ଶୋଇବା ବେଳେ ବାମ କଡ଼ରେ ଶୋଇଲେ ଭଲ ବୋଲି ଅନେକଙ୍କ ମତ ରହିଛି। ତେବେ ବାମ କଡ଼ରେ ଶୋଇବା ଦ୍ୱାରା କି ଫାଇଦା ମିଳିଥାଏ ଆସନ୍ତୁ ଜାଣିବା।

good sleepଖାଦ୍ୟ ଭଲରେ ହଜମ ହୋଇଥାଏ

ଖାଦ୍ୟ ଖାଇ ସାରିବା ପରେ ବାମ କଡ଼ରେ ଶୋଇବା ଭଲ। ଏହା ଦ୍ୱାରା ଖାଦ୍ୟ ହଜମ ହେବା ସହ ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ। ଅନେକ ସମୟରେ ଅଧିକ ଖାଇଦେବା କାରଣରୁ ଆମକୁ ଅଶ୍ୱସ୍ତିକର ଏବଂ ଅସହଜ ମନେ ହୁଏ। ଛାତିରେ ଜଳାପୋଡ଼ା ଏବଂ ପେଟ ଯନ୍ତ୍ରଣା ମଧ୍ୟ ହୋଇଥାଏ। ତେଣୁ ବାମ ପାଖରେ ଶୋଇବା ଫଳରେ ଏସବୁରୁ ଆରାମ ମିଳିଥାଏ।

ହାର୍ଟ ଜନିତ ସମସ୍ୟା ଦୂର ହୋଇଥାଏ

ଆମ ଶରୀରର ବାମ ପାଖରେ ହାର୍ଟ ରହିଛି। ବାମ ପାର୍ଶ୍ୱରେ ଶୋଇବା ଫଳରେ ହାର୍ଟ ନିକଟକୁ ରକ୍ତ ସହଜରେ ପହଞ୍ଚି ଥାଏ। ଠିକ ଭାବେ ରକ୍ତ ସଞ୍ଚାଳନ ହେବା ଫଳରେ ହାର୍ଟ ଉପରେ ଅଧିକ ଚାପ ପଡ଼ିନଥାଏ। ଫଳରେ ହାର୍ଟ ଜନିତ ସମସ୍ୟା ଦୂର ହେବା ସହ ହାର୍ଟର କାର୍ଯ୍ୟ ଦକ୍ଷତା ବୃଦ୍ଧି ହୋଇଥାଏ।

ଗର୍ଭବତୀ ମହିଳାମାନଙ୍କ ପାଇଁ ଭଲ

ଗର୍ଭବତୀ ମହିଳାମାନେ ଶୋଇବା ସମୟରେ ବାମ କଡ଼ରେ ଶୋଇବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ସେମାନଙ୍କ ପିଠିରେ କମ ଚାପ ପଡ଼ିଥାଏ ଏବଂ ଗର୍ଭାଶୟ ଓ ଗର୍ଭସ୍ଥ ଶିଶୁ ନିକଟକୁ ଅଧିକ ରକ୍ତ ପହଞ୍ଚି ପାରେ। ଏହା ଯୋଗୁଁ ଗର୍ଭାବତୀ ମହିଳାଙ୍କ ମେରୁଦଣ୍ଡ ଉପରେ ଥିବା ଚାପହ୍ରାସ ହୋଇଥାଏ। ବାମ ପାଖରେ ଶୋଇବା ଫଳରେ ଉଭୟ ମା’ ଏବଂ ଶିଶୁ ସୁସ୍ଥ ରହିଥାନ୍ତି।

ବାମ ପାଖରେ ଶୋଇବା ସମୟରେ ଗର୍ଭସ୍ଥ ଶିଶୁକୁ ସୁସ୍ଥ ରଖିବା ପାଇଁ ପୋଷାକ ତତ୍ତ୍ୱ ମଧ୍ୟ ସହଜରେ ପ୍ରବାହ ହୋଇଥାଏ। ଗର୍ଭବତୀ ମହିଳାମାନେ ବାମ ପାର୍ଶ୍ୱରେ ଶୋଇବା ସହଜ କରିବା ପାଇଁ ଆଣ୍ଠୁକୁ ସାମାନ୍ୟ ବଙ୍କା କରି ଦୁଇ ଗୋଡ଼ ମଧ୍ୟରେ ତକିଆ ରଖି ମଧ୍ୟ ଶୋଇପାରିବେ।

ଘୁଙ୍ଗୁଡ଼ି ସମସ୍ୟା ଦୂର କରିଥାଏ

ମୁହଁ ମାଡ଼ି ତଳକୁ ଶୋଇବା ଦ୍ୱାରା ଘୁଙ୍ଗୁଡ଼ି ଅଧିକ ହୋଇଥାଏ। କାରଣ ଏହା ଏହି ଅବସ୍ଥାରେ ଗଳାର ପଛପଟକୁ ମାଂସପେଶୀ ଠେଲି ହୋଇଥାନ୍ତି। ଫଳରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସର୍ବଦା ବାମ ପାର୍ଶ୍ୱରେ ଶୋଇବାକୁ ଚେଷ୍ଟା କରନ୍ତୁ।

ଅନେକ ଲୋକଙ୍କର ଘୁଙ୍ଗୁଡ଼ି ମାରିବା ଅଭ୍ୟାସ ରହିଛି। ଏହା ଦ୍ୱାରା ପାଖରେ ଶୋଇଥିବା ଲୋକର ନିଦ ଭାଙ୍ଗିଯାଇଥାଏ। ଘୁଙ୍ଗୁଡ଼ି ବନ୍ଦ କରିବା ପାଇଁ ବାମ ପାର୍ଶ୍ଵରେ ଶୁଅନ୍ତୁ। ବାମ ପାର୍ଶ୍ୱରେ ଶୋଇବା ଦ୍ୱାରା ଘୁଙ୍ଗୁଡ଼ି ହୋଇନଥାଏ। ଏପରି ଶୋଇବା ଫଳରେ ଶରୀରର ଜିଭ ଏବଂ ଗଳା ଖୋଲା ରହିଥାଏ ଏବଂ ଆପଣଙ୍କର ଗଳା ବାୟୁପଥକୁ ଖୋଲା ରଖିବା ସହ ସଠିକ ଭାବରେ ଶ୍ଵାସକ୍ରିୟା କାର୍ଯ୍ୟ କରିଥାଏ।

ନିଜ ଶୋଇବା ସ୍ଥିତି ବଦଳାଇବା ପାଇଁ କିଛି ଦିନ ଅଡ଼ୁଆ ଲାଗିପାରେ। କିନ୍ତୁ ଜାଣି ରଖନ୍ତୁ ବାମ ପାଖରେ ଶୋଇବା ଶରୀର ପକ୍ଷେ ନିହାତି ଭଲ ହୋଇଥାଏ।