁ। କିନ୍ତୁ ଅଧିକ ସମୟ ଫୋନ୍ ବ୍ୟବହାର କରିବା ଦ୍ୱାରା ଅନିଦ୍ରା ଜନିତ ସମସ୍ୟା ଦେଖା ଦେଇଥାଏ। ତେଣୁ ଶୋଇକି ଫୋନ୍ ଦେଖିବା କେତେ କ୍ଷତିକାରକ ଆସନ୍ତୁ ଜାଣିବା।
– ଶୋଇକି ମୋବାଇଲ ଦେଖିବା ଫଳରେ ବେକ ଉପରେ ପ୍ରଭାବ ପଡ଼ିଥାଏ। ଆମେ ସିଧା ହୋଇ ଶୋଇବା ଫଳରେ ମୋବାଇଲ ଦେଖିବା ପାଇଁ ତଳକୁ ଅନେଇବାକୁ ପଡ଼ିଥାଏ। ଯଦ୍ଵାରା ବେକ ବ୍ୟଥା ହୋଇଥାଏ।
– କୁହାଯାଏ କମ୍ପ୍ୟୁଟର ସ୍କ୍ରିନ ଆଖି ସହ ସମାନ ରହିବା ଆବଶ୍ୟକ। ଏପରି ସ୍ଥଳେ ଶୋଇକି ମୋବାଇଲ ଦେଖିବା ଫଳରେ ଫୋନ୍ ସ୍କ୍ରିନ ସହ ଆଖି ସମାନ ଭାବେ ରହିପାରେ ନାହିଁ। ଯେଉଁଥିପାଇଁ ଆଖି ଉପରେ କୁପ୍ରଭାଵ ପଡ଼ି ଯନ୍ତ୍ରଣା ଏବଂ କଷ୍ଟ ଅନୁଭବ ହୋଇଥାଏ।
– ସିଧା ହୋଇ ଶୋଇବା ସମୟରେ ମୋବାଇଲ ଦେଖିବା ପାଇଁ ହାତ ଉପରକୁ କରିବାକୁ ପଡ଼ିଥାଏ। ଏହା ଦ୍ଵାରା ହାତରେ ଯନ୍ତ୍ରଣା ହେବା ସହ ହାତ ଆଙ୍ଗୁଠି ମଧ୍ୟ ବ୍ୟଥା କରିଥାଏ।
– ମୋବାଇଲରେ ବ୍ୟସ୍ତ ରହି ଅଧିକ ସମୟ ଗୋଟିଏ ପାଖରେ ଶୋଇବା ଯୋଗୁଁ ଅଣ୍ଟା ବ୍ୟଥା ଭଳି ସମସ୍ୟା ଦେଖା ଦେଇଥାଏ।
– ତକିଆ ଉପରେ ବେଶି ସମୟ ପର୍ଯ୍ୟନ୍ତ ସ୍ଥିର ହୋଇ ଶୋଇବା ଫଳରେ ମୁଣ୍ଡରେ ଚାପ ପଡ଼ି ମୁଣ୍ଡ ବିନ୍ଧା ହୋଇଥାଏ।
– ଅଧିକାଂଶ ଲୋକ ପେଟ ମାଡ଼ି ଶୋଇ ରହି ମୋବାଇଲ ଦେଖିଥାନ୍ତି। ଏପରି କରିବା ଦ୍ଵାରା ପେଟ ଅଧିକ ସମୟ ଚାପି ରହି ଅନେକ ପେଟ ଜନିତ ସମସ୍ୟା ଦେଖା ଦେଇଥାଏ।
– ଶୋଇକି ଫୋନ୍ ଦେଖିବା ଯୋଗୁଁ ଛାତି ଯନ୍ତ୍ରଣା ମଧ୍ୟ ହୋଇଥାଏ।
କ’ଣ କରିବେ?
ଶୋଇକି ମୋବାଇଲ ଫୋନ୍ ଦେଖନ୍ତୁ ନାହିଁ।
ଶୋଇବା ସମୟରେ ମୋବାଇଲ ବ୍ୟବହାର କରନ୍ତୁ।
ଅତି ଆବଶ୍ୟକସ୍ଥଳେ ବେକ ଏବଂ ଅଣ୍ଟା ପାଖରେ କୌଣସି ଭରା ଦେଇ କିମ୍ବା ସର୍ପୋଟ ଦେଇ ମୋବାଇଲ ବ୍ୟବହାର କରନ୍ତୁ।
ପେଟ ମାଡ଼ିକି କିମ୍ବା ସିଧା ହୋଇ ଶୋଇକି ମୋବାଇଲ ବ୍ୟବହାର କରନ୍ତୁ ନାହିଁ।
ଅତି ଜରୁରୀ ଥିଲେ ଶୋଇବାକୁ ଯିବାର ଅଧଘଣ୍ଟା ପୂର୍ବରୁ ମୋବାଇଲ ବ୍ୟବହାର କରନ୍ତୁ।